BREAKING
Loading...
:

ପ୍ରଧାନ ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

 ପ୍ରଧାନ ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା 

ବାଙ୍କୀ (ମାନସ ରଞ୍ଜନ ସାହୁ ) ବାଙ୍କୀ ବ୍ଲକ ଅନ୍ତର୍ଗତ ଶିମିଳିପୁର ହରିରାଜପୁର ଆଞ୍ଚଳିକ ବିଦ୍ୟାପୀଠ ର ପ୍ରଧାନ ଶିକ୍ଷକ  ବଳଭଦ୍ର ରାଉତ ଙ୍କ ବିଦାୟ କାଳୀନ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି. ଦୀଘ୍ର 34ବର୍ଷ ଶିକ୍ଷକ ତା କଲା ପରେ ଆଜି ବିଦ୍ୟାଳୟ ରୁ ଅବସର ଗ୍ରହଣ କରିଛନ୍ତି. ସେ ଜଣେ ସମୟନୁବର୍ତ୍ତୀ ଓ କର୍ତବ୍ୟ ପରାୟଣ ବ୍ୟକ୍ତି ଥିଲେ. ବିଦ୍ୟାଳୟ ର ସେ ଜଣେ ସୁ ଦକ୍ଷ ବିନ୍ଧ୍ୟାଣୀ ଥିଲେ. ଛାତ୍ର ଛାତ୍ରୀ ମାନଙ୍କୁ ଗଢି ତୋଳିବାରେ ତାଙ୍କର ଭୂମିକା ଗୁରୁତ୍ୱ ପୂର୍ଣ୍ଣ.ତାଙ୍କ ଠାରୁ ଶିକ୍ଷା ଦାନ ପାଇ ବହୁତ ଛାତ୍ର ଛାତ୍ରୀ ସରକାରୀ ଓ ବେସରକାରୀ ପଦ ପଦବୀରେ ରହି ବିଦ୍ୟାଳୟ ର ଗର୍ବ ଓ ଗୌରବ ବଢ଼ାଇଛନ୍ତି. ତାଙ୍କର କାର୍ଯ୍ୟ ଦକ୍ଷତା ବେଶ ପ୍ରଶଂସନୀୟ. ସମସ୍ତ ସହକାରୀ ଶିକ୍ଷକ ମାନଙ୍କୁ ସ୍ନେହ ଶ୍ରଦ୍ଧାରେ ବାନ୍ଧି ରଖିଥାନ୍ତି.ସେ ଏଭଳି କିଛି ଛପା ଛାଡି ଯାଇଛନ୍ତି ପରବର୍ତୀ ସମୟରେ ସମସ୍ତେ ମନେ ପକାଇବେ. ତାଙ୍କର ବିଦାୟ କାଳୀନ ସଭାରେ ସମସ୍ତ ଶିକ୍ଷକ ଓ ଛାତ୍ର ଛାତ୍ରୀ ମାନେ ଦୁଃଖ ପ୍ରକାଶ କରିଛନ୍ତି. ଏହି ସଭାରେ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ପଦ୍ମନାଭ ନନ୍ଦ, ମୁଖ୍ୟ ଅତିଥି ବାଙ୍କୀ ଡମପଡା ମଣ୍ଡଳ ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ସେଠି,ମୁଖ୍ୟ ବକ୍ତା ପ୍ରେମାନନ୍ଦ ଜେନା,ସଂମ୍ମାନିତ ଅତିଥି ଭାବେ ଲଷ୍ମୀଧର ସାହୁ, ଭାବଗ୍ରାହୀ ମହାପାତ୍ର,ବିଜୟ କୁମାର ଛାତ୍ର, ଗଣେଶ୍ୱର ସ୍ୱାଇଁ,ସାମ୍ବାଦିକ ବିଭୂପ୍ରସାଦ ସାମଲ ଓ ବରିଷ୍ଠ ସାମ୍ବାଦିକ ଗୌରାଙ୍ଗ ବେହେରା ପ୍ରମୁଖ  ଉପସ୍ଥିତ ଥିଲେ ।

ମଣିଭଦ୍ରା ଖବର, ବାଙ୍କୀ 

Post a Comment

أحدث أقدم
Header ADS