BREAKING
Loading...
:

ଦଶପଲ୍ଲାରେ ଜାତୀୟ ପ୍ରେସ୍ ଦିବସ ପାଳିତ

 ଦଶପଲ୍ଲାରେ ଜାତୀୟ ପ୍ରେସ୍ ଦିବସ ପାଳିତ

ଦଶପଲ୍ଲା : - ( ଶିବାନୀ ଦୀପାଞ୍ଜଳୀ)  ଜାତୀୟ ପ୍ରେସ ଦିବସ ପରିପ୍ରେକ୍ଷୀରେ ଦଶପଲ୍ଲା ରେ ମଧ୍ଯ ଜାତୀୟ ପ୍ରେସ୍ ଦିବସ ପାଳିତ ହୋଇଯାଇଛି। ଦଶପଲ୍ଲା ର ସର୍ବ ପୁରାତନ  ଅଗ୍ରଣୀ ସାମ୍ବାଦିକ ସଂଘ ପ୍ରେସ କ୍ଲବ୍ ର ନିଜସ୍ବ ଗୃହ ପରିସରରେ ସଭାପତି ସୁରେଶ ଚନ୍ଦ୍ର ବେହେରା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବିଶିଷ୍ଠ ଅତିଥ୍ ରୂପେ ବ୍ଳକ୍ ଅଧ୍ୟକ୍ଷା ସୁନନ୍ଦା ସାହୁ, ଏନଏସି ଅଧ୍ଯକ୍ଷା ଇଂ ପୁନମ୍ ପ୍ରୀୟଦର୍ଶିନୀ, ଅବସର ପ୍ରାପ୍ତ ଶିକ୍ଷକ, ଲୀଳା ରାମାୟଣ ର ହିନ୍ଦୀ ଅନୁବାଦକ ପଣ୍ଡିତ ଲକ୍ଷ୍ମୀଧର ଦାଶ, ବିଶିଷ୍ଟ ବ୍ୟବସାୟୀ ବିଜୟ କୁମାର ଅଗ୍ରୱାଲ, ତହସିଲଦାର ସ୍ମୃତି ରଞ୍ଜନ ଶତପଥୀ ପ୍ରମୁଖ ଯୋଗଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବେ ବୃନ୍ଦାବନ ସୁବୁଦ୍ଧି ମହାବିଦ୍ୟାଳୟର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକ କହିଲେ ସମାଜରେ ଘଟୁଥ‌ିବା ଅନ୍ୟାୟ, ଦୁର୍ନିତୀ ଆଦି ଲୋକ ଲୋଚନକୁ ଆଣିବା ରେ ଗଣମାଧ୍ଯମ ର ଭୂମିକା ଗୁରୁତ୍ୱପୂର୍ଣ୍ଣ । ୧୮୬୦ ମସିହାରୁ ଗଣମାଧ୍ଯମ ଓ ତା'ର ଇତିହାସ ସମ୍ବନ୍ଧରେ ବକ୍ତବ୍ୟ ରଖିଥୁଲେ । ବରିଷ୍ଠ ସଭ୍ୟ ପ୍ରଶାନ୍ତ କୁମାର ସାହୁ ଅତିଥି ପରିଚୟ କରିଥିବା ବେଳେ ସମ୍ପାଦକ ଡା.ପ୍ରଫୁଲ୍ଲ କୁମାର ଦାଶ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଶେଷରେ ସ‌ହ ସମ୍ପାଦକ କିଶୋର ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଉପସଭାପତି ପ୍ରକାଶ ପାଣି, କୋଷାଧ୍ୟକ୍ଷ ଗଙ୍ଗାଧର ରଣା, ସଭ୍ୟ ପ୍ରଫୁଲ୍ଲ କୁମାର ପଣ୍ଡା, ମନୋରଞ୍ଜନ ଷଡ଼ଙ୍ଗୀ,ରତ୍ନାକର ହୋତା,ସଞ୍ଜିବ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ମଣିଭଦ୍ରା ଖବର, ଦଶପଲ୍ଲା 

Post a Comment

Previous Post Next Post
Header ADS