BREAKING
Loading...
:

ଆରମ୍ଭ ହେଲା ମା' ରାମଚଣ୍ଡୀ ମହୋତ୍ସବ* ବର୍ଣ୍ଣାଳୀ ହୋତା ମୁଖ୍ଯ ଆକର୍ଷଣ

 *ଆରମ୍ଭ ହେଲା ମା' ରାମଚଣ୍ଡୀ ମହୋତ୍ସବ*

ବର୍ଣ୍ଣାଳୀ ହୋତା ମୁଖ୍ଯ ଆକର୍ଷଣ 

ଝୁମିଲେ ଦର୍ଶକ, 

ଗଞ୍ଜାମ (ମଣିଭଦ୍ରା ଖବର) ଗଞ୍ଜାମ ବ୍ଲକ ଅନ୍ତର୍ଗତ ନୀଳାଦ୍ରିପୁର (କରପଡ଼ା)  ଋଷିକୂଲ୍ୟା ତଟ ପ୍ରସିଦ୍ଧ ଶକ୍ତିପୀଠ ମା' ରାମଚଣ୍ଡୀଙ୍କ ମନ୍ଦିର ପ୍ରତିଷ୍ଠାର ଦ୍ଵିତୀୟ ବାର୍ଷିକୀ ଉତ୍ସବ ଅବସରରେ " ମା ରାମଚଣ୍ଡୀ ମହୋତ୍ସବ  ଉଦଘାଟିତ ହୋଇଯାଇଛି।   ଏହି ମହୋତ୍ସବକୁ  ରାଜ୍ୟର  ଇସ୍ପାତ ଓ ଖଣି ତଥା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ  ବିଭୂତି ଭୂଷଣ ଜେନା ମା ଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିଲେ।  ଛତ୍ରପୁର ବିଧାୟକ  କୃଷ୍ଣ ଚନ୍ଦ୍ର ନାୟକ ଓ ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହେରା ଓ ସମାଜସେଵୀ ତଥା ବରିଷ୍ଠ ନେତା ବନମାଳି ସେଠୀ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଥିଲେ।

 ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ସାମାଜିକ ଗଣମାଧ୍ୟମ ମୁଖ୍ୟ ସୁଜାତା ସାବତ ପାଢ଼ୀ ଏବଂ ସୁନାମଧନ୍ଯ କଣ୍ଠଶିଳ୍ପୀ ବର୍ଣ୍ଣାଳି ହୋତା ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ଛତ୍ରପୁର ଓ ଗଞ୍ଜାମ ପ୍ରେସ କ୍ଲବ ର 9 ଜଣ ସାମ୍ବାଦିକ ଭାଇଙ୍କୁ ସମ୍ମାନିତ କରାଯାଇଥିଲା l


ମନ୍ଦିର ପରିଚଳନା କମିଟି ସଂଯୋଜକ କମଳ ପଣ୍ଡା ଓ ସହ ସଂଯୋଜକ ତୁଷାର ଶତପଥୀଙ୍କ ସଂଯୋଜନାରେ ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ତଥା ପୂଜା କମିଟି ର ସଭାପତି-ଅଜୟ କୁମାର ନାୟକ, ପୂର୍ବତନ ବ୍ଲକ ଅଧକ୍ଷ ଓ ପରିଚାଳନା କମିଟି ସଭାପତି ପ୍ରଶାନ୍ତ ନାୟକ, ଟ୍ରଷ୍ଟି ମଞ୍ଜୁଳା ପଣ୍ଡା, ଲକ୍ଷ୍ମୀ ନୃସିଂହ ପଣ୍ଡା, ଗଞ୍ଜାମ ଜିଲ୍ଲା ସାମ୍ବାଦିକ ସଙ୍ଘ ସମ୍ପାଦକ ସନ୍ତୋଷ କୁମାର ମିଶ୍ର, ପୂଜା କମିଟି ସମ୍ପାଦକ କୃଷ୍ଣଚନ୍ଦ୍ର ନାୟକ(ମହାରାଜ), କାର୍ଯ୍ୟକାରି ସଭାପତି ଦିବାକର ନାୟକ, ପ୍ରମୁଖ ମଞ୍ଚାସିନ ଥିଲେ l 


ଆନ୍ତଜ୍ୟାତୀୟ ଉଦଘୋଷକ ଜ୍ଞାନନନ୍ଦ ସାଗର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ l ବର୍ଣ୍ଣାଳି ହୋତା ଗୋଟିଏ ପରେ ଗୋଟିଏ ମନଛୁଆଁ ସଂଗୀତ ଗାନ କରି  ଉପସ୍ଥିତ ଶ୍ରଦ୍ଧାଳୁ ଓ ଜନସାଧାରଣଙ୍କୁ  ମନ୍ତ୍ରମୁଗ୍ଧ କରିଥିଲେ। 


ମହୋତ୍ସବ ପ୍ରଥମ  ସଂଧ୍ୟାରେ କଣ୍ଠଶିଳ୍ପୀ ଗଣେଶ ପଟ୍ଟନାୟକ, ଡା. ଚନ୍ଦନ ଗନ୍ତାୟତ, ଋତୁରାଜ ଙ୍କ ଗୀତରେ ଦର୍ଶକ ଝୁମିଥିଲେ l ସେହିପରି କୋରିଅ ଗ୍ରାଫର ଜୀବନ ମହାରଣା ଙ୍କ ଦ୍ୱାରା ବାଘନାଚ, ରଣପା, ଲୋକ କଳା ନୃତ୍ୟରେ ଦୁଲୁକିଥିଲା ମଞ୍ଚ l ଏହା ଦେଖିବା ପାଈଁ ଲକ୍ଷlଧିକ ଲୋକଙ୍କ ସମାଗମ ହୋଇଥିଲା l ଜିଲ୍ଲା ପ୍ରଶାସନ ର ସହଯୋଗ ଓ ଗଞ୍ଜାମ ଆଇଆଇସି ସୁମିତ୍ରା ପାତ୍ରଙ୍କ ତତ୍ୱାବଧାନ ରେ ଶାନ୍ତିଶୃଙ୍ଖଳା ପାଈଁ ବ୍ୟାପକ ବନ୍ଦୋବସ୍ତ କରାଯାଇଥଲା l ଏହି ମହୋତ୍ସବ 19 ତାରିଖରେ ଶେଷ ହେବ।

ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS