ଗଞ୍ଜାମ ଜିଲ୍ଲାସ୍ତରୀୟ ଶିଶୁ ଉତ୍ସବ ଉଦଘାଟିତ
ଗୋପାଳପୁର (ମଣିଭଦ୍ରା ଖବର) ଗଞ୍ଜାମ ଜିଲ୍ଲାସ୍ତରୀୟ ଶିଶୁ ଉତ୍ସବ ଗୋପାଳପୁର ଠାରେ ଉଦଘାଟିତ ହୋଇଯାଇଛି। ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା ) ପକ୍ଷରୁ ଆୟୋଜିତ ଏହି ଶିଶୁ ଉତ୍ସବ ଗୋପାଳପୁର ସ୍ଥିତ ପି.ଏମ୍.ହାଇସ୍କୁଲ ପରିସରରେ ଉଦଘାଟିତ ହୋଇଥିବା ବେଳେ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀମତୀ ଅଞ୍ଜଳି ସ୍ୱାଇଁ ଯୋଗ ଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିବା ସହିତ ଶିଶୁ ମାନଙ୍କ କ୍ଷେତ୍ରରେ ଗୁଣାତ୍ମକ ବିକାଶ ଦିଗରେ ଓଷ୍ଟାର ଭୂମିକା ନେଇ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ରୂପେ ଓଷ୍ଟାର ଗଞ୍ଜାମ ଜିଲ୍ଲାର ସଭାପତି ତଥା ଅଲ୍ ଓଷ୍ଟାର ଉପଦେଷ୍ଟା ଜଗବନ୍ଧୁ ଜେନା ଯୋଗ ଦେଇଥିବା ବେଳେ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ରୂପେ ଗୋପାଳପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଏ ଜାନକୀ ରାମ , ଆସିକା ଏନ୍.ଏ.ସି ର ଅଧ୍ୟକ୍ଷ ସତ୍ୟ ନାରାୟଣ ସ୍ୱାଇଁ , ଓଷ୍ଟାର ସମ୍ପାଦକ ଡଃ ବିଜୟ ଚନ୍ଦ୍ର ମହାରଣା ,ରାଜ କୁମାର ସାହୁ , ଅମର ବିଳାସ ବେହେରା ,ହିମାଂଶୁ କୁମାର ପଟ୍ଟନାୟକ ,ଭିକାରୀ ଗୌଡ ପ୍ରମୁଖ ଉପସ୍ଥିତ ରହି ଶିଶୁ ମାନଙ୍କ ମଧ୍ୟରେ ରହିଥିବା ପ୍ରତିଭାର ବିକାଶ ପାଇଁ ଓଷ୍ଟାର କାର୍ଯ୍ୟକ୍ରମ ଅତ୍ୟନ୍ତ ସ୍ୱାଗତଯୋଗ୍ୟ ଏବଂ ଗ୍ରାମାଞ୍ଚଳର ବିଦ୍ୟାର୍ଥୀଙ୍କୁ ରାଜ୍ୟ ସ୍ତରରେ ପହଞ୍ଚାଇବାକୁ ଯେଉଁ ଉଦ୍ୟମ କରାଯାଉଅଛି ତାହାକୁ ପ୍ରଶଂସା କରାଯାଇଛି । କାର୍ଯ୍ୟକ୍ରମରେ ଓଷ୍ଟାର ଜିଲ୍ଲା ସମ୍ପାଦକ ବିଜୟ କୁମାର ବେହେରା ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହିତ ବିବରଣୀ ପାଠ କରିଥିଲେ । ସଭାପତି ସନ୍ତୋଷ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଶିଶୁ ଉତ୍ସବରେ ପ୍ରାରମ୍ଭିକ ସଙ୍ଗୀତ ପି ଏମ ଉଚ୍ଚ ବିଦ୍ୟାଳୟ ଗୋପାଳପୁର ବେଳାଭୂମିର ଛାତ୍ରୀ ମାନେ ସଙ୍ଗୀତ ଗାନ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା ଧନ୍ୟବାଦ୍ ପ୍ରଦାନ କରିଥିବା ବେଳେ ବିଦ୍ୟାଳୟର ଶିକ୍ଷକ ବିନାୟକ ତ୍ରିପାଠୀ ,ଶିବା ପାଦାଲ , ଆର୍ .ବାଲ ରାଜୁ , ଏମ୍ .କୈଳାଶ ,ଗାୟତ୍ରୀ ବାଳା ସାହୁ ,ପୁଜା ପାଢ଼ୀ ,ରଶ୍ମିତା ମହାକୁଡ଼ ,ରବି ଶଙ୍କର ପାଣଗ୍ରାହୀ ,ସି ଏଚ୍ ଚନ୍ଦ୍ର ମୋହନ ରେଡ୍ଡୀ , ଏସ୍ ସୌଜନ୍ୟ , ହରିଶ ରାଉତ ,ସୁଖଲତା ତ୍ରିପାଠୀ ,ଶ୍ରୀନିବାସ ସାହୁ ପ୍ରମୁଖ ସହଯୋଗ କରିଥିଲେ । ଉଦଘାଟନ ସଂନ୍ଧ୍ୟାରେ ତର୍କ , ସଙ୍ଗୀତ ,ନୃତ୍ୟ ,ଅଭିନୟ , ସାଧାରଣ ଜ୍ଞାନ ,କୁଇଜ୍ ,କବିତା ଲିଖନ ,ଗଳ୍ପ ଲିଖନ ,କବିତା ଆବୃତ୍ତି ପ୍ରତିଯୋଗିତା ଭଳି ୨୨ ଗୋଟି ବ୍ଲକର ଛାତ୍ର/ଛାତ୍ରୀ ମାନେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ।
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment