BREAKING
Loading...
:

ବିଜ୍ଞାନ ମେଳା ଓ କଣ୍ଢେଇ ସଭା ଅନୁଷ୍ଠିତ

 ବିଜ୍ଞାନ ମେଳା ଓ କଣ୍ଢେଇ ସଭା ଅନୁଷ୍ଠିତ

 ବ୍ରହ୍ମପୁର (ମଣିଭଦ୍ରା ଖବର) 

  ଆଜି ପୁରୁଣା ବ୍ରହ୍ମପୁର ନିକଟ ପ୍ରହଲ୍ଲାଦ ନଗର ସ୍ଥିତ ମା ସରସ୍ବତୀ ଶିଶୁ  ମନ୍ଦିରର ବିଜ୍ଞାନ  ମେଳା ଓ କଣ୍ଢେଇ ସଭା ଅନୁଷ୍ଠିତ ହୋଇଯାଇଛି।

  ଏ ବି ଇ ଓ ରଙ୍ଗେଇଲୁଣ୍ଡା ଜଗନ୍ନାଥ ଭୂୟାଁ ମୁଖ୍ଯଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି କଣ୍ଢେଇ ମେଳାର ଶୁଭାରମ୍ଭ କରିଥିଲେ।ଅନ୍ଯତମ ଅତିଥି ଭାବେ କର୍ପୋରେଟର ପ୍ରତିନିଧି ମନୋଜ କୁମାର ସାହୁ, କର୍ପୋରେଟର ତଥା ଆଇନଜୀବୀ ସନ୍ତୋଷ କୁମାର ସେଠୀ,ରାମାଧିନ ସଂସ୍କୃତ ବିଦ୍ୟାଳୟର ପ୍ରଧାନଶିକ୍ଷକ ରବିନାରାୟଣ ପଟ୍ଟନାୟକ, ସମାଜସେବୀ ଧର୍ମା ରାଓ,ସମ୍ବାଦିକ ତଥା ବରିଷ୍ଟ କଣ୍ଠଶିଳ୍ପୀ ସୁଦିପ କୁମାର ସାହୁ,ସାମ୍ବାଦିକ ସୁରୋଥ ପଟ୍ଟନାୟକ, ଯୁବ ସମାଜସେବୀ ବୁଡୁ ପାଢୀ,ବିଷ୍ଣୁ ପ୍ରସାଦ ତ୍ରିପାଠୀ,ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ସାମ୍ବାଦିକ ରମେଶ ଚନ୍ଦ୍ର ବେହେରାଙ୍କ ସମେତ ବିଦ୍ୟାଳୟ କମିଟିର ଉପସଭାପତି ଅନୀଲ କୁମାର ଚୌଧୁରୀ ମଞ୍ଚାସୀନ ହୋଇ ଛାତ୍ରଛାତ୍ରୀଙ୍କୁ ଦିଗଦର୍ଶନ ପ୍ରଧାନ କରିଥିଲେ।ଅନିଲ କୁମାର ଚୌଧୁରୀଙ୍କ ସଭାପତିତ୍ବ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗୁରୁଜୀ ସ୍ବାଗତ ଭାଷଣ ରଖିଥିଲେ ୧ମ ରୁ ୮ ଶ୍ରେଣୀର ଅଧ୍ୟୟନରତ ୧୦୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ନିଜ ନିଜର ପ୍ରକଳ୍ପ ଓ କୁନି କୁନି ଛାତ୍ରଛାତ୍ରୀଙ୍କ କଣ୍ଢେଇ ପ୍ରଦର୍ଶନ କରିଥିଲେ।ଛାତ୍ରଛାତ୍ରୀଙ୍କ ପ୍ରକଳ୍ପ ଓ ତଥ ସମ୍ପର୍କରେ ବିସ୍ତୃତ ଓ ପ୍ରଞାଳ ଭାବେ ବୁଝାଇ ଉପସ୍ଥିତ ଅତିଥି ତଥା ଅଭିଭାବକଙ୍କ ମନମହିତ କରିଥିଲେ।ଶେଷରେ MIS  ସନୋଜ ପାଢୀ ଧନ୍ୟବାଦ ଅର୍ପଣ କରିବା ସହ ଗୁରୁଜୀ ସୂର୍ଯ୍ୟ କିରଣ ସାହୁ, ଲଳିତ ମହାରଣା ଗୁରୁମା ମେନକା ବେହେରା, p.ପ୍ରମିଳା  ସହଯୋଗ କରିଥିଲେ।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS