BREAKING
Loading...
:

ଲିଭର ଦେବା ପରେ ବି ବଞ୍ଚିଲେନି ସାନ ଯାଆ ।

 ଲିଭର ଦେବା ପରେ ବି ବଞ୍ଚିଲେନି ସାନ ଯାଆ ।

କଟକ (ମାନସ କୁମାର ସାହୁ) ଲିଭର ବା ଯକୃତ ପ୍ରତିରୋପଣ ସତ୍ତ୍ବେ ଜୀବିତ ରହି ପାରିଲେ ନାହିଁ ମହିଳା। ଶୁକ୍ରବାର ରାତିରେ ଡାକ୍ତରଙ୍କ ବହୁ ଚେଷ୍ଟା ସତ୍ତ୍ବେ ହାଇଦ୍ରାବାଦର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।ସୂଚନା ଅନୁସାରେ, ଝାଙ୍କରପାଲି ଅଞ୍ଚଳର ମହାଦେବ ପ୍ରଧାନଙ୍କ ଧର୍ମପତ୍ନୀ ଉମାକାନ୍ତିଙ୍କ ଲିଭର ଖରାପ ହୋଇଯିବାରୁ ତାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥିଲା। ଗୁରୁତର ଅବସ୍ଥାରେ ହାଇଦ୍ରାବାଦର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ମହିଳା ଜଣଙ୍କ । ଲିଭର ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ ସାନ ଯାଆଙ୍କୁ ଲିଭର ଦେଇ ଚର୍ଚ୍ଚାକୁ ଆସିଥିଲେ ବଡ଼ ଯାଆ । ଅନେକ ପରିବାରରେ ଯାଆମାନଙ୍କ ମଧ୍ୟରେ ମନମାଳିନ୍ୟ ଘଟଣା ସାମ୍ନାକୁ ଆସୁଥିବା ବେଳେ ଏ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।ବଡ଼ ଯାଆ ନିଜ ସାନ ଯାଆର ଜୀବନ ବଞ୍ଚାଇବାକୁ ଲିଭର ଦାନ କରିଥିଲେ । ସମସ୍ତ ଚେଷ୍ଟା ଓ ପ୍ରାର୍ଥନା ସତ୍ତ୍ବେ ଆଖି ବୁଝିଲେ ସମ୍ବଲପୁର ଝାଙ୍କରପାଲି ଗାଁର ବହୁ ଚର୍ଚ୍ଚିତ ସାନ ଯାଆ।ପିତ୍ତକୋଷରେ ଷ୍ଟୋନ୍‌ ହୋଇଥିବାରୁ ଉମାକାନ୍ତିଙ୍କ ଅସ୍ତ୍ରୋପଚାର କରାଯାଇ ପିତ୍ତକୋଷକୁ ଶରୀରରୁ ଅପସାରଣ କରାଯାଇଥିଲା। ଏହି ସମୟରେ ପିତ୍ତନଳୀକୁ ଡାକ୍ତର କାଟି ଦେଇଥିବା ଜଣାପଡ଼ିଛି। ଏହି ଘଟଣାର ୪ ବର୍ଷ ପରେ ଅର୍ଥାତ୍‌ ୨୦୨୪ ଡିସେମ୍ବର ୫ରେ ତାଙ୍କ ଲିଭର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଜଣାପଡ଼ିଥିଲା।

ମଣିଭଦ୍ରା ଖବର, କଟକ 

Post a Comment

أحدث أقدم
Header ADS