BREAKING
Loading...
:

ଖଣ୍ତପଡାରେ ମାଟ୍ରିକ ପରୀକ୍ଷା ଆରମ୍ଭ, ପ୍ରଥମ ଦିବସରେ ୧୧ ପରୀକ୍ଷାର୍ଥୀ ଅନୁପସ୍ଥିତ

 ଖଣ୍ତପଡାରେ ମାଟ୍ରିକ ପରୀକ୍ଷା ଆରମ୍ଭ,  ପ୍ରଥମ ଦିବସରେ ୧୧ ପରୀକ୍ଷାର୍ଥୀ ଅନୁପସ୍ଥିତ

ଖଣ୍ଡପଡ଼ା ( ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ମାଟ୍ରିକ ପରୀକ୍ଷା ଶୁକ୍ରବାର ଠାରୁ ଆରମ୍ଭ ହୋଇଛି। ଖଣ୍ଡପଡ଼ା ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ନୋଡାଲ କେନ୍ଦ୍ର ଅଧିନରେ ୧୧ ଟି ପରୀକ୍ଷା କେନ୍ଦ୍ର ରହିଥିବା ବେଳେ ସମସ୍ତ ପରୀକ୍ଷା କେନ୍ଦ୍ରରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ଯରେ ଛାତ୍ରଛାତ୍ରୀମାନେ ମାତୃଭାଷା ପରୀକ୍ଷା ଦେଇଛନ୍ତି।

 ତେବେ ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ରାମଚଣ୍ଡୀ ଉଚ୍ଚ ବିଦ୍ୟାଳୟ ନଟବରପୁରଶାସନ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ କୋସକା ନୀଳମାଧବ ବିଦ୍ୟାପୀଠ  କଣ୍ଟିଲୋ  ବନମାଳୀପୁର ଉଚ୍ଚ ବିଦ୍ୟାଳୟ ଶିଖରପୁର  ନୋଡାଲ ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ଜଣେ ଲେଖାଁଏ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିବା ବେଳେ ବଳଦିଆ ନୂଆଗାଁ ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ୫ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିବା ନୋଡାଲ କେନ୍ଦ୍ରର  ସୁପରିଟେଣ୍ଡେଣ୍ଟ ତଥା  ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଲିପସା ନନ୍ଦଙ୍କ ଠାରୁ ପ୍ରକାଶ ।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

Previous Post Next Post
Header ADS