BREAKING
Loading...
:

ବିଦ୍ୟା ଶ୍ରୀ ପିଲା ଙ୍କ ଭ୍ରାମ୍ୟମାଣ ପାଠାଗାର କାର୍ଯ୍ୟକ୍ରମ ଅନୁଷ୍ଠିତ

 ବିଦ୍ୟା ଶ୍ରୀ ପିଲା ଙ୍କ ଭ୍ରାମ୍ୟମାଣ ପାଠାଗାର କାର୍ଯ୍ୟକ୍ରମ ଅନୁଷ୍ଠିତ ।

ବଲାଙ୍ଗୀର/ଟିଟିଲାଗଡ (ମଣିଭଦ୍ରା ଖବର)


ବିଦ୍ୟା ଶ୍ରୀ ପିଲା ଙ୍କ ଭ୍ରାମ୍ୟମାଣ ପାଠାଗାର ଉଦେପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ହେମରଞନମିଶ୍ର ଅଧ୍ୟକ୍ଷତା କରି ପୁସ୍ତକ ଅନ୍ଧାରୁଆ ଲୋକ ପଥକୁ ଦେଖାଏ ବୋଲି ମତବ୍ୟକ୍ତ କରିଥିଲେ। ବିଦ୍ୟାଳୟ ର ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ଗୋବିନ୍ଦ ମେହେର, ତିନିଠାକୁର, ବିଦ୍ୟୁତ ମୟୀନନ୍ଦ, ପ୍ରୀୟଲେଖା,ଅହିଂସା ଲାକ୍ରା, ପୁସ୍ତକ ମନସ୍କ ହେବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ଦିଗଦର୍ଶନ ଦେଇ ଥିଲେ। ପାଠାଗାର ର ପୁସ୍ତକ କୁନ୍ଥେଇ ପ୍ରତି ଯୋଗିତା ହୋଇଥିଲା।ସାତଜଣ କୃତୀ ପ୍ରତିଯୋଗୀମାନଙ୍କୁ ମାନପତ୍ର ଖାତା କଲମ, ଶିଶୁ ପ୍ରତିଭା,ଏକାମ୍ର କୁସୁମ,କୁନି କଥା, ପୁରସ୍କାର ଦେଇ ପାଠାଗାର ର ପ୍ରତିଷ୍ଠାତା ବୃନ୍ଦାବନ କୁମ୍ଭାର ଉତ୍ସାହିତ କରି ଥିଲେ।

ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS