ଅଙ୍କୁରାୟନ କାର୍ଯ୍ୟକ୍ରମରେ ପୁରସ୍କୃତ ହେଲେ ଛାତ୍ର ଛାତ୍ରୀ
ନୟାଗଡ (ରୀନା ସାହୁ) ଶରଣକୁଳ ନିକଟସ୍ଥ ହରିହର ପୁର, ଗ୍ରିନ କ୍ଲବର ସଭାପତି , ବିଭୁ ପ୍ରସାଦ ମିଶ୍ରଙ୍କ ଉଦ୍ୟମରେ ୧୬ ଡିସେମ୍ବର ରୁ ଆରମ୍ଭ ହୋଇ ୧୯ ଡିସେମ୍ବର ପର୍ୟ୍ୟନ୍ତ ତିନି ଦିନ ଧରି ଚାଲିଥିବା ଅଙ୍କୁରାୟନ କାର୍ଯକ୍ରମରେ, ପ୍ରାୟ ୧୩୨ ଟି ବିଦ୍ୟାଳୟରୁ ଆସିଥିବା ସାତ ଶହରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପ୍ରାୟ ୨୮ ଟି ବିଭାଗ ଯଥା ପୁଚି, ଚିତା ପକା, ଝୋଟି ପକା, ମେହେନ୍ଦି ଲଗା, ହୁଳହୁଳି, ଲମ୍ବା ଡିଆଁ, ରଚନା ଲେଖା, ହସ୍ତାକ୍ଷର ଲେଖା, ଭାଷଣ ଆଦି ପ୍ରତି ଯୋଗିତାରେ ଅଂଶ ଗ୍ରହଣ କରି ଥିବା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରୁ ପ୍ରତ୍ୟେକ ବିଭାଗର ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ୯୧ ଜଣ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ସହ ପୁରସ୍କାର ପ୍ରଦାନ କରା ଯାଇଥିଲା ! ଉକ୍ତ ପୁରସ୍କାର ବିତରଣ ଉତ୍ସବରେ ମୂଖ୍ୟ ଅତିଥି ଭାବେ. ପ୍ରିତମ ଚନ୍ଦ୍ର ପୋଥଳ, ମୂଖ୍ୟ ବକ୍ତା ଗୋବିନ୍ଦ ଚନ୍ଦ୍ର ଦାଶ, ସମ୍ମାନିତ ଅତିଥି ସ୍ଥାନୀୟ ସରପଞ୍ଚ ବିଳାସିନୀ ମହାପାତ୍ର, ସାମ୍ବାଦିକ ବିନୋଦ କୁମାର ସାହୁ ପ୍ରମୁଖ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ ପୁରସ୍କାର ପ୍ରଦାନ କରିଥିଲେ । ପୁରାତନ ସ୍ଥାନୀୟ କ୍ରୀଡା, କଳା, ଶିକ୍ଷ୍ୟା, ପ୍ରଥା ର ପୁର୍ନଜୀବିତ ଉପଲକ୍ଷେ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗର ଅତି ସୁରୁଖୁରୁରେ ତିନିଦିନ କାର୍ଯକ୍ରମ ସମାପନ ହୋଇଥିଲା। ମୂଖ୍ୟ ଆକର୍ଷଣ ତିନି ଦିନ ର କାର୍ଯ୍ୟକ୍ରମରେ କୌଣଷି ପରିସ୍ଥିତିରେ ଛୋଟ ସିଙ୍ଗଲ ପଲିଥିନ୍ ବ୍ୟବହାର କରାଯାଇ ନଥିଲା ବେଳେ ପ୍ରତ୍ୟେକ ଦିନ ପ୍ରାୟ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ପାଇଁ ବିନା ପିଆଜ ରସୁଣ ରେ ଖାଦ୍ୟ ପ୍ରସ୍ତୁତ କରାଯାଇ ଏକ ଆନନ୍ଦ ବଜାରର ଭ୍ରମ ସୃଷ୍ଠି କରିଥିଲା । ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ବିଦ୍ୟାଳୟରୁ ଛାତ୍ର ଛାତ୍ରୀ ମାନେ ଅନ ଲାଇନ ରେ ନାମ ପଞ୍ଜିକରଣ କରିଥିଲେ। କାର୍ଯ୍ୟକ୍ରମକୁ ସଫଳ ରୂପାୟନ ଦେବା ପାଇଁ ଗ୍ରୀନ କ୍ଳବ୍ ତରଫରୁ ଏକ ମାସ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରଯାଇଥିଲା ! କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ପ୍ରାୟ ଆଠ ଦଶ ଦିନ ଧରି ନିକଟସ୍ଥ ଗ୍ରାମ ମାନଙ୍କରେ ଭିକ୍ଷା କରାଯାଇ ସଂଗୃହିତ ଅର୍ଥ ରାଶିକୁ ଅଙ୍କୁରାୟନ କାର୍ଯ୍ୟକ୍ରମରେ ଲଗାଯାଇ ସଧାରଣ ଲୋକଙ୍କ ଆଶୀର୍ବାଦ ନିଆ ଯାଇଥାଏ । ଗ୍ରୀନ କ୍ଳବ୍ ତରଫରୁ ନିକଟସ୍ଥ ପଡ଼ିଆରେ ବୃକ୍ଷ ରୋପଣ କରାଯାଇଥିବାର ସୂଚନା ମିଳିଛି ! ଛାତ୍ର ଛାତ୍ରୀ ମାନେ ଏହି ଅଙ୍କୁରାୟନ୍ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ଖୁସି ବ୍ୟକ୍ତ କରିଥିଲେ ।
ମଣିଭଦ୍ରା ଖବର,ନୟାଗଡ


Post a Comment