BREAKING
Loading...
:

ଭିଜିଲାନ୍ସ ହାତରେ ଧରାପଡିଲେ ଏଏସଆଇ

 ଭିଜିଲାନ୍ସ ହାତରେ ଧରାପଡିଲେ ଏଏସଆଇ 

ଖଣ୍ଡପଡ଼ା (ମଣିଭଦ୍ରା ଖବର) ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ରେ କାର୍ଯ୍ୟରତ ଏ.ଏସ.ଆଇ. ରେହମାନ ଖାଁ ଆଜି ଭିଜିଲାନ୍ସ ଜାଲରେ ପଡ଼ିଥିବା ସୂଚନା ମିଳିଛି। ଚୋରା ନିଶା କାରବାର କୁ ରୋକ୍ ଲଗାଇବା ପାଇଁ ଅବକାରୀ ବିଭାଗ ପକ୍ଷରୁ ଚଢାଉ ଜାରି ରହିଥିବା ବେଳେ ଘର ଢ଼ିଙ୍କି କୁମ୍ଭୀର ସାଜିଛି ଖଣ୍ଡପଡ଼ା ରେ ବୋଲି ସାଧାରଣରେ ହେଉଛି ଚର୍ଚ୍ଚା। ଘଟଣାକ୍ରମେ ଆଜି ପୂର୍ବାହ୍ନ ରେ ଖଳିସାହି ର ଜଣେ ଚୋରା ମଦ ବେପାରୀ ସୁଦର୍ଶନ ସାହୁ (ଛଦ୍ମ ନାମ) ଙ୍କ ଠାରୁ ତିନି ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ରେହମାନ ଖାଁ। ପୁର୍ବରୁ ଅନେକ ବାର ହଜାର ହଜାର ଟଙ୍କା ଲାଞ୍ଚ ନିଅନ୍ତି ପୋଲିସ୍ ବାବୁ ବୋଲି ବେପାରୀ ଙ୍କ ଠାରୁ ପ୍ରକାଶ। ପୂର୍ବ କେସ ସମାଧାନ ପାଇଁ ଆଜି ମଦ ବେପାରୀ ଟଙ୍କା ଦେବାପାଇଁ ପୋଲିସ ବାବୁ ଙ୍କ ଖଳିସାହି ସ୍ଥିତ ବାସ ଭବନ ରେ ପହଞ୍ଚି ଥିଲେ। ତେବେ ଯୋଜନାମୁତାବକ ନୟାଗଡ଼ ଏବଂ ଭୁବନେଶ୍ୱର ଭିଜିଲାନ୍ସ ଅଧିକାରୀ ମିଳିତ ଭାବେ ଚଢ଼ାଉ କରି ଏ.ଏସ.ଆଇ. ରେହମାନ ଙ୍କ କେଲେଙ୍କରୀ ର ପର୍ଦ୍ଦାଫାଶ କରିଥିଲେ। ଭିଜିଲାନ୍ସ ଟିମ୍ ରେହମାନ ଙ୍କୁ ନୟାଗଡ଼ ନେଇଯାଇଥିବା ସୂଚନା ମିଳିଛି।


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର

Post a Comment

Previous Post Next Post
Header ADS