BREAKING
Loading...
:

ଛତୁଆର ମାନ ଓ ଓଜନ ଦୁର୍ନୀତିକୁ ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ୩ ଗୋଟି ଗ୍ରାମର ଗ୍ରାମବାସୀ

 ଛତୁଆର ମାନ ଓ ଓଜନ ଦୁର୍ନୀତିକୁ ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ୩ ଗୋଟି ଗ୍ରାମର ଗ୍ରାମବାସୀ 

ସାତ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନହେଲେ ବ୍ଲକ ଅଫିସ ଘେରାଉ ସହ ରାଜରାସ୍ତାକୁ ଓହ୍ଚେଇବା ଚେତାବନୀ  



(ମଣିଭଦ୍ରା ଖବର) କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ପଞ୍ଚାୟତ ଡ଼ୁମେରମୁଣ୍ଡା ଗ୍ରାମର ଦୁଇଗୋଟି ସ୍ୱୟଂ ସହାୟକ ଗୋଷ୍ଠୀ ନାଁରେ ଛତୁଆ ଦୁର୍ନୀତିର ଅଭିଯୋଗ l  ୩ ଗୋଟି ଗ୍ରାମର ୨୦୦ ଶହରୁ ଉର୍ଦ୍ଧ୍ବ ଗ୍ରାମବାସୀ ଲାଞ୍ଜିଗଡ ବ୍ଳକ କାର୍ଯ୍ୟାଳୟ ଯାଇ ବିଡିଓଙ୍କୁ ଏକ ଲିଖିତ ଅଭିଯୋଗ ପରେ ୫୦ ଜଣ ମହିଳା ଓ ପୁରୁଷ ଭବାନୀପାଟଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯାଇ ଲିଖିତ ଅଭିଯୋଗ କରିଥିବା ପ୍ରକାଶ କରିଛନ୍ତି। ଆଗାମୀ ୭ ଦିନ ମଧ୍ୟରେ ପ୍ରଶାସନ ପକ୍ଷରