*ବ୍ରହ୍ମପୁର ସହରକୁ ସ୍ବଚ୍ଛ ରଖିବା ଆଳରେ ଲୁଟି ଖାଇବାରେ ବେଷ୍ଟ ଘରୋଇ ଏଜେନ୍ସି (ପ୍ରତ୍ୟୁଷ) । ଆଖିକି ଦେଖାଯାଉଛି ନା ଜାଣି ନ ଜାଣିଲା ପରି ହେଉଛି ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍ସି) । ସହରକୁ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ଘରୋଇ ଏଜେନ୍ସି (ପ୍ରତ୍ୟୁଷ) କୁ ୧୭ଟି ୱାର୍ଡର ପରିମଳ ଦାୟିତ୍ଵ ହସ୍ତାନ୍ତର କରିଛି ବ୍ରହ୍ମପୁର ମହାନଗର ନିଗମ । ଏଥି ପାଇଁ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ମଧ୍ୟ ଖର୍ଚ୍ଚ କରୁଛି ମହାନଗର ନିଗମ । ହେଲେ ଯେଉଁ ଭଳି କାମ କରିବା ପାଇଁ ଘରୋଇ ଏଜେନ୍ସି (ପ୍ରତ୍ୟୁଷ) ଯେଉଁ ଭଳି ପ୍ରତିଶ୍ରୁତି ଦେଇଥିଲା ତାହା ଏବେ ପ୍ରତିଶ୍ରୁତି ହିଁ ରହିଗଲା। ଏଥି ପ୍ରଶ୍ନ ଉଠିଛି କାହିଁକି ଶୋଇ ରହିଛି ମହାନଗର ନିଗମ ? ଘରୋଇ ଏଜେନ୍ସି (ପ୍ରତ୍ୟୁଷ) ନାମରେ ବାରମ୍ବାର ଅଭଯୋଗ ହେଉଥିଲେ ମଧ୍ୟ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି ମହାନଗର ନିଗମ । ଗୋଟିଏ ପଟେ ବ୍ରହ୍ମପୁର ସହର ବସି ଗନ୍ଧରେ ବାରି ହେଉଥିବା ବେଳେ ଅନ୍ୟ ପଟେ ମହାନଗର ନିଗମ ନିଜ କାର୍ଯ୍ୟାଳୟରେ ଶୋଇବଶିଛି । ଏହାର ସୁଯୋଗ ନେଇ ଘରୋଇ ଏଜେନ୍ସି (ପ୍ରତ୍ୟୁଷ) ଲୁଟି ଖାଇବାରେ ବେଷ୍ଟ ମହାନଗର ନିଗମ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ।
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق