ଦୁର୍ଗମ ଗାଁରେ ଜ଼ିଲ୍ଲାପାଳ,
୭ଟି ଦୁର୍ଗମ ଗାଁ ଲୋକଙ୍କ ସମସ୍ୟା ବୁଝିଲେ ଜିଲ୍ଲାପାଳ ।
ବୌଦ୍ଧ (ମଣିଭଦ୍ରା ଖବର) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ରହୁଥିବା ଆଦିବାସୀ ଙ୍କ ସମୟ ବଦଳିଛି । ଗୁହାରୀ ପାଇଁ ଦିନେ ଘାଟି ପାହାଡ ରାସ୍ତା ଅତିକ୍ରମ କରି ଦୁର୍ଗମବାସୀ ବହୁ କଷ୍ଟରେ ଜିଲ୍ଲାପାଳଙ୍କ ପାଖକୁ ପଂହଚୁଥିଲେ ।ଆଜି ଜିଲ୍ଲାପ୍ରଶାସନ ଘାଟି,ପାହାଡ ରାସ୍ତାରେ ଝାଳ/ନାଳ ହୋଇ ଦୁର୍ଗମବାସୀଙ୍କ ପାଖରେ ପଂହିଚି ସେମାନଙ୍କ ସୁଖ ଦୁଃଖ ବୁଝିଥିବା ଦେଖିବାକୁ ମିଳିଛି ।ବୌଦ୍ଧ ଜିଲ୍ଲାପ୍ରଶାସନର ଗାଁ କୁ ଚାଲ ଅଭିଯାନରେ ରବିବାର ବୌଦ୍ଧ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ନେତୃତ୍ୱରେ ଏକ ୩୦ଜଣିଆ ପ୍ରଶାସନିକ ଟିମ ପାହାଡିଆ ଦୁର୍ଗମ ରାସ୍ତାରେ ପାଖାପାଖି ୪କିଲୋମିଟର ଚାଲି ଚାଲି ୮ଶହ ଫୁଟ ଉଚ୍ଚରେ ଥିବା ଦୁର୍ଗମ ଗାଁ ସବେରୀରେ ପଂହଚି ଲୋକଙ୍କ ସମସ୍ୟା ବୁଝିଛନ୍ତି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଆଡେଣିଗଡ ପଂଚାୟତର ୧୨ନମ୍ବର ଓାର୍ଡ ଅର୍ନ୍ତଗତ ପୋଡହଳ ସଂରକ୍ଷିତ ଜଙ୍ଗଲର ୩/୪ଟି ଘାଟି ଉପରେ ଅବସ୍ଥିତ ଦୁର୍ଗମ ଗାଁ ସବେରୀରେ ଚାଲି ଚାଲି ଠିକ ଦିନ ୧୦ଟାରେ ପ୍ରଶାସନିକ ଟିମ ସେଠାରେ ପଂହଚିଥିଲା ।ଜିଲ୍ଲାପାଳଙ୍କୁ ପାଖରେ ପାଇ ଦୁର୍ଗମବାସୀ ଖୁସିରେ ଆତ୍ମହରା ହୋଇପଡିଥିଲେ ।ଗ୍ରାମବାସୀ ପ୍ରଶାସନିକ ଟିମକୁ ଭବ୍ୟ ସ୍ୱାଗତ ଜଣାଇଥିଲେ ।ଗଛତଳେ କଳାପଲିଥିନ ଟଣା ପାଲତଳେ ବସି ଗାଁ ଲୋକଙ୍କ ସମସ୍ୟ ଗୋଟି ଗୋଟି କରି ଜିଲ୍ଲାପାଳ ବୁଝିଥିଲେ ।ରାସ୍ତା,ପାନୀୟଜଳ,ବିଦ୍ୟୁତ୍,ଶିକ୍ଷା ଭଳି ସର୍ବନିମ୍ନ ମୌଳିକ ସୁବିଧାରୁ ଆଦିମ ଅଧିବାସୀ ବଂଚିତ ଥିବା ଜିଲ୍ଲାପାଳ ଜାଣିବାକୁ ପାଇଥିଲେ ।ଗାଁରେ ପୋଖରୀ କି କୌଣସି ପ୍ରାକୃତିକ ଜଳ ଉତ୍ସ ନଥିବାରୁ ମଣିଷ /ପଶୁ ଗୋଟିଏ କୂଅରୁ ଶୋଷମେଂଟାଉଥିବା କଥା ଗାଁ ଲୋକଙ୍କ ପାଖରୁ ଶୁଣି ଜିଲ୍ଲାପାଳ ସଙ୍ଗେ ସଙ୍ଗେ ଗାଁରେ ତତ୍କାଳ ତିନି ଗୋଟି କୂଅ ଖନନ ପାଇଁ ନିର୍ଦ୍ଦେଶ ଦେଇଥିଲେ ।ଲୋକଙ୍କ ପାଇଁ ରାସ୍ତା ନିର୍ମାଣ ପାଇଁ ମନରେଗା ଯୋଜନାରେ ୧୩ଲକ୍ଷ ୭୦ ହଜାର ଟଙ୍କା ଅନୁମୋଦନ ହୋଇଥିବା ଗ୍ରାମବାସୀଙ୍କୁ ଜିଲ୍ଲାପାଳ ଜଣାଇଥିଲେ ।ତତ୍କାଳ ସାମୁହିକଭାବେ ମିଶି ରାସ୍ତା କାମରେ ସହଯୋଗ ପାଇଁ ଲୋକଙ୍କୁ ଆହ୍ୱାନ କରିଥିଲେ ।ଗାଁରେ ସ୍ୱୟଂସହାୟକ ଦଳ ନଥିବାରୁ ତୁରନ୍ତ ଦଳ ଗଠନ କରି ସରକାରୀ ଯୋଜନାର ଲାଭ ଉଠାଇବା ପାଇଁ ଜିଲ୍ଲାପାଳ ପ୍ରବର୍ତାଇଥିଲେ ।ଏହା ସହିତ ସ୍ୱାବଲମ୍ବୀ ହେବା ପାଇଁ ଅଷ୍ଟମ/ଦଶମ ଶ୍ରେଣୀ ପାଠପଢି ଘରେ ରହିଥିବା ଯୁବକ ଯୁବତୀଙ୍କୁ ସିଲେଇ,ମୋବାଇଲ ରିପାରିଂ ,ଭଳି ମାଗଣା ତାଲିମ ସହିତ ରୋଜଗାରକ୍ଷମ ହେବାକୁ ଆହ୍ୱାନ କରିଥିଲେ ।ମାଣ୍ଡିଆ,ସୋରିଷ ଇତ୍ୟାଦି ଚାଷ କରି ବେଶ ଲାଭବାନ ହେବାକୁ କୃଷି ଅଧିକାରୀ ଗାଁ ଲୋକଙ୍କୁ ବିଝାଇଥିଲେ ।ବନ ସୁରକ୍ଷା ସମିତିରେ ସାମିଲ ହେବାକୁ ଜିଲ୍ଲାପାଳ ଗାଁ ଲୋକଙ୍କୁ ପ୍ରବର୍ତାଇଥିଲେ ।ସୁଭଦ୍ରା ଯୋଜନାରେ ସରକାରୀ ସହାୟତା କଥା ପଚାରିବୁଝିବା ସହିତ ଗୌତମ ମଲ୍ଲିକ ଭଳି ଜଣେ ହିତାଧିକାରୀଙ୍କୁ ନୂତନ ଭତା ବଟଂନ କରିଥିଲେ ।ଏହା ସହିତ ସମସ୍ତଙ୍କୁ ଚକୋଲେଟ /ବିସ୍କୁଟ ସହିତ ବୃଦ୍ଧ ବୃଦ୍ଧାଙ୍କୁ କମ୍ବଳ ମଧ୍ୟ ଜିଲ୍ଲାପାଳ ବଟଂନ କରିଥିଲେ ।ସେଠାରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଜରୀଆରେ ପ୍ରତ୍ୟେକ ଶିଶୁ ଠାରୁ ବୃଦ୍ଧ /ବୃଦ୍ଧା ପର୍ଯ୍ୟନ୍ତ ସମସ୍ତଙ୍କ ଚିକିତ୍ସା କରାଯାଇଛ ମାଗଣା ଔଷଧ ବଟଂନ କରାଯାଇଥିଲା ।ସେଠାରୁ ଠିକ ମଧ୍ୟାହ୍ନ ୧୨ଟାରେ ବାହାରି ଏକ ଘଂଟା ପରେ ବାଲେଜୁରେ ପଂହଚିଥିଲେ ।ବାଲେଜୁ,ଆଡାପାଜୁ,ମାଣ୍ଡାଲି,ର-ସାହି,ଛତ୍ରପଡା ଭଳି ୫ଟି ଗାଁ ଲୋକଙ୍କ ସମସ୍ୟା ବୁଝିବା ସହିତ ଲୋକଙ୍କୁ କମ୍ବଳ ବଂଟନ କରିଥିଲେ ।