ବାଙ୍କୀ ମାଳବିହାରପୁର ଘଟଣାରେ ଆକ୍ସନ ମୋଡ଼ରେ ଜିଲ୍ଲା ପ୍ରଶାସନ
ବାଙ୍କୀ (ମାନସ ରଞ୍ଜନ ସାହୁ ):ବାଙ୍କୀ ବ୍ଲକ ଅନ୍ତର୍ଗତ ମାଳବିହାରପୁର ବିଦ୍ୟାଳୟ ଛାତ୍ର ଛାତ୍ରୀ ଦୁର୍ଘଟଣା ଓ ପରବର୍ତ୍ତୀ ସମୟରେ ଗ୍ରାମରେ ଲାଗି ରହିଥିବା ସମସ୍ୟା ଓ ଗ୍ରାମବାସୀ ତଥା ମୃତ ଛାତ୍ର ସୌମ୍ୟରଂଜନ ବେହେରାଙ୍କ ପରିବାର ବର୍ଗଙ୍କ ବିଭିନ୍ନ ଦାବି ଉପରେ ପ୍ରତିଦିନ ପ୍ରଶାସନ ତରଫରୁ ପଦକ୍ଷେପ ନିଆଯାଉଛି ସେହି ମର୍ମରେ କଟକ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟଙ୍କ କୋର୍ଟରେ ମାଳବିହାରପୁର ଘଟଣାର ଶୁଣାଣି ପରେ ଜାରି ହୋଇଥିବା ନିର୍ଦେଶନାମା କ୍ରମେ ଆଜି ଦେବୀ ପ୍ରସାଦ ମହାନ୍ତି, ଉପଜିଲ୍ଲାପାଳ ତଥା ପରିଚାଳନା କମିଟି ସଭାପତି, ଅଂଶୁପା (କନିଷ୍ଠ) ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟ ବର୍ତ୍ତମାନର କଲେଜ ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ସାହୁ ଙ୍କୁ କଟକ ଜିଲ୍ଲା ମାଜିଷ୍ଟ୍ରେଟ ତଥା ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶନାମା ନମ୍ୱର ୧୨୪/୦୩.୦୨.୨୦୨୪ ଅନୁଯାୟୀ ବାଙ୍କୀ ଉପ ଜିଲ୍ଲାପାଳ ତଥା ସଭାପତି ଅଂଶୁପା (କନିଷ୍ଠ) ମହାବିଦ୍ୟାଳୟଙ୍କ ନିର୍ଦେଶ ସଂଖ୍ୟା ୬୦୪/ ୦୪.୦୨.୨୦୨୫ ଅନୁଯାୟୀ ଶ୍ରୀ ସାହୁଙ୍କ ଠାରୁ ଆଧ୍ୟକ୍ଷ ପଦବୀରୁ ହଟାଯାଇ ମହାବିଦ୍ୟାଳୟର ବରିଷ୍ଠ ସଂସ୍କୃତ ଅଧ୍ୟାପିକା ମମତା ଶତପଥୀଙ୍କୁ ସଙ୍ଗେ ସଙ୍ଗେ ସମସ୍ତ ଦାୟୀତ୍ୱ ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଶ୍ରୀ ସାହୁ ସମସ୍ତ ଦାୟୀତ୍ୱ ଶ୍ରୀମତୀ ଶତପଥୀ ଙ୍କୁ ତୁରନ୍ତ ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶନାମା ଜାରି ହୋଇଛି।ସେହିପରି ଜିଲ୍ଲା ମାଜିଷ୍ଟ୍ରେଟ ଙ୍କ ଅଦାଲତ ନିର୍ଦ୍ଦେଶନମା ନମ୍ୱର ୧୨୪/୦୩.୦୨.୨୦୨୫ ଅନୁଯାୟୀ ବାଙ୍କୀ ଉପ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶନାମା ନମ୍ୱର ୬୦୮/ତା୦୪.୦୨.୨୦୨୫ ଅନୁଯାୟୀ ପୂର୍ବତନ ଅଧ୍ୟକ୍ଷ ପ୍ରଦୀପ କୁମାର ବେଉରା ଆଜି ଠାରୁ କଲେଜ ପରିସର ରେ ପ୍ରବେଶ କରି ପାରିବେ ନାହିଁ ଏବଂ କଲେଜର କୌଣସି କାର୍ଯ୍ୟରେ ହସ୍ତକ୍ଷେପ କରି ପାରିବେ ନାହିଁ ବୋଲି ସ୍ପଷ୍ଟ ଭାବରେ ନିର୍ଦ୍ଦେଶ ଦିଆଯାଇଛି। ଯଦିଓ କେହି ବି ଏହି ନିର୍ଦେଶ ଉଲଂଘନ କରନ୍ତି ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି କଡା ଚେତାବନୀ ଦିଆଯାଇଛି।
ମଣିଭଦ୍ରା ଖବର, ବାଙ୍କୀ


إرسال تعليق