ବାତ୍ୟା ପାଇଁ ବଡ଼ ନିଷ୍ପତ୍ତି: NRTS ଓ ପ୍ରାଥମିକ ବୃତ୍ତି ପରୀକ୍ଷା ଘୁଞ୍ଚିଲା
ଭୁବନେଶ୍ଵର (ମଣିଭଦ୍ରା ଖବର) ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ସମ୍ଭାବ୍ୟ ବାତ୍ୟା ପାଇଁ ବୃତ୍ତି ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । ଅକ୍ଟୋବର ୨୩ ଓ ୨୫ ତାରିଖରେ ହେବାକୁ ଥିବା ଜାତୀୟ ଗ୍ରାମାଞ୍ଚଳ ମେଧାବୃତ୍ତି ପରୀକ୍ଷା (ଏନଆରଟିଏସ) ପରୀକ୍ଷା ଓ ପ୍ରାଥମିକ ବୃତ୍ତି ପରୀକ୍ଷା ତାରିଖ ଘୁଞ୍ଚିଛି । ପରୀକ୍ଷା କେବେ କେବେ ହେବ ସେନେଇ ପରବର୍ତ୍ତୀ ସମୟରେ କଟକ ସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଧ (ବିଏସଇ) ତରଫରୁ ସୂଚନା ଜାରି କରାଯିବ ।
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment