BREAKING
Loading...
:

WhatsAppରେ ଗ୍ରୁପ କ୍ରିଏଟ ପାଇଁ କରିବାକୁ ପଡିବ ପେମେଣ୍ଟ, ଜାଣନ୍ତୁ ସରକାର କାହିଁକି ନେଲେ ଏପରି ନିଷ୍ପତ୍ତି*

 *WhatsAppରେ ଗ୍ରୁପ କ୍ରିଏଟ ପାଇଁ କରିବାକୁ ପଡିବ ପେମେଣ୍ଟ, ଜାଣନ୍ତୁ ସରକାର କାହିଁକି ନେଲେ ଏପରି ନିଷ୍ପତ୍ତି*


ଜିମ୍ବାୱେ ସରକାର ଏକ ନୂଆ ନିୟମ ଲାଗୁ କରିଛନ୍ତି। ଏହି ନିୟମ ଅନୁଯାୟୀ, ସମସ୍ତ ହ୍ୱାଟ୍ସଆପ ଗ୍ରୁପ ଆଡମିନଙ୍କୁ ପୋଷ୍ଟ ଏବଂ ଟେଲିକମୁନିକେସନ ରେଗୁଲେଟରୀ ଅଥରିଟୀ ଅଫ ଜିମ୍ବାୱେ ସହ ରେଜିଷ୍ଟ୍ରେସନ କରିବାକୁ ପଡିବ ଏବଂ ନିଜ ଗ୍ରୁପକୁ ଚଳାଇବା ପାଇଁ ଲାଇସେନ୍ସ ନେବାକୁ ପଡିବ। ଏହି ଲାଇସେନ୍ସ ପାଇଁ ସେମାନଙ୍କୁ ଟଙ୍କା ଦେବାକୁ ପଡିବ। ଲାଇସେନ୍ସର ମୂଲ୍ୟ ୫୦ ଡଲାର ଅଟେ। ଏହି ଘୋଷଣା ଜିମ୍ବାୱେର ସୂଚନା, ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା, ଡାକ ଏବଂ କ୍ୟୁରି ସେବା ମନ୍ତ୍ରୀ ତନ୍ତେଦା ମାୱେଟେରାଙ୍କ ଦ୍ୱାରା କରାଯାଇଛି।

ହ୍ୱାଟ୍ସଆପର ଏହି ନୂଆ ନିୟମ ଏଥିପାଇଁ କରାଯାଇଛି, ଯାହା ଦ୍ୱାରା ମିଛ ଖବର ପ୍ରସାରିତ ନହେଉ ଏବଂ ଦେଶରେ ଶାନ୍ତି ପ୍ରତିଷ୍ଠା ହେଉ। ଏହା ଦେଶର ଡାଟା ପ୍ରୋଟେକ୍ସନ ଆକ୍ଟ ଅନୁଯାୟୀ ରହିଛି। ଏହି ଆକ୍ଟ ଅନୁଯାୟୀ, ଯେକୌଣସି ସୂଚନାର ବ୍ୟବହାର ବ୍ୟକ୍ତିର ପ୍ରତ୍ୟେକ୍ଷ ବା ପରୋକ୍ଷ ଭାବେ ଚିହ୍ନଟ କରାଯାଇପାରିବ। ହ୍ୱାଟ୍ସଆପ ଗ୍ରୁପ ଆଡମିନ ପାଖରେ ଗ୍ରୁପର ସଦସ୍ୟଙ୍କ ଫୋନ ନମ୍ବର ଥାଏ, ଏଥିପାଇଁ ସରକାରଙ୍କ ମୁତାବକ ତାହା ପ୍ରୋଟେକ୍ସନ ଆକ୍ଟ ମଧ୍ୟରେ ଆସିଥାଏ।


ସୂଚନା ମନ୍ତ୍ରୀ ମୋନିକା ମୁତ୍ସାଭନଙ୍ଗାୱା କହିଛନ୍ତି ଯେ, ଏଥିରେ ମିଥ୍ୟା ଖବର ସୋର୍ସେସକୁ ଟ୍ରାକ କରିବା ସହଜ ହେବ। ଏହି ଡାଟା ପ୍ରୋଟେକ୍ସନ ଉପରେ ନିୟମ ସହ ଆସିଥାଏ, ଯାହା ଚର୍ଚ୍ଚାଠାରୁ ବିଜନେସ ପର୍ଯ୍ୟନ୍ତ ସଂଗଠନକୁ ପ୍ରଭାବିତ କରିଥାଏ।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS