ବିଶ୍ୱ ପ୍ରସିଦ୍ଧ କୋଣାର୍କ ଚନ୍ଦ୍ରଭାଗା ମାଘ ସପ୍ତମୀ ରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ ।
କୋଣାର୍କ (ମଣିଭଦ୍ରା ଖବର) ବିଶ୍ୱ ପ୍ରସିଦ୍ଧ କୋଣାର୍କ ଚନ୍ଦ୍ରଭାଗା ଠାରେ ମାଘ ମାସ ସପ୍ତମୀ ତିଥିରେ ରାଜ୍ୟ ଓ ରାଜ୍ୟ ବାହାରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଆସି ରାତିରେ ରହି ଭୋର ସମୟରେ ପବିତ୍ର ପୁଷ୍କରିଣୀ ରେ ବୁଡ଼ ପକାଇଥିଲେ ।ଏହି ମହା ପବିତ୍ର ବୁଡ଼ ରେ ଲକ୍ଷାଧିକ ଶ୍ରଦ୍ଧାଳୁ କୁ ଲକ୍ଷ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ନିର୍ଦ୍ଧାରିତ ସମୟ ଅନୁସାରେ ତ୍ରିବେଣୀ ଶ୍ୱର ,ଈସ୍ଵାନେଶ୍ୱର ଓ ଦକ୍ଷିଣେଶ୍ଵର ଠାକୁର ସ୍ୱତନ୍ତ୍ର ପ୍ରୋସେସନରେ ଆସି ପବିତ୍ର ପୁଷ୍କରିଣୀ ରେ ନୀତି ନିୟମ ଅନୁସାରେ ପୂଜା ସ୍ନାନ କରିବା ପରେ ସାଧୁସନ୍ଥ ମାନେ ଆସି ସ୍ନାନ କରିବା ପରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ଭକ୍ତ ମାନେ ସ୍ନାନ କରିଥିଲେ ।ଏହି ପୋଖରୀରେ ଏହି ସପ୍ତମୀ ତିଥିରେ ସ୍ନାନ କଲେ ପୁଣ୍ୟ ମିଳିଥାଏ ବୋଲି ଶ୍ରଦ୍ଧାଳୁ ମାନେ କହିଥିଲେ ।
ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment