BREAKING
Loading...
:

ରାଇଘର ଠାରେ ଥିବା ବିଜୁପଟ୍ଟନାୟକ ପବ୍ଲିକ ସ୍କୁଲରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

 ରାଇଘର ଠାରେ ଥିବା ବିଜୁପଟ୍ଟନାୟକ ପବ୍ଲିକ ସ୍କୁଲରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

ରାଇଘର (ମାମନି ଚକ୍ରବର୍ତ୍ତୀ)ରାଇଘର ସଦର ମହକୁମା ଠାରେ ଥିବା ବିଜୁ ପଟ୍ଟନାୟକ ମଡ଼େର୍ଣ ପବ୍ଲିକ ସ୍କୁଲ ଠାରେ ୩ ଦିନ ଧରି ଅର୍ଥାତ ୧୯, ୨0 ଏବଂ ୨୧ ତାରିଖ  ୩ ଦିନ ଧରି ୧୬ ତମ ବାର୍ଷିକ କ୍ରୀଡା ଉତ୍ସବ ପାଳିତ ହୋଇଯାଇଛି। ଏହି କ୍ରୀଡା ଉତ୍ସବରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ସ୍କୁଲ କମିଟିର ସଦସ୍ୟ ଙ୍କ ସହ ଛାତ୍ରଛାତ୍ରୀ  ମାନେ ଜୋଗ ଦେଇ ଥିଲେ । ପ୍ରଥମ ଦିନରେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ରୁ ଏକ ମଶାଲ ଶୋଭାଯାତ୍ରାରେ ବାହାରି  ରାଇଘର ହନୁମାନ ମନ୍ଦିର ଠାରେ ପହଞ୍ଚିବା ପରେ ପୁଣି ବିଦ୍ୟାଳୟ କୁ ଫେରି ଥିଲେ। 

 ମୁଖ୍ୟ ଅତିଥି ଭାବେ ରାଇଘର ବ୍ଲକ ଅଧ୍ୟକ୍ଷ ଗୁପ୍ତପ୍ରସାଦ ଝାଙ୍କର ଯୋଗ ଦେଇ ଫିତା କାଟି,ମସାଲ ଜଳେଇ କ୍ରୀଡା କୁ ଉଦଘାଟନ କରିଥିଲେ । ବିଦ୍ୟାଳୟ ସଭାପତି ଚିତ୍ତରଞ୍ଜନ ଗଣ୍ଡ,ସମ୍ପାଦକ ରାଇସିଂ ଗଣ୍ଡ,ସେକ୍ରେଟାରୀ ଗଗନ ବିହାରୀ ବାହିନୀପତି, ସ୍କୁଲ ପ୍ରିନସିପାଲ ଆରୋଶିଖା ବାହିନୀପତି ଯୋଗ ଦେଇ କ୍ରୀଡା ଉତ୍ସବ କୁ ଆରମ୍ଭ କରିଥିଲେ । ପ୍ରଥମ ଦିନରେ ୧୦୦ ମିଟର ଦୌଡ଼,ଥ୍ରୋବଲ ,ସର୍ଟଫୁଟ, ବେଙ୍ଗ ଡିଆଁ, ଦୌଡ଼ ଡିଆଁ, ସ୍ଲୋ ସାଇକେଲ ରେସ, ଜଲେବି ଖେଳ,କ୍ରିକେଟ ଇତ୍ୟାଦି ଖେଳ ଗୁଡିକ ଆରମ୍ଭ ହୋଇଥିଲା । ଏହି କ୍ରୀଡାକୁ ବିଦ୍ୟାଳୟ ର ଶିକ୍ଷକ  ଏବଂ ଶିକ୍ଷୟତ୍ରୀ ରଞ୍ଜିତ ମଣ୍ଡଳ,ସିଲାରାଣୀ ନାୟକ, ସୁମିତ କୁମାର ନାୟକ, ପିଙ୍କି କୁମାରୀ ହୋତା, ପ୍ରତିଭା ଗଣ୍ଡ,ତ୍ରିବେଣୀ ଗଣ୍ଡ,ଜେମାଦେଇ ଗାଣ୍ଡା,କବିତା ମଞ୍ଜୁରୀ ଚମ୍ପତି ରାୟ, ଆପ୍ସନା ପରବିନ,ପ୍ରିୟଙ୍କା ମହାନ୍ତି, ପ୍ରିୟା ହାଲଦାର, ଧନଲଷ୍ମୀ ସାହୁ,ସାର,ଗଙ୍ଗାମନି ସୁଣାଣି,ସ୍ନେହଲତା ମୁନି,ମଞ୍ଜୁଲତା ଦୁର୍ଗା,ଦିବ୍ୟରାଜ କର ଙ୍କ ସମେତ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ କ୍ରୀଡାକୁ ପରିଚାଳନା କରିଥିବା ବେଳେ ଖେଳ ର ଇନଚାର୍ଜ କବିତା ମଞ୍ଜୁରୀ ଚମ୍ପତ୍ତିରାୟ ତୁଲେଇଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ସିଲାରାଣୀ ନାୟକ ଏବଂ ଆରୋଶିଖା ବାହିନୀପତି ,କ୍ରୀଡା ର ଶେଷ ଦିନରେ କ୍ରିକେଟ ଖେଳ ପ୍ରତିଯୋଗିତା କାର୍ଯ୍ୟକ୍ରମ କରାଯାଇଥିଲା । 

ମଣିଭଦ୍ରା ଖବର, ରାଇଘର 

Post a Comment

Previous Post Next Post
Header ADS