BREAKING
Loading...
:

ଗଣିଆରେ ହତ୍ୟା, କନ୍ଧମାଳରୁ ଗଳିତ ଶବ ଉଦ୍ଧାର

 ଗଣିଆରେ ହତ୍ୟା, କନ୍ଧମାଳରୁ ଗଳିତ ଶବ ଉଦ୍ଧାର  

ଗଣିଆ (ମଣିଭଦ୍ରା ଖବର) ଗଣିଆ ଥାନା ଉପର ହଦପଶି ଗ୍ରାମର ୭ ଦିନ ହେବ ନିଖୋଜ ଥିବା ଚରଣ ବେହେରାଙ୍କ ମୃତ ଦେହ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଗାଡ଼ିଆପଡ଼ା ଘାଟିର ପ୍ରଥମ ବୁଲାଣି ନିକଟରୁ  ଉଦ୍ଧାର କରିଛି ପୁଲିସ୍ । ଘଟଣାସ୍ଥଳରେ କନ୍ଧମାଳ ଜିଲାର ଖଜୁରୀପଡ଼ା ପୋଲିସ୍ ଓ ନୟାଗଡ଼ ଜିଲ୍ଲାର ଗଣିଆ ଥାନା ପୋଲିସ୍ ପକ୍ଷରୁ ତଦନ୍ତ ଜାରି ରହିଛି ।  ସୂଚନାନୁସାରରେ ଗତ ଜାନୁଆରୀ ୩୦ ତାରିଖ ଦିନ ଗାଁରେ ଅଷ୍ଟ ପ୍ରହରୀ ଚାଲିଥିବା ବେଳେ ଗାଁର କିଛି ଲୋକ ଚରଣ ବେହେରାଙ୍କୁ ମଦ ପିଇବାକୁ ଡାକି ନେଇଥିଲେ । ଚରଣ ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । ଚରଣଙ୍କ କୌଣସି ସନ୍ଧାନ ନପାଇ ୩୧ ତାରିଖରେ ଗଣିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ ପରିବାର ଲୋକେ । ଅଭିଯୋଗ ପ୍ରକାରେ ଗଣିଆ ପୁଲିସ୍ ତଦନ୍ତ କରିବା ସହ ମୁଖ୍ୟ ଅଭିଯୁକ୍ତ ପିଣ୍ଟୁ ବେହେରାକୁ ଗିରଫ କରିବା ପରେ ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି । 

ଅଭିଯୁକ୍ତକୁ ସାଙ୍ଗରେ ଧରି ହତ୍ୟାକାଣ୍ଡର ରିକ୍ରିଏସନ୍ କରିଛି ପୁଲିସ୍ । ଏଥିସହିତ କନ୍ଧମାଳ ଜିଲା ଖଜୁରୀପଡା ଥାନା ଅନ୍ତର୍ଗତ ଗାଡ଼ିଆପଡ଼ା ଘାଟିରୁ ଚରଣଙ୍କ ଗଳିତ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି ପୁଲିସ୍ । ସେପଟେ ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଉଭୟଙ୍କ ମଧ୍ୟରେ ପୂର୍ବ ଶତ୍ରୁତା ଥିଲା । ଏହାକୁ ନେଇ ଏହି ହତ୍ୟାକାଣ୍ଡ ଘଟାଇଛନ୍ତି ଦୁର୍ବୃତ୍ତ । ମୁଖ୍ୟ ଅଭିଯୁକ୍ତ ସହ ଆଉ କେଉଁମାନେ ଏହି ହତ୍ୟାକାଣ୍ଡରେ ସାମିଲ୍ ଅଛନ୍ତି ସେନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ଗଣିଆ ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନା ପ୍ରକାଶ କରିଛନ୍ତି ।

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS