BREAKING
Loading...
:

କଳାକୃତି"ର ଉଦ୍ଘାଟନ ଦିବସ

 



ଆଜି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ସ୍କୁଲ ଅଫ ଏଜୁକେସନ୍ ବିଭାଗରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଅନୁଷ୍ଠିତ ହୋଇଥିବା କଳା ପ୍ରଦର୍ଶନୀ, "କଳାକୃତି"ର ଉଦ୍ଘାଟନ ଦିବସ ବିଶ୍ଵବିଦ୍ୟାଳୟର କୁଳପତି ମହୋଦୟା ପ୍ରଫେସର ଗୀତାଞ୍ଜଳି ଦାସଙ୍କ ଦ୍ବାରା ସମ୍ପୂର୍ଣ୍ଣ ହୋଇଅଛି। କୁଳପତି ମହୋଦୟାଙ୍କ ସହ କୁଳ ସଚିବ ଶ୍ରୀଯୁକ୍ତ ସଚ୍ଚିଦାନନ୍ଦ ନାୟକ, ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ,ମିଳିତ ନିର୍ଦ୍ଦେଶକ ଶ୍ରୀଯୁକ୍ତ ବାପୁଜୀ ସାମଲ, ସେଲ୍ଫ ଫାଇନାନ୍ସିଂ ପାଠ୍ୟର ନିର୍ଦ୍ଦେଶକ ଡଃ ତମଘନ ଆଚାର୍ଯ୍ୟ, ସ୍କୁଲ ଅଫ ଏଜୁକେସନ ବିଭାଗର ସଂଯୋଜକ ଡଃ ବିଭୂତି ଭୂଷଣ ପରିଡ଼ା, ଏହି ବିଭାଗର ଅଧ୍ୟକ୍ଷ ଡ଼ଃ ସଂଜିତ୍ କୁମାର ସାହୁ ଏବଂ ବିଭାଗର ଅନ୍ୟାନ ଅଧ୍ୟାପକ ଓ ଅଧ୍ୟାପିକା ଯଥା ମିସ୍ ମୈତ୍ରୀ ପାଢୀ, ଶ୍ରୀମତି ଉଷାରାଣୀ ଦାସ, ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ରାଉତ, ଶ୍ରୀଯୁକ୍ତ ପ୍ରଣବ ପ୍ରଜେସ ରାଉତ, ଶ୍ରୀଯୁକ୍ତ ବିଭୁ କଲ୍ୟାଣ ସାମନ୍ତରାୟ, ଶ୍ରୀମତି ସୁନିତା ପାତ୍ର ଏବଂ ବିଭାଗର କଳା ଶିକ୍ଷକ ଶ୍ରୀଯୁକ୍ତ ରବିନ୍ଦ୍ରନାଥ ସ୍ବାଇଁ ଉପସ୍ଥିତ ଥିଲେ। ଏତଦବ୍ୟତୀତ କୁଳପତି ମହୋଦୟାଙ୍କ ଦ୍ବାରା ବିଭାଗର ଏକ କାନ୍ଥପତ୍ରିକା, "ଭଞ୍ଜ ଶିକ୍ଷାଞ୍ଜଳି"ର ଉନ୍ମୋଚନ କରାଯାଇଥିଲା। ତତ୍ ସହିତ କୁଳପତି ମହୋଦୟାଙ୍କ ପାଇଁ ବିଭାଗର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଏକ ସମ୍ବଲପୁରୀ ନୃତ୍ୟକଳାର ପରିବେଷଣ କରାଯାଇଥିଲା। ଏହି ପ୍ରଦର୍ଶନୀରେ ବିଭାଗର ଛାତ୍ରଛାତ୍ରୀ ମାନେ ନିଜର ଚିତ୍ରକଳା ପ୍ରତି ଇଚ୍ଛା ଏବଂ ନିଜ ଭିତରେ ଥିବା ଅନ୍ତର୍ନିହିତ ପ୍ରତିଭା କୁ ପ୍ରଦର୍ଶନ କରିଥିବା ଦେଖି କୁଳପତି ମହୋଦୟା ଓ ଅନ୍ୟାନ୍ୟ ଅତିଥାଙ୍କର ପ୍ରଶଂସାର ସୁଅ ଛୁଟିଥିଲା।ବିଶ୍ବ ବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ମାନେ ଦେଖିବା ପାଇଁ ଉପସ୍ଥିତ ଥିଲେ । ବିଭିନ୍ନ ବିଦ୍ୟାଳୟ ରୁ ଉପସ୍ଥିତ ଥିବା ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏହି ଚିତ୍ରକଳା ର ପ୍ରଦର୍ଶନ ଶିକ୍ଷଣୀୟ  ପରିବେଶ ସୃଷ୍ଟି କରିଥିଲା ।  କୁଳପତି ମହୋଦୟା ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରିବା ସହ ଭବିଷ୍ୟତରେ ଚିତ୍ରକଳା ମାଧ୍ୟମରେ  ରୋଜଗାର କରିବା ପାଇଁ ଉତ୍ସାହିତ କରିଥିଲେ।  ସମ୍ମାନିତ ଅତିଥି ଭାବରେ କୁଳସଚିବ ସଚ୍ଚିଦାନନ୍ଦ ନାୟକ  ଯୋଗଦାନ ଛାତ୍ର ଛାତ୍ରୀ ମାନଙ୍କୁ ଲକ୍ଷପଥ ରେ ଅଗ୍ରଗତି ନିମନ୍ତେ ପ୍ରୋତ୍ସାହନ ଆଣିଥିଲା, ବିଶ୍ଵବିଦ୍ୟାଳୟ ର ସ୍ନାତକ ପରିଷଦ ର ଅଧକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ ଏହି କାର୍ଯ୍ୟକ୍ରମ ରେ     ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ  କରିଥିଲେ, ପ୍ରଫେସର୍ ତ୍ରିପାଠୀ ଏହି ଚିତ୍ର କଳା ର ପ୍ରଦର୍ଶନ କୁ ଦେଖି ଅତ୍ୟନ୍ତ ଆନନ୍ଦିତ ହେଇଥିଲେ ଏବଂ ନିଷ୍ଠା ର ସହ ପରିଶ୍ରମ କଲେ ଭବିଷ୍ୟତ ରେ ଲକ୍ଷ୍ୟ ହାସଲ ସହଜ ହେବ ବୋଲି କହିଥିଲେ।

ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS