କେନ୍ଦୁପଲ୍ଲୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ବାର୍ଷିକୋତ୍ସବ
ବାଙ୍କୀ (ମାନସ ରଞ୍ଜନ ସାହୁ ):ବାଙ୍କୀ ବ୍ଲକ ଅନ୍ତର୍ଗତ କେନ୍ଦୁପଲ୍ଲୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରିବାସହ ନିମନ୍ତ୍ରିତ ଅତିଥିଙ୍କୁ ପୁଷ୍ପ ଗୁଚ୍ଛ ସହ ବ୍ୟାଚ ପ୍ରଦାନ କରିଥିଲ l ପ୍ରଧାନ ଆଚାର୍ଯ୍ୟ ଜୟଦେବ ରାଉତଙ୍କ ସଂଯୋଜନାରେ ସମ୍ପାଦକ ଚିତ୍ତ ରଞ୍ଜନ ସାହୁ ଅତିଥି ପରିଚୟ ପସହ ବିବରଣୀ ପାଠ କରିଥିଲେ l ପରିଚାଳନା କମିଟି ସଭାପତି ତଥା ବୈଦ୍ୟେଶ୍ୱର କାର୍ତିକ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ବିଧାୟକ ପାର୍ଥୀ ତୁଷାରକାନ୍ତ ଚକ୍ରବର୍ତ୍ତୀ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ପୂର୍ବତନ ଅଧ୍ୟକ୍ଷା ସତ୍ୟନାରାୟଣ ସାମନ୍ତ ଯୋଗ ଦେଇଥଲେ l ସମ୍ମାନିତ ଅତିଥି ଭାବେ ସମାଜ ସେବୀ ପୂର୍ଣ୍ଣ ଚନ୍ଦ୍ର ସାହୁ, ବୈଜ୍ଞାନିକ ଉଦୟ ନାଥ ସାହୁ, ସାଂସଦ ପ୍ରତିନିଧି ଜୟନ୍ତ ବେଉରା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବଳରାମ ସାହୁ ପ୍ରମୁଖ ଉପସ୍ଥିତ ରହି ଛାତ୍ର ଛାତ୍ରୀ ଙ୍କ ଉର୍ନତି ଉପରେ ବିଭିନ୍ନ ଉପାଦେୟ ବକ୍ତବ୍ୟ ପ୍ରଦାନ କରିଥିଲେ l ଶିକ୍ଷକ ଜୟଦେବ ରାଉତ ଧନ୍ୟବାଦ ଅର୍ପଣ କରିଥିବାବେଳେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ପରିଚାଳନା ରେ ସହଯୋଗ କରିଥିଲେ l ଶେଷରେ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଛାତ୍ର /ଛାତ୍ରୀ ମାନଙ୍କ ଦ୍ୱାରା ସଂସୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l
ମଣିଭଦ୍ରା ଖବର, ବାଙ୍କୀ


إرسال تعليق