BREAKING
Loading...
:

ଗଣିଆ ବିଡ଼ିଓଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବିକଶିତ ଗାଁ,ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

 ଗଣିଆ ବିଡ଼ିଓଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବିକଶିତ ଗାଁ,ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ 

ଗଣିଆ (ମଣିଭଦ୍ରା ଖବର) ଗଣିଆ ବ୍ଳକ ପରିସରରେ ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।  ଏଲଇଡି ମାଧ୍ୟମରେ ଏହି କାର୍ଯ୍ୟକ୍ରମର ସିଧାପ୍ରସାରଣ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଖୋର୍ଦ୍ଧାରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଓଡ଼ିଶା ସରକାରଙ୍କ ପକ୍ଷରୁ ବିକଶିତ ଗାଁ ବିକଶିତ ଓଡ଼ିଶା ପାଇଁ ବିସୃତ ମାର୍ଗଦର୍ଶିକା ଜାରି କରାଯାଇଥିବା ବେଳେ ଜିଲ୍ଲାପାଳ ଏବଂ ବିଡ଼ିଓଙ୍କୁ ଏହି ମାର୍ଗଦର୍ଶିକା ପଠାଯାଇଛି । ଆସନ୍ତା ଫେବୃୟାରୀ ମାସ ୧୫ ତାରିଖ ସୁଦ୍ଧା ୫ ବର୍ଷିଆ ଯୋଜନା ତାଲିକା ପ୍ରସ୍ତୁତ କରି ପଠାଇବାକୁ କୁହାଯାଇଛି ।

 ଏହି ଯୋଜନା ପାଇଁ ୧୦୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବା ବେଳେ ପଛୁଆ ବା ଆଦିବାସୀ ବହୁଳ ଅଞ୍ଚଳକୁ ଏହି ଯୋଜନାରେ ପ୍ରାଥମିକତା ଦିଆଯିବ ବୋଲି ଜଣାପଡିଛି । ଏହି ଯୋଜନାରେ ଗାଁ ଗୁଡିକରେ ଅନେକ ଯୋଜନା କାର୍ଯ୍ୟକାରୀ ହୋଇପାରିବ ବୋଲି ମାର୍ଗଦର୍ଶିକାରେ ଉଲ୍ଲେଖ ଅଛି । ଆଜିର ଏହି କାର୍ଯ୍ୟକ୍ରମରେ ଗଣିଆ ବ୍ଳକ ଅଧ୍ୟକ୍ଷା ଝୁନା ଜେନା,ଭାରପ୍ରାପ୍ତ ବିଡ଼ିଓ ପ୍ରିତିବାଳା ରଣା, ଜିଲ୍ଲା ପରିଷଦ ସଭ୍ୟ ନରେଶ କୁମାର ବେହେରା, ଉପାଧ୍ୟକ୍ଷ ରାଜକିଶୋର ସାହୁ,ସାଂସଦଙ୍କ ପ୍ରତିନିଧି ଶରତ କୁମାର କରଙ୍କ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ ଉପସ୍ଥିତ ଥିଲେ । 

ବିଡିଓଙ୍କ ପ୍ରଚେଷ୍ଟାରେ ଏହି କାର୍ଯ୍ୟକ୍ରମରେ ପ୍ରାୟ ୫୦୦ରୁ ଅଧିକ ମହିଳା ଏବଂ ପୁରୁଷ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ସମସ୍ତ ଉପସ୍ଥିତ ଜନସାଧାରଣଙ୍କୁ ଖାଦ୍ୟ ପାନୀୟର ବନ୍ଦୋବସ୍ତ କରାଯାଇଥିଲା । ଦୁଇ ଦୁଇଟି ଦାୟିତ୍ୱରେ ଥାଇ ମଧ୍ୟ ଆଜିର କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପାଦନ କରିଥିବାରୁ ବିଡ଼ିଓଙ୍କୁ ଲୋକପ୍ରତିନିଧି ମାନଙ୍କ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଛି । 

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS