ଭାଗବତ ଟୁଙ୍ଗି ସୁରକ୍ଷା ସମିତି ର ମାସିକ ବୈଠକ
ଭୁବନେଶ୍ଵର (ମଣିଭଦ୍ରା ଖବର) ଗଂଜାମ ଜ଼ିଲ୍ଲା ଭାଗବତ ଟୁଙ୍ଗି ସୁରକ୍ଷା ସମିତି ର ମାସିକ ବୈଠକ ସଭାପତି ମହନ୍ତ ଶ୍ରୀ ହରିହର ଦାସ ମହାରାଜଙ୍କ ଅଧକ୍ଷାତା ରେ ଲୋଚାପଡ଼ା ସ୍ଥିତ ସିଦ୍ଧ ବାବା ଭାଗବତ ଆଶ୍ରମ ଠାରେ ଅନୁଷ୍ଠିତ ହୋଇଯାଇଛି. ବୈଠକରେ ଉପସ୍ଥିତ ସଦସ୍ୟ ମାନେ ସମିତିର ପଞ୍ଜି କରଣ,ଜ଼ିଲ୍ଲା ର ପ୍ରତେକ ବ୍ଲକ ରେ ଭାଗବତ ଟୁଙ୍ଗି ସ୍ଥାପନ ସରକାରଙ୍କ ଠାରୁ ଭାଗବତ ଟୁଙ୍ଗି ସୁରକ୍ଷା ପାଇଁ ଅନୁଦାନ ସଂଗ୍ରହ ପ୍ରଭୃତି ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା . ମହନ୍ତ ଶ୍ରୀ ରାମକୃଷ୍ଣ ଦାସ ମହାରାଜଙ୍କ ସଂଯୋଜନାରେ ପରିଚାଳିତ ବୈଠକରେ ଉପସଭାପତି ଗୋପାଳକୃଷ୍ଣ ପାଢ଼ୀ ସାଧରଣ ସମ୍ପାଦକ ଶ୍ରୀ କୈଳାଶ ଚନ୍ଦ୍ର ପାଣିଗ୍ରାହୀ ,ବିପିନ ବିହାରୀ ସାହୁ ,ସୁଶାନ୍ତ କୁମାର ମହାରଣା ,ତ୍ରିନାଥ ପାତ୍ର, ଭିକି ସ୍ୱାଇଁ ପ୍ରମୁଖ ଉପସ୍ତିତି ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ
ଆସନ୍ତା ବୈଠକ ରେ ସମିତିର ପଞ୍ଜିକରଣ ପାଇଁ ସମସ୍ତ ସଦସ୍ୟ ଉପସ୍ଥିତ ରହିବା ପାଇଁ ଅନୁରୋଧ କରାଗଲା .ଶେଷରେ ପହିଲି ଭୋଗ ର ବ୍ୟବସ୍ତା ସମସ୍ତଙ୍କ ପାଇଁ କରାଯାଇଥିଲା ।
ଡ.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق