BREAKING
Loading...
:

ବ୍ରହ୍ମପୁର ମହୋତ୍ସବ ଜାନୁୟାରୀ ପରିବର୍ତ୍ତେ, ଫେବୃଆରୀ - ୧ ରୁ୬ ରେ ଅନୁଷ୍ଠିତ ହେବ

 ବ୍ରହ୍ମପୁର ମହୋତ୍ସବ ଜାନୁୟାରୀ ପରିବର୍ତ୍ତେ, ଫେବୃଆରୀ - ୧ ରୁ୬ ରେ ଅନୁଷ୍ଠିତ ହେବ ।

ବ୍ରହ୍ମପୁର (ମଣିଭଦ୍ରା ଖବର) ଖେଳ ପଡିଆ ସମସ୍ୟା ଯୋଗୁଁ ବ୍ରହ୍ମପୁର ମହୋତ୍ସବ - ୨୦୨୫, ପୂର୍ବ ନିର୍ଦ୍ଧାରିତ ଜାନୁଆରି ୧୧ ରୁ ୧୬ ପରିବର୍ତ୍ତେ ଫେବୃଆରୀ ୧ ରୁ ୬ ତାରିଖରେ ୟୁସିପି ଇଞ୍ଜିନିୟରିଂ ସ୍କୁଲ ଖେଳ ପଡ଼ିଆରେ ଅନୁଷ୍ଠିତ କରିବା ନିମନ୍ତେ ସୋମବାର ମହାନ୍ ସଂଘ କାର୍ଯ୍ୟାଳୟ ରେ ନିଷ୍ପତି ହୋଇଛି। ପୂର୍ବ ନିର୍ଦ୍ଧାରିତ ଷ୍ଟଲ ,ସାଂସ୍କୃତିକ କାର୍ଯ୍ୟକ୍ରମ ସହ , ରକ୍ତ ଦାନ, ସ୍ବାସ୍ଥ୍ୟ ଶିବିର ସହ ଅନ୍ୟାନ୍ୟ ଆକର୍ଷଣୀୟ କାର୍ଯ୍ୟକ୍ରମ ଆଲୋଚନା ଚକ୍ର, ସ୍ମରଣିକା ପ୍ରକାଶ କରାଯିବା ସ୍ଥିର ହୋଇଛି। ସଂଘ ସଭାପତି  ସୁଶାନ୍ତ କୁମାର ସାବତ ଙ୍କ ଅଧ୍ୟକ୍ଷତାରେ ମହୋତ୍ସବ ସମ୍ପାଦକ  ଗୋପାଳ ପଟ୍ଟନାୟକ ପ୍ରାରମ୍ଭିକ ସୂଚନା ଦେଇଥିଲେ । ପ୍ରକାଶ ଭାଯାନି, ବଳରାମ ପଣ୍ଡା, ସୁଚେତା ପାଣିଗ୍ରାହୀ,  ତପନ ପଣ୍ଡା, ହରିକୃଷ୍ନ ମିଶ୍ର, ଆଦିତ୍ୟ ନାରାୟଣ ରଥ,  ସାଧନା ପାଢ଼ୀ, ପୁଷ୍ପଲତା ପାଣିଗ୍ରାହୀ, ସାବନା ଦାଶ, ନିବେଦିତା ପାଢ଼ୀ, ଲୋପା ସାମଲ, ବନ୍ଦିତା ତ୍ରିପାଠୀ, ନାରାୟଣ ମହାଙ୍କୁଡ, ଅନିଲ ପାତ୍ର, ତପନ ମହାପାତ୍ର ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ। ଶେଶରେ ସୁଦୀପ କୁମାର୍ ସାହୁ ଧନ୍ୟବାଦ୍ ପ୍ରଦାନ କରିଥିଲେ। ପ୍ରାରମ୍ଭରେ ବିଶିଷ୍ଟ ଆଇନଜୀବୀ ସୁଧାଂଶୁ ଶେଖର ପଣ୍ଡା ଓ ବିଶିଷ୍ଟ ଲେଖିକା ଅମିୟବାଳା ପଟ୍ଟନାୟକ ଙ୍କ ବିୟୋଗରେ ଶୋକ ପ୍ରକାଶ କରାଯାଇଥିଲା।

ଡ.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS