ଖଣ୍ଡପଡା ବିଡ଼ିଓ ଅଙ୍କୁର ଅଭିଳାଶଙ୍କୁ ଗଣିଆ ବିଡ଼ିଓ ଅତିରିକ୍ତ ଦାୟିତ୍ୱ
ଗଣିଆ ୦୮/୧୧(ମଣିଭଦ୍ରା ଖବର) ଗଣିଆ ବିଡ଼ିଓ ସାଗର କୁମାର ନନ୍ଦଙ୍କର ବଦଳି ହେବା ପରେ ଗଣିଆରେ ଦୀର୍ଘଦିନ ହେବ ସ୍ଥାୟୀ ବିଡ଼ିଓ ପଦବୀ ଖାଲି ପଡିଛି । ସରକାରଙ୍କ ତରଫରୁ ନୂତନ ବିଡ଼ିଓ ଭାବେ ସଞ୍ଜୀବ କୁମାର ମହାପାତ୍ରଙ୍କୁ ଗଣିଆ ବିଡ଼ିଓ ଦାୟିତ୍ବ ଦିଆଯାଇଥିବା ବେଳେ ସେ ଯୋଗଦେଲେ ନାହିଁ । ପରବର୍ତ୍ତୀ ମୁହୁର୍ତରେ ତହସିଲଦାର ପ୍ରିତିବାଳା ରଣାଙ୍କୁ ବିଡ଼ିଓ ଦାୟିତ୍ବ ଦିଆଯାଇଥିବା ବେଳେ ତାଙ୍କର ମଧ୍ୟ ବଦଳି ହୋଇଯାଇଛି । ତେବେ ଖଣ୍ଡପଡ଼ା ବିଡ଼ିଓ ଅଙ୍କୁର ଅଭିଳାଶଙ୍କୁ ଗଣିଆ ବିଡ଼ିଓ ଭାବେ ଦାୟିତ୍ବ ପ୍ରଦାନ କରାଯାଇଛି । ନୂତନ ବିଡ଼ିଓଙ୍କୁ ବ୍ଳକ ଅଧ୍ୟକ୍ଷା ଝୁନା ଜେନା, ପୂର୍ବତନ ବ୍ଳକ ଉପାଧ୍ୟକ୍ଷ ବିଭୂତି ଭୂଷଣ ପଣ୍ଡାଙ୍କ ସମେତ ବ୍ଳକର କର୍ମଚାରୀ ମାନେ ଉପସ୍ଥିତ ରହି ସ୍ବାଗତ କରିଛନ୍ତି । ତେବେ କେତେଦିନ ଏଭଳି ଭଡା ବିଡ଼ିଓଙ୍କ ହାତରେ ବ୍ଳକ ଚାଲିବ ବୋଲି ସାଧାରଣରେ ଆଲୋଚନା ହେଉଛି । ରାଜ୍ୟ ସରକାର ତୁରନ୍ତ ଜଣେ ସ୍ଥାୟୀ ବିଡ଼ିଓଙ୍କୁ ଗଣିଆ ବ୍ଳକରେ ଦାୟିତ୍ବ ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।
ମଣିଭଦ୍ରା ଖବର, ଗଣିଆ


إرسال تعليق