BREAKING
Loading...
:

ଚାକିରୀ କରାଇ ଦେବା ନାଁ ରେ ଝିଅ କୁ ବିକ୍ରି ଅଭିଯୋଗ ଆଣିଲେ ମା

 ଚାକିରୀ କରାଇ ଦେବା ନାଁ ରେ ଝିଅ କୁ ବିକ୍ରି ଅଭିଯୋଗ ଆଣିଲେ ମା

15 ମାସ ହେଲାଣି ମିଳୁନି ପତ୍ତା ରୋଜାଲିନ ଜୀବିତ ତ ମୃତ?ତଦନ୍ତ ଦାବୀ

କଟକ (ମଣିଭଦ୍ରା ଖବର ) ନରସିଂହପୁର ଥାନା ଅନ୍ତର୍ଗତ କେନ୍ଦୁପଲ୍ଲୀ ଗ୍ରାମର ରୋଜାଲିନ ରାଉତ ଙ୍କୁ ଭୁବନେଶ୍ୱର ରେ ଚାକିରୀ କରାଇ ଦେବା ନାଁ ବିକ୍ରି କରି ଦେଇଥିବା ରିଜାଲିନ ଙ୍କ ମା ଅଭିଯୋଗ କରିଛନ୍ତି। 15 ମାସ ରୁ ଅଧିକ ଦିନ ହେବ ରିଜାଲିନ ଙ୍କ ପତ୍ତା ଏପର୍ଯ୍ୟନ୍ତ ମିଳୁ ନଥିବାରୁ ରିଜାଲିନ ଜୀବିତ? କି ମୃତ?  ସେନେଇ ସନ୍ଦେହ ସୃଷ୍ଟି ହୋଇଛି। ଝିଅ କୁ ଖୋଜି ଖୋଜି ମା ଆଖିରୁ ଲୁହ ଶୁଖୁ ନଥିବା ବେଳେ ମା ର ଆସିବା ବାଟ କୁ ଅନାଇ ରହିଛି ପୁଅ 

ସୂଚନା ରୁ ପ୍ରକାଶ ଯେ କେନ୍ଦୁପଲ୍ଲୀ ଗ୍ରାମର ରଘୁନାଥ ବେହେରା ଓ ରୂପବତୀ ବେହେରା ଙ୍କ ଝିଅ ରୋଜାଲିନ ବେହେରା 29 ବର୍ଷ ଙ୍କୁ ସେହି ଗ୍ରାମର ଜୈନେକ ଯୁବକ ଭୁବନେଶ୍ୱର ରେ ଚାକେରି କରାଇ ଦେବା ର ପ୍ରଲୋଭନ ଦେଖାଇ ଗତ 2023 ମସିହା ସେପ୍ଟେମ୍ବର ମାସ 11 ତାରିଖରେ ଘରୁ ନେଇଥିଲେ। ସମ୍ପୃକ୍ତ ଯୁବକ ତାଙ୍କ ଘରେ ଦୁଇ ଦିନ ରଖିବା ପରେ ତା ପରଠାରୁ ରୋଜାଲିନ ର ଆଉ କୌଣସି ପତ୍ତା ମିଳୁନି ପ୍ରାୟ 15 ମାସରୁ ଅଧିକ ଦିନ ହେବ ଏପର୍ଯ୍ୟନ୍ତ ତାଙ୍କର କୌଣସି କୌଣସି ସୂଚନା. ମଧ୍ୟ ନାହିଁ। ଝିଅ କୁଆଡେ ଗଲା ମା ବାରମ୍ବାର ସମ୍ପୃକ୍ତ ଯୁବକ ଙ୍କୁ ପଚାରିଥିଲେ ମଧ୍ୟ ସମ୍ପୃକ୍ତ ଯୁବକ କୌଣସି ସନ୍ତୋଷ ଜନକ ଉତ୍ତର ଦେଉ ନାହାନ୍ତି ତମ ଝିଅ କୁଆଡେ ଯାଇଛି ମୁଁ କହି ପାରିବି ନାହିଁ କହି ଆଜି ପର୍ଯ୍ୟନ୍ତ କୌଣସି ଧାରଛୁଆଁ ଦେଉ ନାହାନ୍ତି। ନିଜ ମୁଣ୍ଡରୁ ଦୋଷ ଛଡାଇ ଆରାମ ରେ ବୁଲୁଥିବା ବେଳେ ଝିଅ କୁ ନପାଇ ବାପା ମା,ଆଖିରୁ ଲୁହ ଶୁଖୁନି,ମା ର ଆସିବା ବାଟ କୁ ଚାହିଁ ରହିଛି 12 ବର୍ଷର ପୁଅ 

ରୂପବତୀ ଙ୍କ ପରିବାର ଆର୍ଥିକ ସ୍ୱେଚ୍ଛଳତା ନଥିବା ବେଳେ ସ୍ୱାମୀ ରଘୁନାଥ କଲିକତାରେ ଶ୍ରମିକ ଭାବେ କାମ କରନ୍ତି। ଆର୍ଥିକ ଅବଟନ ରେ ଗତି କରୁଥିବା ପରିବାର ର ସରଳତାର ସୁଯୋଗ ନେଇ ତାଙ୍କ ଝିଅ ରୋଜାଲିନ ଙ୍କୁ କୌଣସି ସ୍ଥାନରେ ବିକ୍ରି କରି ଦେଇଥିବା ମା ରୂପବତୀ ଅଭିଯୋଗ କରିବା ଏନେଇ

ଗତବର୍ଷ ରୁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ମାତ୍ର ଆଜି ପର୍ଯ୍ୟନ୍ତ ଝିଅର ସନ୍ଧାନ ମିଳିନି। ରୋଜାଲିନ ଏବେ ଜୀବିତ କି ମୃତ ସେନେଇ ସନ୍ଦେହ ରେ ଅଛନ୍ତି ମା 

ଝିଅ କୁ ପାଇବା ପାଇଁ ଥାନା ଠାରୁ ଆରମ୍ଭ କରି ଦେବାଦେବୀ, ପୂଜାର୍ଚ୍ଚନା, ଗୁଣିଆ ପର୍ଯ୍ୟନ୍ତ ଯିଏ ଯାହା କହିଲେ କରି ସାରିଲେଣି 

ଏଥିପାଇଁ ଧାରକରଜ ଲକ୍ଷାଧିକ ଟଙ୍କା ମଧ୍ୟ ସାରିଲେଣି ହେଲେ ଆଜି ପର୍ଯ୍ୟନ୍ତ କୌଣସି ପତ୍ତା ମିଳୁନି। ଏ ଏନେଇ ନରସିଂହପୁର ଥାନା ଅଧିକାରୀ ଭବାନୀ ଶଙ୍କର ଖୁଣ୍ଟିଆ ଙ୍କୁ ପଚାରିବାରୁ  ପୂର୍ବରୁ ଏନେଇ ଏକ ମାମଲ ରୁଜୁ ହୋଇଛି। ଏହାର ତଦନ୍ତ ମଧ୍ୟ ଚାଲିଛି।

ଥାନା ର ଜଣେ ଅଧିକାରୀସେ ଏହାର ତଦନ୍ତ ଭାର ନେଇଛନ୍ତି। ସେ ଛୁଟିରେ ଥିବାବେଳେ  ଥାନାରେ ଆବଶ୍ୟକୀୟ କର୍ମଚାରୀ ମଧ୍ୟ ଅଭାବ ରହିଛି କର୍ମଚାରୀ ଅଭାବରୁ ତଦନ୍ତ ବାଧାପ୍ରାପ୍ତ ହେଉଛି। କିନ୍ତୁ ଏହାର ତଦନ୍ତ କରି ଘଟଣାର ପ୍ରକୃତ ସତ୍ୟାସତ୍ୟ ଖୁବଶୀଘ୍ର ବାହାର କରିବା ପାଇଁ ଉଦ୍ୟମ ଜାରି ରହିଛି ବୋଲି କହିଛନ୍ତି।

ମାନସ କୁମାର ସାହୁ, କଟକ 

Post a Comment

Previous Post Next Post
Header ADS