BREAKING
Loading...
:

ପଂଚକ ଓ ବଡଓଷା ସମୟରେ ଟ୍ରାଫିକ କଟକଣା

 ପଂଚକ ଓ ବଡଓଷା ସମୟରେ ଟ୍ରାଫିକ କଟକଣା

ଭୁବନେଶ୍ଵର (ମଣିଭଦ୍ରା ଖବର) କଟକ ଆସନ୍ତ ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଗୁରୁଡିଝାଟିଆ ଥାନା ଅଧୀନସ୍ଥ ଧବଳେଶ୍ୱର ଶୈବ ପୀଠରେ ପଂଚକ ଓ ବଡଓଷା ପାଳନ କରାଯିବ । ଏହି ସମୟରେ ବିିଭିନ୍ନ ଜିଲ୍ଲାରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମନ୍ଦିରରେ ପୂଜାର୍ଚ୍ଚନା କରିବା ନିମନ୍ତେ ଏକତ୍ରିତ ହେବାର ଆଶା କରାଯାଏ । ଏଥିନିମନ୍ତେ ମହାନଦୀ ଉପରେ ଥିବା ମଧୁସୂଦନ ବ୍ରିଜ ନିର୍ମାଣ ଫଳରେ ବହୁ ସଂଖ୍ୟାରେ ଭକ୍ତ ବସ୍‌, କାର, ଦୁଇଚକିଆ ଯାନରେ ଧବଳେଶ୍ୱର ପୀଠକୁ ପ୍ରତ୍ୟହ ଆସୁଛନ୍ତି ତେଣୁ ପଂଚଳ ଓ ବଡଓଷାରେ ଆଶାତୀତ ଭିଡକୁ ଦୃଷ୍ଟିରେ ରଖି  ଭାରୀ ଯାନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି । କଟକରୁ ମଧୁସୂଦନ ସେତୁ ଦେଇ ଆଠଗଡ ଯାଉଥିବା ଭାରୀ ଯାନଗୁଡିକୁ ନୂଆପାଟଣା ଛକଠାରୁ ଜାତୀୟ ରାଜପଥ ୫୫ ଦେଇ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଆଠଗଡରୁ ଧବଳେଶ୍ୱର ରାସ୍ତା ଦେଇ କଟକ ଆସୁଥିବା ଭାରୀଯାନଗୁଡିକ କଖଡି ଛକ ଏବଂ ନିଧିପୁର ଛକଠାରୁ ଜାତୀୟ ରାଜପଥ ୫୫ ଦେଇ ଗତିପଥ ପରିବର୍ତନ କରି ଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS