BREAKING
Loading...
:

କବିତା ରଚନାରେ ରାଜ୍ୟରେ ପ୍ରଥମ କାହ୍ନା"

 "କବିତା ରଚନାରେ ରାଜ୍ୟରେ ପ୍ରଥମ କାହ୍ନା"

ନୟାଗଡ଼ (ମଣିଭଦ୍ରା ଖବର) ନୟାଗଡ଼ ଜିଲ୍ଲାର  ସରକାରୀ ଉଚ୍ଚ ବିଦ୍ୟାଳୟ ବାହାଡ଼ାଝୋଲାର ଦଶମ ଶ୍ରେଣୀ ଛାତ୍ର କାହ୍ନା ପ୍ରଧାନ କବିତା ରଚନାରେ ରାଜ୍ୟ ଏବଂ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ତେଣୁ ଆଜି ତା ୦୬.୦୧.୨୦୨୫ ରିଖ ତାଙ୍କୁ ବିଦ୍ୟାଳୟର ପ୍ରାର୍ଥନା ସଭାରେ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ବିଜୟ କୁମାର ଚୌଧୁରୀ ଓ ବରିଷ୍ଠ ଶିକ୍ଷକ ତଥା ନୟାଗଡ଼ ଜିଲ୍ଲା ସାହିତ୍ୟ ସୃଜନୀର ଏସ ଆର ଜି  ଡ଼କ୍ଟର ପ୍ରତାପ କୁମାର ପରିଡ଼ା ଉପହାର ଦେଇ ସମ୍ବର୍ଦ୍ଧିତ କରିଛନ୍ତି ତଥା ବିଦ୍ୟାଳୟର ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ଅଭିଭାବକ ସାଙ୍ଗସାଥି ଉପସ୍ଥିତ ରହି ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।।

ଏହା ଓଡ଼ିଶା ମାଧ୍ଯମିକ ସ୍କୁଲ ଶିକ୍ଷକ ସଂଘ ଦ୍ବାରା ଆୟୋଜିତ ରାଜ୍ୟସ୍ତରୀୟ ଶିଶୁ ଉତ୍ସବ  ଡିସେମ୍ବର ମାସ ୨୭ ଠାରୁ ୨୯ ମଧ୍ୟରେ ନିରାଡମ୍ବରରେ ଉଦଯାପନୀ ହୋଇଥିଲା ।ଶିଶୁଟିର ସର୍ବାଙ୍ଗୀନ ବିକାଶରେ ପରିବାର, ବିଦ୍ୟାଳୟ, ଗୋଷ୍ଠୀର ଭୂମିକା ଗୁରୁତ୍ବପୂର୍ଣ । ଶିଶୁଟିର ଅଭିଜ୍ଞତା ଓ ଦକ୍ଷତାକୁ ପ୍ରତିପାଦନ କରିବା ଏବଂ ସମ୍ମାନ ଦେବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ଶିଶୁର ଅନ୍ତର୍ନିହିତ ଗୁଣାବଳୀର ମାନସିକ ଓ ଆବେଗିକ ବିକାଶ ନିମନ୍ତେ ଉତ୍ସାହ ପ୍ରଦାନ ସହିତ ସର୍ଜନଶୀଳତାର ବାତାବରଣ ସୃଷ୍ଟି କରିବା  ।  ଡ଼କ୍ଟର ପ୍ରତାପ କୁମାର ପରିଡ଼ା କହିଥିଲେ ସାହିତ୍ୟ ଏକ ଯାତ୍ରା ନୁହେଁ ଏହା ଏକ ଜୟଯାତ୍ର! ସ୍ମୃତି ରେ ସାହିତ୍ୟ ସୃଜନୀ ସର୍ବଦା କୁହେ "ସ୍ମୃତି କେବେ ସରେ ନାହିଁ କି ପ୍ରତିଭା କେବେ ମରେ ନାହିଁ "।।ତେଣୁ କାହ୍ନ ଏତେ ଛୋଟ ବୟସ ରୁ ସୁନ୍ଦର ସୁନ୍ଦର କବିତା ରଚନା କରୁଥିବାରୁ ଆଗାମୀ ଭବିଷ୍ୟତରେ ସାହିତ୍ୟ କ୍ଷେତ୍ରରେ ସୁନାମ ଆଣିବା ପାଇଁ ଏହା ଗୋଟେ କ୍ଷୁଦ୍ର ।

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 


Post a Comment

أحدث أقدم
Header ADS