BREAKING
Loading...
:

ଟ୍ରକକୁ ଟ୍ରକ ମୁହାଁମୁହିଁ ଧକ୍କା, ଜଣେ ମୃତ ଜଣେ ଗୁରୁତର

 ଟ୍ରକକୁ ଟ୍ରକ ମୁହାଁମୁହିଁ ଧକ୍କା, ଜଣେ ମୃତ ଜଣେ ଗୁରୁତର 


ଦଶପଲ୍ଲା (ମଣିଭଦ୍ରା ଖବର) ଦଶପଲ୍ଲା ବ୍ଲକ ଅନ୍ତର୍ଗତ ବାଣିଗୋଛା ଥାନା ଅଧୀନରେ ଯାଉଥିବା କାମିଟିପଙ୍କା ଗ୍ରାମ ନିକଟରେ ଟ୍ରକ କୁ ଟ୍ରକ ମୁହାଁ ମୁହିଁ ଧକ୍କା ହୋଇଥିଲା। ଫଳରେ ଗୋଟିଏ ଟ୍ରକ ର ଡ୍ରାଇଭର ଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଗାଡ଼ିର ଡ଼୍ରାଇଭର ଗୁରୁତର ହୋଇଛନ୍ତି। ଗୁରୁତର ଡ୍ରାଇଭର ଜଣକ ହେଲେ ଓଡ଼ଗାଁ ବ୍ଲକ ଅନ୍ତର୍ଗତ କମୋଣ୍ଡ ଗ୍ରାମର ଦୀନବନ୍ଧୁ ଦଲେଇ(୩୧) ଙ୍କୁ ଦଶପଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରରୁ ଭୁବନେଶ୍ୱର କୁ ସ୍ଥାନାନ୍ତରିତ କରାଯାଇଛି ଏବଂ ମୃତ ବ୍ୟକ୍ତି ହେଲେ ବଉଦ ଜିଲ୍ଲା ଅନ୍ତର୍ଗତ  ସଙ୍କୁଲେଇ ପଞ୍ଚାୟତର ବିଶିବାଲି ଗ୍ରାମର ରାଜୀବ ପ୍ରଧାନ ବୋଲି ଜଣାପଡିଛି। ଅନ୍ୟ ଜଣେ କିଙ୍ଗ ଫିସର୍ ବିଅର କମ୍ପାନୀର କର୍ମଚାରୀ ବଲାଙ୍ଗୀର _ପାଟଣା ଗଡର ସଦାନନ୍ଦ ମାଝୀ ଆହତ ହୋଇଛନ୍ତି। ସୁଚନା ଅନୁସାରେ ରାଜୀବ   ଟ୍ରକ ନମ୍ବର ଓଆର-୦୯- ୩୬୦୦ ରେ ଖୋର୍ଦ୍ଧା ରୁ ମଦ ବୋଝେଇ କରି ସୋନପୁର ଯାଉଥିବା ସମୟରେ ଅପର ପଟୁ ଏକ ଟ୍ରକ ଆସି ଧକ୍କା ଦେଇଥିଲା।

ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS