BREAKING
Loading...
:

ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସାଳୟକୁ ଆଧୁନିକୀକରଣ ପାଇଁ ଦାବୀ

 ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସାଳୟକୁ ଆଧୁନିକୀକରଣ ପାଇଁ ଦାବୀ 



ବ୍ରହ୍ମପୁର (ମଣିଭଦ୍ରା ଖବର) ବ୍ରହ୍ମପୁର ସହରରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ ରହିଥିଲେ ବି ସେଥି ଅନୁଯାୟୀ ଚିକିତ୍ସା ପଦ୍ଧତିକୁ ଆଧୁନିକିକରଣ କରା ନ ଯିବା ଯୋଗୁଁ ଚିକିତ୍ସା ନ ପାଇ ଅନେକ ସମୟରେ ପଶୁଙ୍କର ଅକାଳ ମୃତ୍ୟୁ ଘଟୁଛି l ସୂଚନା ଯୋଗ୍ୟ ଯେ, ବ୍ରହ୍ମପୁର ଜାତୀୟ ରାଜପଥରେ ଥିବା ଗଞ୍ଜାମ ଢ଼ାବା ନିକଟରେ ଏକ ଷଣ୍ଢ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଦୀର୍ଘ ସମୟରୁ ଯନ୍ତ୍ରଣାରେ ଛଟପଟ ହେଉଥିଲେ ବି ପ୍ରାଣୀ ଚିକିତ୍ସାଳୟ ତା'ର ଚିକିତ୍ସା କରିପାରୁନାହାନ୍ତି l ପଶୁ ସହାୟକ ଟୋଲ ଫ୍ରି ନମ୍ବର ୧୯୬୨ କୁ ସମାଜସେବୀ ମନୋଜ ତରାଇ ଫୋନ କରିବାରୁ କିଛି ସମୟରେ ଆମ୍ବୁଲାନ୍ସ ପହଁଚିଲା ସତ ହେଲେ ଆମ୍ବୁଲାନ୍ସ କର୍ମୀ ମାନେ ଅଧିନିକ ବ୍ୟବସ୍ଥା ନ ଥିବା ହେତୁ ଷଣ୍ଢ ଟିକୁ ଆୟତ୍ତ କରି ନ ପାରି ଫେରିଯାଇଥିଲେ ଏବଂ ପରେ ଶ୍ରୀଯୁକ୍ତ ତରାଇ ଅଗ୍ନି ନିର୍ବାହ ସହାୟ କେନ୍ଦ୍ରକୁ ମଧ୍ୟ ଯୋଗାଯୋଗ କରିଥିଲେ ବି ତାଙ୍କ ଠାରୁ ମଧ୍ୟ କୌଣସି ସହାୟ ନ ପାଇ ନିରାଶ ହେଲେ, ଫଳରେ ଷଣ୍ଢ ଟିର ବର୍ତମାନ ସୁଦ୍ଧା ଚିକିତ୍ସା ଆରମ୍ଭ ହୋଇପାରିନାହିଁ l ଦୁର୍ଭାଗ୍ୟର କଥା ବ୍ରହ୍ମପୁର ଭଳି ମହାନଗର ନିଗମରେ ପଶୁ ଚିକିତ୍ସାଳୟରେ ଅଧିନିକ ଲିଫ୍ଟ ବ୍ୟବସ୍ଥା ଓ ପଶୁ ଆୟତ୍ତ ପାଇଁ ମେସିନ ନଥିବାରୁ ଏଭଳି ବହୁ ପଶୁଙ୍କୁ ଚିକିତ୍ସା ହୋଇପାରୁନାହିଁ ବୋଲି ପଶୁ ପ୍ରେମୀ ଶ୍ରୀଯୁକ୍ତ ତରାଇ ଅଭିଯୋଗ କରିଛନ୍ତି l ଏଥି ପୂର୍ବରୁ ପଶୁ ଚିକିତ୍ସାଳୟରେ ଇଣ୍ଡୋର ବିଭାଗ ଓ ଆଧୁନିକ ଚିକିତ୍ସା ବ୍ୟବସ୍ଥା କାର୍ଯ୍ୟକାରୀ ଓ ସରକାରୀ ଯୋଗାଣ ଔଷଧ, ଇଞ୍ଜେକ୍ସନ, ସାଲାଇନ ଆଦିର ବାଟ ମାରଣା ରୋକିବା ନିମନ୍ତେ ବାରମ୍ବାର ଶ୍ରୀଯୁକ୍ତ ତରାଇ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି l

ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS