BREAKING
Loading...
:

ବନାଗ୍ନି ନିରାକରଣ ଶୋଭାଯାତ୍ରା ଓ ସଚେତନତା ସଭା ଅନୁଷ୍ଠିତ

 ବନାଗ୍ନି ନିରାକରଣ ଶୋଭାଯାତ୍ରା ଓ ସଚେତନତା ସଭା ଅନୁଷ୍ଠିତ 

ସମ୍ବଲପୁର (ମଣିଭଦ୍ରା ଖବର) 


କୁଚିଣ୍ଡା ବନ୍ୟାଞ୍ଚଳର ସକ୍ରିୟ ସହାୟତାରେ କୁଟୁରାଚୁଆଁ ସରକାରୀ ନୋଡାଲ ସ୍କୁଲ ପକ୍ଷରୁ ବନାଗ୍ନି ନିରାକରଣ ଓ ପ୍ରକୃତି ସଂରକ୍ଷଣ ସଚେତନତା ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ଅବୈତନିକ ବନ୍ୟପ୍ରାଣୀ ସଂରକ୍ଷକ ସୁବାସ ଚନ୍ଦ୍ର ନାୟକ ଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ପୂର୍ବତନ ବନ୍ୟ ପ୍ରାଣୀ ସଂରକ୍ଷକ ତଥା ସମାଜସେବୀ ଡକ୍ଟର ହୃଦାନନ୍ଦ ନାଏକ ମୁଖ୍ୟ ଅତିଥି ,ମୋ ଜଙ୍ଗଲ କମିଟି ର ସଭାପତି ପରିମଳ ପଣ୍ଡା ମୁଖ୍ୟବକ୍ତା ଓ ବନରକ୍ଷୀ ଅନିତା ନାୟକ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ । ଅତିଥମାନେ ନିଜସ୍ଵ ଭାଷଣରେ ଜଙ୍ଗଲଓ ବନ୍ୟ ପ୍ରାଣୀ ସୁରକ୍ଷିତ ନ ରହିଲେ ମାନବ ସମାଜ ଓ ବିଶ୍ଵର କି କ୍ଷତି ହେବ ତାହା ବୁଝାଇବା ସହ ଏ ଦିଗରେ ଛାତ୍ର, ଛାତ୍ରୀଙ୍କ ଭୂମିକା ସମ୍ପର୍କରେ ସଚେତନ କରିଥିଲେ। ପ୍ରାରମ୍ଭରେ ପ୍ରଧାନ ଶିକ୍ଷକ ଭବାନୀ ଶଙ୍କର ନାଏକ ସ୍ଵାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ ।ଏହି ଅବସରରେ ବନ୍ୟପ୍ରାଣୀ ସଂରକ୍ଷଣ ପାଇଁ ଚଳିତ ବର୍ଷ ଜିଲ୍ଲା ସ୍ତରରେ ପାଇଥିବା ବିଜୁ ପଟ୍ଟନାୟକ ସମ୍ମାନ ପାଇଁ ପ୍ରକୃତି ବନ୍ଧୁ ସୁବାସ ନାୟକଙ୍କୁ ସ୍କୁଲ ଓ ବନ ବିଭାଗ ପକ୍ଷରୁ ଉତ୍ସବରେ ଅତିଥିଗଣ ସମ୍ବର୍ଦ୍ଧିତ କରିଥିଲେ । ଅତିଥିଗଣ ଏହା ପୂର୍ବରୁ ଆୟୋଜିତ ପ୍ରବନ୍ଧ ପ୍ରତି ଯୋଗିତାର କୃତି ପ୍ରତିଯୋଗୀ ଜୁଲି ଦୀପ, ରିତେଶ ଧରୁଆ ଓ ଇଶାକ ବାଗଙ୍କୁ ପୁରସ୍କୃତ କରିଥିଲେ । ଏହା ପରେ ସହକାରୀ ଶିକ୍ଷୟିତ୍ରୀ ପଙ୍କଜିନୀ ନାୟକ ଓ ବଳରାମ ସାହୁଙ୍କ ପରିଚାଳନାରେ ବିଭିନ୍ନ ପ୍ଲା କାର୍ଡ ଧରି ଏକ ଶୋଭାଯାତ୍ରା ବଜାର ପରିକ୍ରମା କରିଥିଲା ।ସମଗ୍ର କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ ପଙ୍କଜିନି, ବଳରାମ ଙ୍କ ସହ ଯମୁନା ପୁରୋହିତ, କୌଶଲ୍ୟା ମିର୍ଦ୍ଧା, ସୁପ୍ରିୟା ରାଣୀ ନାୟକ, ରିତେଶ ଷଡ଼ଙ୍ଗୀ, ଭେଙ୍କଟ ସୁନାନି, ପିଣ୍ଟୁ ନନ୍ଦୀ ପ୍ରମୁଖ ପରିଚାଳନା କରିଥିଲେ । ବଳରାମ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS