BREAKING
Loading...
:

ଭୀଷଣ ବର୍ଷା ରେ ଭିଜିଲା ବର୍ଷକ ଅମଳ,ଚିନ୍ତାରେ ଚାଷୀ

 ଭୀଷଣ ବର୍ଷା ରେ ଭିଜିଲା ବର୍ଷକ ଅମଳ,ଚିନ୍ତାରେ ଚାଷୀ 

ନୟାଗଡ଼ (ରୀନା ସାହୁ) କଥାରେ ଅଛି ଜଳ ବିହୁନେ ସୃଷ୍ଟି ନାଶ, ଜଳ ବହୁଳେ ସୃଷ୍ଟି ନାଶ, ବର୍ଷ ସାରା ବର୍ଷା ଭଲ ହୋଇ ଧାନ ଫସଲ ଅମଳ କରୁ ଥିବାରୁ ଚାଷୀ କୁଳ ଭାରି ଖୁସି ଥିଲେ ! କିନ୍ତୁ ଦଇବ ସାଜିଲା ବଇରୀ, ଅମଳର ଶେଷ ପର୍ଯ୍ୟାୟରେ ଗତ କାଲିଠାରୁ ପ୍ରବଳ ବର୍ଷା ହେତୁ ପାଚିଲା ଧାନ ସହ କଟା ଧାନ ପାଣିରେ ଭିଜୁଛି, ଚାଷୀ ମାନଙ୍କ ଚେଷ୍ଠା ବିଫଳ ହୋଇଛି, ଏତେ ପରିମାଣରେ ବର୍ଷା ହେବ ବୋଲି ଚାଷୀ ମାନେ ଭାବି ନଥିଲେ, ଏଭଳି ଦୁର୍ଦ୍ଦଶା ଦେଖି ବାକୁ ମିଳିଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ଅଂଚଳରେ । ୨୦ ଡିସେମ୍ବର  ଦିନ ୧୦ ଟା ବେଳୁ ବର୍ଷା ଅବିରତ ଭାବେ ବର୍ଷୁ ଥିବାରୁ ଶହ ଶହ ଏକର ପାଚିଲା ଧାନ ଜମିରେ ପାଣି ଜମି  ଧାନ ଫସଲ ଉଜୁଡ଼ି ଗଲାଣି। କଟା ଧାନ ପାଣିରେ ଭାସୁଛି । ଜମିରେ  ଗଦା ହୋଇଥିବା ଧାନ ବି ପାଣି ଘେରରେ । ଚାଷୀ ମାନଙ୍କ ବୁଦ୍ଧି ଗୁଡୁମ୍! ବଳକା ଥିବା ଅମଳର କୋଡ଼ିଏ ପ୍ରତିଶତ ଅମଳ କରିବା କଷ୍ଟକର ଭଳି ଜଣା ପଡିଛି ।ଏଣୁ ଜିଲ୍ଲା ପ୍ରଶାସନ ତଥା ବ୍ଳକ ପ୍ରଶାସନ , ବ୍ଲକ୍ କୃଷି ଅଧିକାରୀ ମାନେ  ଯଥା ଶୀଘ୍ର କ୍ଷୟ କ୍ଷତି ଯାଞ୍ଚ କରି କ୍ଷତି ଗ୍ରସ୍ଥ ଚାଷୀ ମାନଙ୍କୁ ସହାୟତା ଯୋଗାଇ ଦେଲେ ଚାଷୀ ମାନେ ଖୁସି ହେବେ । ଅନେକ ଚାଷୀ କୃଷି ଋଣ, ଘରୋଇ ଋଣ ଆଦି ଆଣି ଧାନ ଚାଷ କରିଥିବା ସୂଚନା ମିଳିଛି । 

ମଣିଭଦ୍ରା ଖବର, ନୟାଗଡ଼ 

Post a Comment

أحدث أقدم
Header ADS