BREAKING
Loading...
:

ସାମନ୍ତରାୟ ମହାବିଦ୍ୟାଳୟର ଯୁକ୍ତ ଦୁଇ କଳା ବିଭାଗର ବନ୍ଧୁ ମିଳନ

 ସାମନ୍ତରାୟ ମହାବିଦ୍ୟାଳୟର ଯୁକ୍ତ ଦୁଇ କଳା ବିଭାଗର ବନ୍ଧୁ ମିଳନ 

ଗଣିଆ (ମଣିଭଦ୍ରା ଖବର) ଗଣିଆରେ ଥିବା ସାମନ୍ତରାୟ ମହାବିଦ୍ୟାଳୟର ଯୁକ୍ତ ଦୁଇ କଳା ବିଭାଗର ବନ୍ଧୁ ମିଳନ ସ୍ଥାନୀୟ ଗୋକୁଳାନନ୍ଦ ପୀଠରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମ୍ପାଦକ ଏଲଡାଡ କାଇଁଣ୍ଡସେଥ,ଅଧ୍ୟକ୍ଷ ମଳୟ କୁମାର ପଣ୍ଡା, ଉପାଧ୍ୟକ୍ଷ ଉମାକାନ୍ତ ବେହେରା, ଅଧ୍ୟାପକ ଜିତେନ କୁମାର ପାଣିଗ୍ରାହୀଙ୍କ ସମେତ ସମସ୍ତ ଅଧ୍ୟାପକ ତଥା ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ । ଚଳିତ ବର୍ଷ ଯୁକ୍ତଦୁଇ ବିଭାଗରେ ନାମ ଲେଖାଇଥିବା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ ତଥା ଭାବର ଆଦାନ ପ୍ରଦାନ ଅବସରରେ ମହାବିଦ୍ୟାଳୟ ତରଫରୁ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଗୋକୁଳାନନ୍ଦ ପୀଠରେ ଏହି ବନ୍ଧୁ ମିଳନର ଆୟୋଜନ କରାଯାଇଥିଲା । ଛାତ୍ର ଛାତ୍ରୀ ମାନେ ଏହି ବନ୍ଧୁମିଳନରେ ଯୋଗ ଦେଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବା ସହିତ ଏହି ପର୍ଯ୍ୟଟନସ୍ଥଳୀର ମଜା ଉଠାଇଥିଲେ । 

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS