BREAKING
Loading...
:

ମହାବୀର ସାଂସ୍କୃତିକ ପରିଷଦର ନୂତନ କର୍ମକର୍ତ୍ତା ଚୟନ, ଗିରିଧାରୀ ନୂତନ ସଭାପତି

 ମହାବୀର ସାଂସ୍କୃତିକ ପରିଷଦର ନୂତନ କର୍ମକର୍ତ୍ତା ଚୟନ, ଗିରିଧାରୀ ନୂତନ ସଭାପତି 

ଗଣିଆ (ମଣିଭଦ୍ରା ଖବର) ଗଣିଆ ବଜାରରେ ଥିବା ବହୁ ପୁରାତନ କ୍ଳବ୍ ମହାବୀର ସାଂସ୍କୃତିକ ପରିଷଦର ନୂତନ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଯାଇଛି । କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳପଡିଆ ପରିସରରେ ଆୟୋଜିତ ସଭାରେ ଅସ୍ଥାୟୀ ସଭାପତି ହଲିମ୍ ଖାଁ ସଭାପତିତ୍ବ କରିଥିଲେ । ସର୍ବସମ୍ମତିକ୍ରମେ ସଭାପତି ଭାବେ ଗଣିଆ ପଞ୍ଚାୟତ ସରପଞ୍ଚ ଗିରିଧାରୀ ସେଠୀଙ୍କୁ ନୂତନ ସଭାପତି ଭାବେ ଚୟନ କରାଯାଇଥିବା ବେଳେ ଉପ ସଭାପତି ଭାବେ ପୂର୍ଣ୍ଣଚନ୍ଦ୍ର ବେହେରା, ସମ୍ପାଦକ ବିଶ୍ବରଞ୍ଜନ ସେଠୀ,ସହ ସମ୍ପାଦକ ସନ୍ତୋଷ କୁମାର ବେହେରା, କୋଷାଧ୍ୟକ୍ଷ ପ୍ରଦୀପ ମହାପାତ୍ର, ସାଂସ୍କୃତିକ ସମ୍ପାଦକ ଦେବୀ ପ୍ରସାଦ ଦାଶ,କ୍ରିଡ଼ା ସମ୍ପାଦକ ଫକୀର ମୋହନ ଡାକୁଆଙ୍କୁ ଚୟନ କରାଯାଇଥିଲା । ଉପଦେଷ୍ଟା ଭାବେ ଅଶୋକ କୁମାର ବେହେରା,ଅଜୟ କୁମାର ଲେଙ୍କା,ପ୍ରଶନ୍ନ କୁମାର ସାହୁ, ମହେଶ୍ୱର ମହାରଣା,ହଲିମ୍ ଖାଁ ସଭ୍ୟ ଭାବରେ ଅବଦୁଲ ଅଲିମ୍ ଖାଁ,ଅଜୟ ସେଠୀ,ଶୁସାନ୍ତ ବେହେରା, ଲକ୍ଷ୍ମୀଧର ବେହେରାଙ୍କୁ ମନୋନୀତ କରାଯାଇଥିଲା । ଗଣିଆ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆସନ୍ତା ଜାନୁଆରୀ ୨୬ ତାରିଖ ଠାରୁ ଆରମ୍ଭ ହେବା ପାଇଁ ସ୍ଥିର କରାଯାଇଥିଲା । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ବିଭିନ୍ନ କମିଟି ଗଠନ କରାଯାଇ ଦାୟିତ୍ବ ହସ୍ତାନ୍ତର କରାଯାଇଥିଲା । ଦଳମତ ନିର୍ବିଶେଷରେ ସମସ୍ତେ ଏକତ୍ରିତ ହୋଇ ଟୁର୍ଣ୍ଣାମେଣ୍ଟରେ ସହଯୋଗ କରିବାକୁ ନୂତନ ସଭାପତି ସମସ୍ତଙ୍କୁ ଅନୁରୋଧ କରିଥିଲେ । ଦୀର୍ଘ ଦିନ ହେବ ଗଣିଆରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ହୋଇପାରିନଥିବା ବେଳେ ପୁଣିଥରେ ଗଣିଆ ଖେଳପଡିଆରେ ଫୁଟବଲ୍ ଖେଳ ଦେଖିବାକୁ କ୍ରିଡ଼ା ପ୍ରେମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS