BREAKING
Loading...
:

ରାସ୍ତା ସମସ୍ୟା ନେଇ ମନ୍ତ୍ରୀଙ୍କୁ ଅଭିଯୋଗ

 ରାସ୍ତା ସମସ୍ୟା ନେଇ ମନ୍ତ୍ରୀଙ୍କୁ ଅଭିଯୋଗ 

 

ଗଞ୍ଜାମ (ମଣିଭଦ୍ରା ଖବର) ଜନସାଧାରଣଙ୍କ ଯାତାୟତ ରେ ବହୁତ ସମସ୍ୟା ଏବଂ ନାଇଁ ନଥିବା ଦୁର୍ଘଟଣା ର ଶିକାର ହେଉଥିବା ଲୋକଙ୍କ ସମସ୍ୟାକୁ ଦେଖି 39 ନମ୍ବର ୱାର୍ଡ ର ସ୍ଥାନୀୟ କର୍ପୋରେଟର ଶ୍ରୀମତୀ ସାବିତ୍ରୀ ନାୟକ ଗୋପାଳପୁର ବିଧାୟକ ତଥା ଓଡିଶାର ପରିବହନ ଏବଂ ଖଣି ମନ୍ତ୍ରୀ ଶ୍ରୀଯୁକ୍ତ ବିଭୁତି ଭୂଷଣ ଜେନାଙ୍କ ଦୃଷ୍ଟିଗୋଚର କରାଇଥିଲେ l ଅଞ୍ଚଳ ର ଏହିପରି ଘଟୁଥିବା ସମସ୍ୟା କୁ ମନ୍ତ୍ରୀ  ଶ୍ରୀ ଜେନା ଜିଲ୍ଲା ପ୍ରଶାସନର କୁ ଜଣାଇଥିଲେ l ଗଞ୍ଜାମ ଜିଲ୍ଲାପାଳ ଏବଂ Pwd ର ପ୍ରୟାସ ରେ ଇ-ଟେଣ୍ଡେର  ମାଧ୍ୟମରେ ଲାଞ୍ଜିପଲ୍ଲୀ ଫାଣ୍ଡି ନିକଟରୁ ଅଙ୍କୁଲ୍ଲୀ ପଶ୍ଚିମେଶ୍ୱର ମନ୍ଦିର ପର୍ଯ୍ୟନ୍ତ ରାସ୍ତା ଏବଂ ନାଳ କାମ ପାଇଁ ପ୍ରାୟ 2.5 କୋଟି ଟଙ୍କା ର କାମ କୁ ଅନୁମୋଦନ କରାଯାଇଛି l ଆଜି ବ୍ରହ୍ମପୁର ତହସିଲଦାର , pwd  ଏବଂ ଜିଲ୍ଲା ପ୍ରଶାସନ ମିଳିତ ଭାବେ ଆଙ୍କୁଲ୍ଲୀ ଅବେର ବ୍ରିଜ ନିକଟରୁ ରାସ୍ତା ପ୍ରଶକ୍ତିକରଣ ନିମନ୍ତେ ମାପ କରି କାମ ମଧ୍ୟ ଚାଲିଥିବା ଦେଖିବାକୁ ମିଳିଛି l ଏବଂ ଟେଣ୍ଡେର ହୋଇଥିବା କାର୍ଯ୍ୟ କୁ ଅତିଶୀଘ୍ର ସମାପ୍ତ କରାଯିବ ବୋଲି ମଧ୍ୟ କୁହାଯାଇଛି l

ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS