BREAKING
Loading...
:

ଆଦର୍ଶ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ

 ଆଦର୍ଶ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ 

ନୟାଗଡ଼ (ରୀନା ସାହୁ) ଟାଙ୍ଗୀ ଆଦର୍ଶ ବିଦ୍ୟାଳୟ ପକ୍ଷରୁ ବିଦ୍ୟାଳୟ ପରିସରରେ ପ୍ରଥମ ବାର୍ଷିକ ଉତ୍ସବ ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇ ଯାଇଅଛି । ପୂର୍ବରୁ ସ୍ଥିରୀକୃତ କାର୍ଯ୍ୟକ୍ରମ ଅନୁସାରେ ଆଜି ମଧ୍ୟାହ୍ନ ରେ ଅନୁଷ୍ଠିତ ହୋଇଛି ବାର୍ଷିକ ଉତ୍ସବ....ପ୍ରଥମେ ବିଦ୍ୟାଳୟର ଅଧ୍ୟକ୍ଷ ଶମ୍ବୁନାଥ ନାୟକ ଅତିଥି ପରିଚୟ  ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହା ପରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା । ଅନୁଷ୍ଠିତ ଉତ୍ସବରେ ଟାଙ୍ଗୀ ବ୍ଲକ ବିଡ଼ିଓ ରୁମାନା ଜାଫିର  ମୁଖ୍ୟ ଅତିଥି.ନିରାକାର ପୁର କେ ବି ଡି ଏ ଭି ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ଡା ପ୍ରତିଭା ମୟୀ ମିତ୍ର ମୁଖ୍ୟ ଵକ୍ତା  ଭାବେ ଯୋଗ ଦେଇଥିବା ବେକେ ଟାଙ୍ଗୀ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ରବିନ୍ଦ୍ର କୁମାର ସାହୁ.. କୁହୁଡି ଜନତା ମହାବିଦ୍ୟାଳୟର ଜୁଲୋଜି ବିଭାଗର ଅଧ୍ୟାପକ  ଗଙ୍ଗାଧର ଦାଶ,ଅବସର ପ୍ରାପ୍ତ ଡାକ୍ତର ମଧୁ ସୁଦନ ସେନାପତି,ଚିଲିକା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ବାବୁଲା ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ...ଅତିଥି ମାନେ ଏହି ଉତ୍ସବରେ ଯୋଗଦେଇ କେବଳ ଚାକିରୀ ପଛରେ ନ ଗୋଡ଼ାଇ  ନିଜେ ସ୍ୱାବଲମ୍ବୀ ହେବା ସହ ରାଜ୍ୟ ଓ ଦେଶର ବିକାଶ କରିବା ପାଇଁ ବ୍ରତୀ ହେବାକୁ ଆହ୍ୱାନ ଦେଇଥିଲେ । ଅନୁଷ୍ଠିତ ଉତ୍ସବରେ ବିଭିନ୍ନ କ୍ଷେତ୍ର ରେ ପାର ଦର୍ଶିତା  ହାସଲ କରିଥିବା କୃତି ଛାତ୍ର  ଛାତ୍ରୀ ମାନଙ୍କୁ ଟ୍ରଫି ସହ ସମ୍ମାନ ପତ୍ର ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା । ସନ୍ଧ୍ୟାରେ ବିଦ୍ୟାଳୟର କୁନି କୁନି ଛାତ୍ର ଛାତ୍ରୀ ମାନେ ବିଭିନ୍ନ ନୃତ୍ୟ ସଙ୍ଗୀତ ପରିବେଷଣ କରିଥିଲେ । ଯାହାକି ଉପସ୍ଥିତ ଦର୍ଶକ ସହ ଅଭିଭାବକ ମାନଙ୍କୁ ବେଶ ବିମୋହିତ କରିଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ନର୍ମଡା ନାୟକ. ବିପାଶା ମିଶ୍ର.. ପ୍ରୀତିରଞ୍ଜନ ସ୍ୱାଇଁ... ପୁଣ୍ୟବ୍ରତ ମହାପାତ୍ର... ଝରଣା ଚାନ୍ଦ... ଦିପ୍ତିମୟୀ ସାହୁ... ପ୍ରତିମା ସାହୁ... ସିତୁ ବେହେରା... ପ୍ରମୋଦ ସେଠୀ... ସନ୍ତୋଷ ମହାରଣା  ପ୍ରମୁଖ ଏଥିରେ ସହଯୋଗ କରିଥିଲେ ।

ମଣିଭଦ୍ରା ଖବର,ନୟାଗଡ

Post a Comment

Previous Post Next Post
Header ADS