BREAKING
Loading...
:

ଜାନୁଆରୀ ୧ରୁ ରାଜ୍ୟରେ ଜନଗଣନା । ବଦଳିବ ରିଲିଫ୍ କୋର୍ଡ । ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାର....

 ଜାନୁଆରୀ ୧ରୁ ରାଜ୍ୟରେ ଜନଗଣନା । ବଦଳିବ ରିଲିଫ୍ କୋର୍ଡ । ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାର....

ଭୁବନେଶ୍ଵର (ମଣିଭଦ୍ରା ଖବର) ଜାନୁଆରୀ ୧ରୁ ରାଜ୍ୟରେ ହେବ ଆରମ୍ଭ ହେବ ଜନଗଣନା । ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଏଥିସହ ସେ କହିଛନ୍ତି ଯେ, ଯଥାଶୀଘ୍ର ସବୁ ପ୍ରସ୍ତାବ କାମ ଶେଷ କରି ବିଭାଗକୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

ରାଜସ୍ୱ ମନ୍ତ୍ରୀଙ୍କ ସୂଚନା ମୁତାବକ, ବଦଳିବ ରିଲିଫ୍ କୋର୍ଡ । କାହିଁକି ନା ରିଲିଫ୍ ହେଉଛି ଏକ ଦୟାର ଶବ୍ଦ । ତେଣୁ ଆଉ ଦୟା ନୁହେଁ, ଏଥର ଲୋକଙ୍କୁ ମିଳିବ ଲୋକଙ୍କ ଅଧିକାର । ରିଲିଫ୍ କୋର୍ଡ, ଅଧିକାର ଆଇନରେ ପରିଣତ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ୨୦୨୧ରେ ଦେଶରେ ଜନଗଣନା ହେବାର ଥିଲା । ହେଲେ କୋଭିଡ୍ କାରଣରୁ ଏହା ସ୍ଥଗିତ ରହିଥିଲା । ହେଲେ ଏବେ ଆସନ୍ତାବର୍ଷରୁ ଦେଶରେ ପୁଣିଥରେ ଆରମ୍ଭ ହେବ ଜନଗଣନା । ଦୀର୍ଘ ୪ ବର୍ଷ ପରେ ଏନେଇ ପ୍ରକ୍ରିୟା ଆରମ୍ଭ ହେଇଛି । ତେବେ ଦୀର୍ଘ ୧ ବର୍ଷ ଧରି ଏହି ପ୍ରକ୍ରିୟା ଚାଲିବ । ଏହା ପୂର୍ବରୁ ୧୯୯୧, ୨୦୦୧, ୨୦୧୧ ଇତ୍ୟାଦିରେ ଜନଗଣନା ହୋଇଥିଲା। ହେଲେ ଏବେ ପ୍ରତି ୧୦ ବର୍ଷରେ ଅର୍ଥାତ ୨୦୩୫, ୨୦୪୫ ଓ ୨୦୫୫ରେ ଜନଗଣନା ହେବ ।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS