ଜନ ଆଦୃତ ହୋଇପାରୁନି ଜନ ଅଭିଯୋଗ ଶୁଣାଣୀ ଶିବିର, ଅଧିକାରୀ ମାଳମାଳ ଅଭିଯୋଗକାରୀ ଦୁର୍ବଳ
ଗଣିଆ ୧୭/୦୨( ମଣିଭଦ୍ରା ଖବର) ଆଗ ଭଳି ଆଉ ଜନ ଆଦୃତ ହୋଇପାରୁନି ଜନ ଅଭିଯୋଗ ଶୁଣାଣୀ ଶିବିର । କାରଣ ସମସ୍ତେ ଖୋଜୁଛନ୍ତି କିନ୍ତୁ ପାଉ ନାହାନ୍ତି । ବ୍ଳକ ପ୍ରଶାସନ ତରଫରୁ ଲୋକପ୍ରତିନିଧି ମାନଙ୍କ ଠାରୁ ଆରମ୍ଭ କରି ଜନତାଙ୍କ ପର୍ଯ୍ୟନ୍ତ ସଚେତନ ହେଉଛି କିନ୍ତୁ ଜନତା ଆସୁ ନାହାନ୍ତି । ଦିନ ଥିଲା ଅଭିଯୋଗ ଶୁଣାଣୀକୁ ଅଧିକାରୀ ଆସୁନଥିଲେ କିନ୍ତୁ ଏବେ ଅଧିକାରୀ ମାଳମାଳ ଅଭିଯୋଗକାରୀ ଦୁର୍ବଳ ଦେଖିବାକୁ ମିଳିଛି ଗଣିଆରେ । ଗଣିଆ ବ୍ଲକରେ ନୟାଗଡ ଜିଲ୍ଲାପାଳଙ୍କ ବ୍ଲକସ୍ତରୀୟ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଗଣିଆ ବ୍ଲକ କାର୍ଯ୍ୟାଳୟ ପରିସରରେ ସୋମବାର ଜିଲ୍ଲାପାଳଙ୍କ ଏହି ଜନ ଅଭିଯୋଗ ଶୁଣାଣୀ ଶିବିରରେ ମୋଟ ୨୭ଟି ଅଭିଯୋଗ ପଞିକୃତ ହୋଇଥିଲା । ନୟାଗଡ ଜିଲ୍ଲାପାଳ ଡଃ ଅକ୍ଷୟ ସୁନୀଲ ଅଗ୍ରୱାଲ ଏହି ଅଭିଯୋଗର ଶୁଣାଣି କରି ତୁରନ୍ତ ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପଞିକୃତ ଅଭିଯୋଗ ମଧ୍ୟରୁ ପ୍ରଧାନମନ୍ତୀ ଆବାସ ଯୋଜନା ପାଇଁ ୧, ରାସନ କାର୍ଡ ପାଇଁ ୪, ବାର୍ଧକ୍ୟ ଓ ବିଧବା ଭତା ପାଇଁ ୧, ମୁଖ୍ୟମନ୍ତ୍ରୀ ରିଲିଫ ସହାୟତା ପାଇଁ ୪, ଶିକ୍ଷା ସମସ୍ୟା ପାଇଁ ୧, ପାନୀୟ ଜଳ ସମସ୍ୟା ସମାଧାନ ପାଇଁ ୨, ବିଦ୍ୟୁତ ସମସ୍ୟା ପାଇଁ ୩ ଟି ପରି ମୋଟ ୨୦ଟି ବ୍ୟକ୍ତିଗତ ଅଭିଯୋଗ ଓ ୬ଟି ସାମୁହିକ ଅଭିଯୋଗ ପଞିକୃତ ହୋଇଥିଲା ।ତେବେ ମୁଖ୍ୟମନ୍ତ୍ରୀ ରିଲିଫ ସହାୟତା ଜଣଙ୍କୁ ପ୍ରଦାନ କରାଯାଇଥିଲା । ୨୭ଟି ଅଭିଯୋଗ ମଧ୍ୟରୁ ୮ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଛି । ଆଡକଟା ପଚାଂୟତ କାର୍ଯ୍ୟାଳୟ ପରିସରରେ ଥିବା କାନାରା ବ୍ୟାଙ୍କ ଶାଖା କାର୍ଯ୍ୟାଳୟକୁ କିଛି ବ୍ୟକ୍ତି ସ୍ୱାର୍ଥସାଧନ ଉଦ୍ଦ୍ୟେଶ୍ୟରେ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଚାହୁଁଥିବା ବେଳେ ଏହି ବ୍ୟାଙ୍କ ଶାଖାକୁ ଅନ୍ୟତ୍ର ସ୍ଥାନାନ୍ତର ନକରିବା ପାଇଁ ଗଣିଆ ବ୍ଲକ ଅଧକ୍ଷାଙ୍କ ସମେତ , ଦଶପଲ୍ଲା ଓ ଖଣ୍ଡପଡା ବ୍ଲକର କିଛି ନିର୍ବାଚିତ ଜନପ୍ରତିନିଧି ଓ ସ୍ଥାନୀୟ ଲୋକେ ଲିଖିତ ଭାବେ ଅଭିଯୋଗ କରିଥିଲେ । ସେହିପରି ଆଦିବାସୀ ପ୍ରବଣ ବଡଶିଲିଙ୍ଗ ପଚାଂୟତର ଗୋଛାବାରୀ, ଢିପିସାହି ଠାରେ ବସ୍ ଷ୍ଟାଣ୍ଡ ନିର୍ମାଣ କରିବା ଏବଂ ବଡଶିଲିଙ୍ଗା ଆଶ୍ରମ ବିଦ୍ୟାଳୟରେ ଷ୍ଟାଫ କ୍ୱାର୍ଟର ଓ ପିଲାଙ୍କ ପାଇଁ ଡାଇନିଂ ହଲ ନିର୍ମାଣ ପାଇଁ ସ୍ଥାନୀ ୟସରପଚଂ ଲିଖିତ ଭାବେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ସେହିପରି ଗଣିଆ ମହିଳା ଓ ଶିଶୁ ବିକାଶ କାଯ୍ୟଳୟରେ ରାତ୍ରି ଜଗୁଆଳି ସୋମନାଥ ବେହେରାଙ୍କୁ ପାରିଶ୍ରମିକ ବକେୟା ୨ ଲକ୍ଷ ୬୫ ହଜାର ଟଙ୍କା ପୈଠ କରିବା ପାଇଁ ଲିଖିତ ଭାବେ ଜିଲ୍ଲପାଳଙ୍କୁ ଜଣାଇଥିଲେ ! ପ୍ରଜାପିତା ବ୍ରହ୍ଣକୁମାରୀ ଈଶ୍ୱରୀୟ ବିଦ୍ୟାଳୟ ରେ ପାନୀୟ ଜଳପାଇଁ ସମସ୍ୟାକୁ ନେଇ ବିଭାଗୀୟ ଅଧିକାରୀ ମାନଙ୍କୁ ବାରମ୍ବାର ଅଭିଯୋଗ କରିବା ପରେ ପ୍ରଶାସନ ନ ଶୁଣିବା ଯୋଗୁଁ ଗଣିଆ ସମିତି ସଭ୍ୟ ଫକୀର ମୋହନ ଜିଲ୍ଲାପାଳକୁ ଲିଖିତ ଅଭିଯୋଗ କରିଥିଲେ ! କରଡ଼ାପଡା ପଂଚାୟତର ନାରଣପ୍ରସାଦ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ବାରମ୍ବାର ଜଣାଇଲେ ମଧ୍ୟ କୌଣସି ସମାଧାନ ନ ହେବାରୁ ସରପଞ୍ଚଙ୍କ ସମେତ ଆଠ ମୌଜାର ଜନସାଧାରଣ ମାନେ ଲିଖିତ ଅଭିଯୋଗ କରିଥିଲେ ! ଏହି ଶିବିରରେ,ଅତିରିକ୍ତ ଜିଲ୍ଲାପାଳ କର୍ଣ୍ଣଦେବ ସମାଦାର, ଜିଲ୍ଲା ପରିଷଦ ନିର୍ବାହି ଅଧିକାରୀ ଲଗ୍ନଜିତ ରାଉତ, , ଖଣ୍ଡପଡା ଏସ ଡ଼ି ପିଓ ଦିନେଶ କୁମାର ନାୟକ, ବ୍ଲକ ଅଧକ୍ଷା ଝୁନା ଜେନା , ଗଣିଆ ବ୍ଲକ ଭାରପ୍ରାପ୍ତ ବିଡିଓ ତଥା ତହସିଲଦାର ପ୍ରିତୀବାଳା ରଣା, ବ୍ଲକ ଉପାଧକ୍ଷ ରାଜକିଶୋର ସାହୁ, ଜିଲ୍ଲା ପରିଷଦ ସଭ୍ୟ ନରେଶ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଆୟୋଜିତ ଶିବିରରେ ବ୍ଲକର ସମସ୍ତ ସରପଞ୍ଚ ଓ ସମିତିସଭ୍ୟ ଓ ସଭ୍ୟ, ରାଜସ୍ୱ, ଶିକ୍ଷା, ସ୍ୱାସ୍ଥ୍ୟ, ଶ୍ରମ, ଜଙ୍ଗଲ, କୃଷି, ଉଦ୍ୟାନକୃଷି, ଜଳ ଓ ପରିମଳ, ମହିଳା ଓ ଶିଶୁ ବିକାଶ, ପ୍ରାଣୀସମ୍ପଦ ପରି ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର


إرسال تعليق