BREAKING
Loading...
:

ଜବର ଦଖଲ ଉଚ୍ଛେଦକୁ ନେଇ କମିଶନର - ବହୁ କର୍ପୋରେଟର ମୁହାଁମୁହିଁ

 -- 👉 *ଜବର ଦଖଲ ଉଚ୍ଛେଦକୁ ନେଇ କମିଶନର - ବହୁ କର୍ପୋରେଟର ମୁହାଁମୁହିଁ*

--- *👉 କମିଶନର ଗୋ-ବ୍ୟାକ ନାରାରେ କମ୍ପି ଉଠିଥିଲା ପଞ୍ଚାନନ ନଗର ବସ୍ତି*


ଭୁବନେଶ୍ଵର (ମଣିଭଦ୍ରା ଖବର) ୧୭ନଂ ୱାର୍ଡ ଅନ୍ତର୍ଗତ ଗେଟ ବଜାର ସ୍ଥିତ ପଞ୍ଚାନନ ନଗର ବସ୍ତିରେ ଆଜି ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଜବର ଦଖଲ ଉଚ୍ଛେଦ କରିବା ପୂର୍ବରୁ ଉତ୍ତେଜନା ଦେଖିବାକୁ ମିଳିଥିଲା ।ଗୃହ ନିର୍ମାଣ କରିଥିବା ଟିକି ପାତ୍ର ନାମକ ଜଣେ ମହିଳାଙ୍କୁ ଦୁଇ ଦିନ ପୂର୍ବେ ନିଗମ ପକ୍ଷରୁ ନୋଟିସ ହୋଇଥିଲା । ଆଜି ସକାଳୁ ଏଯାବତ ଝିପି ଝିପି ବର୍ଷା ସତ୍ୱେ ବିଇଏମସିର ଏକ ଟିମ ଉଚ୍ଛେଦ କରିବାକୁ ଆସିଥିଲେ ।ଦୀର୍ଘ ସମୟ ଧରି ସ୍ଥାନୀୟ ଲୋକେ , ସ୍ଥାନୀୟ କର୍ପୋରଟେର ଦୁର୍ଗା କୁମାର ଲାୟକଙ୍କ ସମେତ ୧୨ରୁ ଅଧିକା କର୍ପୋରେଟର ଘଟଣାସ୍ଥଳରେ ପହଞ୍ଚି ଜବର ଦଖଲ ଉଚ୍ଛେଦକୁ ପ୍ରତିବାଦ କରିଥିଲେ ।ଏପରି କି କମିଶନର ଓ କିଛି କର୍ପୋରେଟର ମୁହାଁମୁହିଁ ମଧ୍ୟ ହୋଇଥିଲେ । ତାପରେ କମିଶନର ଗୋ-ବ୍ୟାକ (Go-back )ନାରାରେ ଉକ୍ତ ବସ୍ତି ସମେତ ସ୍ଥାନୀୟ ଅଞ୍ଚଳ କମ୍ପି ଉଠିଥିଲା । ଉତ୍ତେଜନାକୁ ଦୃଷ୍ଚିରେ ରଖି ବ୍ୟାପକ ପୁଲିସ ଫୋର୍ସ ମଧ୍ୟ ମୁତ୍ତୟନ କରାଯାଇଥିଲା  । ଉତେଜନା ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବା ପୂର୍ବରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟାରୁ ବିଇଏମସି ଓହରିଥିଲା। ବର୍ଷା ଯୋଗୁଁ ଉଛେଦ ପ୍ରକ୍ରିୟା ବନ୍ଦ କରାଯାଇଥିବା ମହାନଗର ନିଗମ ପକ୍ଷରୁ କୁହାଯାଇଛି ।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS