ଅସୁସ୍ଥ ଶିକ୍ଷୟିତ୍ରୀଙ୍କ ସ୍ବାକ୍ଷର ଜାଲିଆତି ଅଭିଯୋଗ,ବ୍ଳକ ଶିକ୍ଷା ଅଧିକାରୀଙ୍କ ତଦନ୍ତ ଆରମ୍ଭ
ଖଣ୍ଡପଡ଼ା (ମଣିଭଦ୍ରା ଖବର) ଖଣ୍ଡପଡ଼ା ବ୍ଳକ ବନମାଳୀପୁର ପଞ୍ଚାୟତ ରାମଚନ୍ଦ୍ରପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଜ୍ୟୋସ୍ନାମଞ୍ଜରୀ ମହାପାତ୍ର ଅସୁସ୍ଥତା କାରଣରୁ ବିଦ୍ୟାଳୟକୁ ଆସିନଥିବା ବେଳେ ଏହାର ସୁଯୋଗ ନେଇ ତାଙ୍କ ଦିଅର ସନ୍ତୋଷେ କୁମାର ସାହୁ ବିଦ୍ୟାଳୟକୁ ଆସି ଉପସ୍ଥାନ ଖାତାରେ ପ୍ରଧାନଶିକ୍ଷୟତ୍ରୀ ଉପସ୍ଥିତ ରହୁଥିବା ନେଇ ନିଜେ ସ୍ବାକ୍ଷର କରିଥିଲେ । ଗ୍ରାମବାସୀ ତଥା ପରିଚାଳନା କମିଟିର ଅଭିଯୋଗ ଆଧାରରେ ଶିକ୍ଷା ଅଧିକାରୀ କୈଳାଶ ଚନ୍ଦ୍ର କର ଉକ୍ତ ବିଦ୍ୟାଳୟରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତଦନ୍ତ ପରେ ଶିକ୍ଷୟତ୍ରୀଙ୍କ ସ୍ବାକ୍ଷର ଜାଲିଆତି ହୋଇଥିବା ଜଣାପଡିଛି । ତେବେ ପ୍ରଧାନଶିକ୍ଷୟତ୍ରୀଙ୍କ ସ୍ବାକ୍ଷର ଜାଲିଆତି କରିଥିବା ତାଙ୍କ ଦିଅର ରାଣୀଛେଳି ପଞ୍ଚାୟତ ନଟବର ପ୍ରସାଦ ମଧ୍ୟଇଂରାଜୀ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ଜଣାପଡିଛି । ତେବେ ନିଜେ ଜଣେ ଶିକ୍ଷକ ହୋଇ ଏଭଳି ଜାଲିଆତି କରିବାକୁ ସେ କିପରି ସାହସ କଲେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅଭିଯୋଗର ସତ୍ୟତା ଥିବା ପ୍ରକାଶ କରିବା ସହିତ ସଂପୃକ୍ତ ଶିକ୍ଷକ ଶିକ୍ଷକତା କରୁଥିବା ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ କୈଫିୟତ ତଲବ କରାଯାଇଛି । ଏପରିକି ଉକ୍ତ ଶିକ୍ଷକଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଭାବକ ମହଲରେ ଦାବୀ ହେଉଛି ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର


Post a Comment