ପୁରୁଷଙ୍କୁ ସୁଯୋଗ, ଝିଅଙ୍କୁ ନୁହେଁ: ଏସବୁ ଭୁଲ. ବିବାହ ବୟସ ପାର୍ଥକ୍ୟକୁ ନେଇ ଅଦାଲତଙ୍କ ନିର୍ଦ୍ଦେଶ
(ମଣିଭଦ୍ରା ଖବର) ମହିଳା ଏବଂ ପୁରୁଷଙ୍କ ବିବାହର ନ୍ୟୁନତମ ବୟସରେ ଅନ୍ତର ରହିବା ଏକ ପିତୃସତ୍ତାତ୍ମକ ବ୍ୟବସ୍ଥାର ଏକ ସଂକେତ । ଆହ୍ଲାବାଦ ହାଇକୋର୍ଟ ଏକ ମାମଲାର ଶୁଣାଣି କରିବା ସମୟରେ ଏଭଳି ଟିପ୍ପଣୀ କରିଛନ୍ତି । ଅଦାଲତ କହିଛନ୍ତି ଯେ, ଭାରତରେ ପୁରୁଷ ବିବାହର ସର୍ବନିମ୍ନ ବୟସ ୨୧ ବର୍ଷ ଏବଂ ମହିଳାଙ୍କ ପାଇଁ ଏହା ୧୮ ବର୍ଷ ରହିଛି ।
ଏହା କେବଳ ଏକ ପିତୃସତ୍ତାତ୍ମକ ବ୍ୟବସ୍ଥାର ସଂକେତ, ଅନ୍ୟ କିଛି ନୁହେଁ । ଜଷ୍ଟିସ ସୌମିତ୍ର ଦୟାଲ ସିଂହ ଏବଂ ଜଷ୍ଟିସ ଡି. ରମେଶଙ୍କୁ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ପୁରୁଷଙ୍କ ବିବାହ ପାଇଁ ୩ ବର୍ଷର ଅତିରିକ୍ତ ସମୟ ଦିଆଯାଉଛି । କାରଣ ସେମାନେ ପାଠପଢିବା ସହ ଆର୍ଥିକ ସ୍ୱତନ୍ତ୍ରତା ହାସଲ କରିପାରିବେ । ମହିଳାଙ୍କ ପାଇଁ ଏହା ସମ୍ପୂର୍ଣ୍ଣ ବିପରୀତ ହୋଇଥାଏ ଏବଂ ସେମାନେ ଏହି ସୁବିଧା ପାଉ ନଥିବା ଅଦାଲତ କହିଛନ୍ତି ।
ଏହାପରେ ଖଣ୍ଡପୀଠ କହିଛନ୍ତି ଯେ, ପୁରୁଷଙ୍କୁ ବିବାହ ପାଇଁ ୩ ବର୍ଷ ଅଧିକ ସମୟ ଦେବା ଏବଂ ମହିଳାଙ୍କୁ ଏଥିରୁ ବଞ୍ଚିତ କରିବା ସମାନତାର ବିପରୀତ ହୋଇଥାଏ । ଏହା ପିତୃସତ୍ତାତ୍ମକ ବ୍ୟବସ୍ଥାର ଏକ ସଂକେତ ଏବଂ ଏହାକୁ ବର୍ତ୍ତମାନର ଆଇନ ମଧ୍ୟ ପ୍ରୋତ୍ସାହନ ଦେଉଛି । ବିବାହରେ ପୁରୁଷଙ୍କ ବୟସ ଅଧିକ ରହିବା ଉଚିତ ଏବଂ ସେ ଆର୍ଥିକ ବ୍ୟବସ୍ତା ସମ୍ଭାଳିବେ ବୋଲି ଏହି ବ୍ୟବସ୍ଥାରେ ମାନି ନେଇଛନ୍ତି । ସେହିପରି ମହିଳାଙ୍କୁ ସେକେଣ୍ଡ ପାର୍ଟି ରହିବେ ଏବଂ ସେମାନଙ୍କୁ ପୂର୍ବ ଅପେକ୍ଷା ସ୍ୱାଧୀନତା ମିଳିନଥାଏ । ଏହାଦ୍ୱାରା କୌଣସି ପ୍ରକାରର ସମାନତା ରହି ନଥାଏ ।
ଫ୍ୟାମିଲି କୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ସ୍ୱାମୀ ଆବେଦନ କରିଥିବା ଏକ ମାମଲାର ଶୁଣାଣି ସମୟରେ କୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି।
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment