BREAKING
Loading...
:

ଗଣିଆ ଥାନାରେ ଦଶହରା ପୂଜା କମିଟିକୁ ନେଇ ପ୍ରସ୍ତୁତି ବୈଠକ

 ଗଣିଆ ଥାନାରେ ଦଶହରା ପୂଜା କମିଟିକୁ ନେଇ ପ୍ରସ୍ତୁତି ବୈଠକ 

ଗଣିଆ (ମଣିଭଦ୍ରା ଖବର) ଗଣିଆ ଥାନା ପରିସରରେ ବିଭିନ୍ନ ପୂଜା କମିଟିକୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଣିଆ ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନା,ଏସଆଇ ମିହିର ରଞ୍ଜନ ମିଶ୍ର, ଏଏସଆଇ ମନୋରଞ୍ଜନ ପ୍ରଧାନ,ଗଣିଆ ବଜାର କମିଟି ଉପସଭାପତି କୁଳମଣି ସାହୁ, ସମ୍ପାଦକ ପ୍ରଭାତ କୁମାର ଦାଶଙ୍କ ସମେତ ବିଭିନ୍ନ ପୂଜା କମିଟିର କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । 

ଶାନ୍ତି ଶୃଙ୍ଖଳାର ସହିତ ପୂଜା ସମାପନ କରିବାକୁ ଥାନା ଅଧିକାରୀ ସମସ୍ତଙ୍କୁ ଜଣାଇଥିଲେ । କାହାଠାରୁ ଜୋର୍ ଜବରଦସ୍ତ ଚାନ୍ଦା ଆଦାୟ ନକରିବା, ସର୍ବସାଧାରଣ ସ୍ଥାନକୁ ଅବରୋଧ ନକରିବା,ଡିଜେକୁ ସଂପୂର୍ଣ୍ଣ ରୂପେ ବ୍ୟାନ କରିବା,ଗଣ୍ଡଗୋଳ ନକରିବାକୁ ପରାମର୍ଶ ଦେଇଥିଲେ । ବିଭିନ୍ନ ପୂଜା ମଣ୍ଡପରେ ବିସର୍ଜନ ଆସନ୍ତା ୧୪ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଶାନ୍ତିଶୃଙ୍ଖଳାର ସହିତ ବିସର୍ଜନ ସାରିବାକୁ ଥାନା ଅଧିକାରୀ ପ୍ରକାଶ କରିଥିଲେ । 

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS