BREAKING
Loading...
:

ମାରୁତି ନଗରଠାରେ ଶିବମନ୍ଦିର ପ୍ରତିଷ୍ଠା ମହୋତ୍ସବ

 ମାରୁତି ନଗରଠାରେ ଶିବମନ୍ଦିର ପ୍ରତିଷ୍ଠା ମହୋତ୍ସବ

   


ସମ୍ବଲପୁର (ମଣିଭଦ୍ରା ଖବର)


ବରପାଲି ଏନ୍‌ଏସି ଅନ୍ତର୍ଗତ କଲେଜ ଛକ ସ୍ଥିତ ମାରୁତି ନଗର ଠାରେ ତିନିଦିନ ଧରି ଚାଲିଥିବା ଶିବମନ୍ଦିର ପ୍ରତିଷ୍ଠା ମହୋତ୍ସବ ଶୁକ୍ରବାର ସମାହିତ ହେ।ଇଛି । ଏହି ଅବସରରେ ପ୍ରଥମ ଦିନ ଶତାଧିକ ମହିଳାଙ୍କ କଳସ ଶୋଭାଯାତ୍ରା ସହର ପରିକ୍ରମା କରିବା ପୂର୍ବକ ବିଧିମତେ କଳସ ସ୍ଥାପନ, ଦେବାଦେବୀ ଆବାହନ ଓ ଦେବାଦେବୀଙ୍କ ପ୍ରାଣପ୍ରତିଷ୍ଠା ସହ ବିଗ୍ରହ ପ୍ରବେଶ ହୋଇଛି । ଏହି ପ୍ରତିଷ୍ଠା ଉତ୍ସବରେ ଦେବାନଂଦ ମେହେର ଓ ତାଙ୍କ ପତ୍ନୀ ହେମନ୍ତୀ ମେହେର (ନିରାଶି) ସପତ୍ନିକ କର୍ତ୍ତା ଦାୟିତ୍ଵ ନିର୍ବାହ କରିଥିବା ବେଳେ ପଣ୍ଡିତ ମାନଙ୍କ ଦ୍ବାରା ପୁର୍ଣ୍ଣାହୁତି ସମାପନ କରାଯାଇଥିଲା । ଏଥିରେ ପ୍ରତ୍ୟେହ ଭଜନ କୀର୍ତ୍ତନ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ ହୋଇଥିଲା । ଏନେଇ ସହର ଉତ୍ସବ ମୁଖର ହୋଇ ପଡିଥିଲା।

ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS