BREAKING
Loading...
:

ପ୍ରେମ ପାଇଁ ଜୀବନ ହାରିଲେ ଯୁବ ଇଞ୍ଜିନିୟର ; ୮ ମହଲା ଆପାର୍ଟମେଣ୍ଟରୁ ଡେଇଁପଡି କଲେ ଆତ୍ମହତ୍ୟା*

 *ପ୍ରେମ ପାଇଁ ଜୀବନ ହାରିଲେ ଯୁବ ଇଞ୍ଜିନିୟର ; ୮ ମହଲା ଆପାର୍ଟମେଣ୍ଟରୁ ଡେଇଁପଡି କଲେ ଆତ୍ମହତ୍ୟା*

ଭୁବନେଶ୍ଵର (ମଣିଭଦ୍ରା ଖବର) ରାଜଧାନୀରେ ଯୁବ ଇଞ୍ଜିନିୟରଙ୍କ ଆତ୍ମହତ୍ୟା । ୮ ମହଲା ଆପାର୍ଟମେଣ୍ଟରୁ ଡେଇଁ ପଡିଲେ ୨୩ ବର୍ଷୀୟ ଯୁବକ । ପରିବାର ଲୋକଙ୍କ ଅଭିଯୋଗ, ପ୍ରେମରେ ବିଫଳ ହେବା ପରେ ପୁଅ ନେଇଛି ଚରମ ନିଷ୍ପତ୍ତି । ପ୍ରେମରେ ବିଫଳ ହୋଇ ଜୀବନ ହାରିଲେ ଯୁବକ । କୋଠାରୁ ଡେଇଁ କଲେ ଆତ୍ମହତ୍ୟା । ରାଜଧାନୀ ଭୁବନେଶ୍ୱରର ଏକ ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଛନ୍ତି ଯୁବ ଇଞ୍ଜିନିୟର । ୮ ମହଲାରୁ ଡେଇଁ ଜୀବନ ହାରିଛନ୍ତି ଖାରବେଳନଗର ଚନ୍ଦ୍ରମା କମ୍ପ୍ଲେକ୍ସ ଆପାର୍ଟମେଣ୍ଟରେ ରହୁଥିବା ରୋନିତ ଜେନା । ରୋନିତଙ୍କ ବୟସ ୨୩ ବର୍ଷ। ପରିବାର ଲୋକଙ୍କ କହିବା ଅନୁସାରେ, ପ୍ରେମରେ ଧୋକା ପାଇ ମାନସିକ ସ୍ତରରେ ଭାଙ୍ଗି ପଡିବା ପରେ ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି ରୋନିତ । ଆତ୍ମହତ୍ୟା ପୂର୍ବର ଚିତ୍ର ସିସିଟିଭିରେ କଏଦ ହୋଇଛି । ଛାତ ଉପରକୁ ସିଡିରେ ଯାଉଥିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ବ୍ରହ୍ମପୁରର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ ରୋନିତ। ଯୁବତୀଙ୍କ ସମସ୍ତ ଖର୍ଚ୍ଚ ମଧ୍ୟ ବହନ କରୁଥିଲେ । କୌଣସି କଥାକୁ କେନ୍ଦ୍ର କରି ପ୍ରେମରେ ପୂର୍ଣ୍ଣଛେଦ ପଡିଥିଲା। ଯାହାକୁ ନେଇ ରୋନିତ ହତାଶ ହୋଇପଡିଥିଲେ। ମୃତ୍ୟୁ ପୂର୍ବରୁ ରୋନିତଙ୍କ ଶେଷ ଚିଠି ମଧ୍ୟ ମିଳିଛି । ଚିଠିରେ ବାପା ମାଆଙ୍କୁ କ୍ଷମା ମାଗିଛନ୍ତି ରୋନିତ୍ ।  ସେପଟେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି । ଉକ୍ତ ଯୁବତୀ ଜଣଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଛନ୍ତି ମୃତକଙ୍କ ପରିବାର ଲୋକ।


ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS