BREAKING
Loading...
:

ଓଡ଼ିଶାର ଜମ୍ମୁ-କାଶ୍ମୀର ପାଲଟିଲା ଶିମିଳିପାଳ ଅଭୟାରଣ୍ୟ ।

 ଓଡ଼ିଶାର ଜମ୍ମୁ-କାଶ୍ମୀର ପାଲଟିଲା ଶିମିଳିପାଳ ଅଭୟାରଣ୍ୟ ।

କଟକ(ମାନସ କୁମାର ସାହୁ) ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସୋମବାର ଅବପାତର ରୂପ ନେବ। ପରବର୍ତ୍ତୀ ଦୁଇଦିନ ପର୍ଯ୍ୟନ୍ତ ଏହି ଅବପାତ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ତାମିଲନାଡୁ ଉପକୂଳ ମୁହାଁ ହେବାର ସମ୍ଭାବନା ରହିଛି। ତେବେ ଲଘୁଚାପ ପ୍ରଭାବରେ ଓଡ଼ିଶାରେ କୋହଲା ପାଗ ଜାରି ରହିବ। ୧୭ରୁ ୧୯ ତାରିଖ ମଧ୍ୟରେ ଦକ୍ଷିଣ ଉପକୂଳ ଓଡିଶାରେ ବିଶେଷକରି ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, କଳାହାଣ୍ଡି ଏବଂ କନ୍ଧମାଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ତେବେ ବର୍ଷା ପ୍ରଭାବରେ କିଛି ସ୍ଥାନରେ ପାରଦ ସ୍ବାଭାବିକଠାରୁ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ | ତେବେ କନ୍ଧମାଳରେ ଶୀତର ଲହରୀ ଜାରି । ଲଘୁଚାପ ବର୍ଷା ପରେ ଖସୁଛି ପାରଦ ବଢୁଛି ଶୀତ । ଚାରିଆଡେ କୋହଲା ପାଗ, ଦିନ ବାରଟା ଯାଏଁ କମୁନି କୁହୁଡି କନ୍ଧମାଳକୁ ପୁଣି ଫେରିଛି ଶୀତ । ବାଲିଗୁଡ଼ା ଅଞ୍ଚଳରେ ଶୀତର ଲହରୀ ଆରମ୍ଭ ହୋଇଯାଇଛି । ବାଲିଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ସାତ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଓଡ଼ିଶାର ଜମ୍ମୁ-କାଶ୍ମୀର ପାଲଟିଲା ଶିମିଳିପାଳ ଅଭୟାରଣ୍ୟ । ଆଜି ମୟୁରଭଞ୍ଜ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୧ ଡିଗ୍ରୀ ରେକର୍ଡ କରାଯାଇଛି । ପ୍ରବଳ ଥଣ୍ଡା ଯୋଗୁଁ ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ତୁଷାରପାତ ହେଇଛି ।

ମଣିଭଦ୍ରା ଖବର,କଟକ

Post a Comment

Previous Post Next Post
Header ADS