ଭାରତର ପୂର୍ବତନ କ୍ରିକେଟର ବିନୋଦ କାମ୍ବଲି ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି
ନୂଆଦିଲ୍ଲୀ (ମଣିଭଦ୍ରା ଖବର) ଭାରତର ପୂର୍ବତନ କ୍ରିକେଟର ବିନୋଦ କାମ୍ବଲି ଗତ କିଛି ଦିନ ହେବ ସ୍ୱାସ୍ଥ୍ୟ ଜନିତ ସମସ୍ୟା ନେଇ ସଂଘର୍ଷ କରୁଛନ୍ତି। ଆଜି କାମ୍ବଲିଙ୍କ ସ୍ୱାସ୍ଥ୍ୟାବସ୍ଥା ପୁଣି ଥରେ ବିଗିଡ଼ିଯାଇଛି। ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଥାନେର ଆକୃତି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡାକ୍ତରମାନଙ୍କ ଏକ ଟିମ ଏବେ ତାଙ୍କର ଚିକିତ୍ସା କରୁଛନ୍ତି। ନିକଟରେ ବିନୋଦ କାମ୍ବଲିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହି ଭିଡିଓରେ ସେ ସଚିନ ତେନ୍ଦୁଲକରଙ୍କ ସହ ନଜର ଆସିଥିଲେ, ଯେଉଁଥିରେ ସେ ବହୁତ ଅସୁସ୍ଥ ଦେଖାଯାଉଥିଲେ । ସେବେଠାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଅନେକ ଚିନ୍ତା ବଢ଼ିବାରେ ଲାଗିଛି। ସ୍ବାସ୍ଥ୍ୟ ସମସ୍ୟା ସହ ବିନୋଦ କାମ୍ବଲିଙ୍କ ଆର୍ଥିକ ସ୍ଥିତି ମଧ୍ୟ ଭଲ ନାହିଁ। ୧୯୮୩ ବିଶ୍ୱକପ ବିଜୟୀ ଭାରତୀୟ ଦଳର ଅଧିନାୟକ କପିଳ ଦେବ ତାଙ୍କୁ ସମସ୍ତ ପ୍ରକାର ସହଯୋଗ କରାଇଦେବେ ବୋଲି କହିଥିଲେ ।
ସୂଚନା ଅନୁଯାୟୀ, ସଚିନଙ୍କ ବାଲ୍ୟବନ୍ଧୁ ହେଉଛନ୍ତି ବିନୋଦ କାମ୍ବଲି । ୧୯୯୧ରେ ଆନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ପଦାର୍ପଣ କରିଥିଲେ । ୧୯୯୩ରେ ସେ ଟେଷ୍ଟ ପଦାର୍ପଣ କରି ଝଡ ସୃଷ୍ଟି କରିଥିଲେ । ସେ କମ ଦିନ ମଧ୍ୟରେ ୨ଟି ଦ୍ୱିଶତକ ମାରିଥିଲେ ।
ମାନସ କୁମାର ସାହୁ, କଟକ


Post a Comment