ବେଡି ମଲ୍ଲିକ (୪୫) ଭଳି ଜଣେ ଅବିବାହିତ ଆଦିବାସୀ ମହିଳାଙ୍କୁ ତତ୍କାଳ ଭତା ପ୍ରଦାନ କରିଥିଲେ ।ସେଠାରେ ଲୋକଙ୍କ ସମସ୍ୟା ବୁଝିବା ପରେ ପାଖାପାଖି ୪ କିଲୋମିଟର ଘାଟି /ପାହାଡ ରାସ୍ତାରେ ଚାଲି ଚାଲି ଲେଙ୍ଗେରପାଜୁରେ ପଂହଚି ସେଠାକାର ଅଧିବାସୀଙ୍କ ସମସ୍ୟା ବୁଝିଥିଲେ ।ସେଠାରେ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଲୋକଙ୍କୁ ବୁଝାଇଥିଲେ ।ବିଶେଷକରି ସ୍ୱୟଂସହାୟକ ଦଳକୁ ସ୍ୱାବଲମ୍ବୀ ହେବାକୁ ଆହ୍ୱାନ କରିଥିଲେ ।ଧାନ ଚାଷ ସହିତ ଛେଳି,ଗାଈ ,କୁକୁଡା ଚାଷ କରିବାକୁ ଲୋକଙ୍କୁ ବିଝାଇଥିଲେ ।ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷାକରିବା ପାଇଁ ବନଖଣ୍ଡ ଅଧିକାରୀ ଦୁର୍ଗମବାସୀଙ୍କ ସହଯୋଗ କାମନା କରିଥିଲେ ।୦୬ଟି ଦୁର୍ଗମବାସୀଙ୍କ ସମସ୍ୟା ବୁଝି ଦୀର୍ଘ ୦୮ ଘଂଟା ପରେ ଜିଲ୍ଲାପ୍ରଶାସନ ଟିମ ତଳେ ପଂହଚିଥିଲା ଗାଁରେ ବୌଦ୍ଧ ଜିଲ୍ଲାପ୍ରଶାସନ କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ,ବୌଦ୍ଧ ଡିଏଫ.ଓ ଦେବପ୍ରିୟ କମ୍ପ,ହରଭଙ୍ଗା ବି.ଡି.ଓ ଶରତ କୁମାର ସେଠୀ,ହରଭଙ୍ଗା ତହସିଲଦାର ବିଭୁପ୍ରସାଦ ସିଂ,ହରଭଙ୍ଗା ବ୍ଲକ ଗୋଷ୍ଠୀ କୃଷି ଅଧିକାରୀ ସବ୍ୟସାଚୀ ଦାସ,ହରଭଙ୍ଗା ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ବିରେନ୍ଦ୍ର ପୃଷ୍ଟି,ମାଧପୁର ରେଞ ଅଫିସର ଆଶିକ କୁମାର ଦିଗାଲ,ବନପାଳ ସୁନିଲ କ୍ଷେତି, ଭକ୍ତ ମଲ୍ଲିକ,ଏପିଓ ହେମନ୍ତ ପ୍ରଧାନ,ବିଏସଏସଓ ଅବିନାଶ ପ୍ରଧାନ,ପିଇଓ ଦିଲ୍ଲିପ ମଲ୍ଲିକ, ଟି.ବି ସୁପରଫାଇଜର ହିମାଂଶୁ ଶେଖର ମଲ୍ଲିକ,ଏମ/ପି.ଏସ ରବିନ ପ୍ରଧାନ,ହେଲyଥ ଓାର୍କର ଈଶ୍ୱର ବେହେରା,ଫାର୍ମାସିଷ୍ଟ ରାଜେନ୍ଦ୍ର ପ୍ରଧାନ,ଏମ.ଏଚ.ୟୁ ରବିନ୍ଦ୍ର କୁମାର ସ୍ୱାଇଁ,ବିରେନ୍ଦ୍ର କହଁରଙ୍କ ସହିତ ଅନ୍ୟାନ୍ୟ କର୍ମଚାରୀ ସବୁ ସାମିଲଥିଲେ ।
ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment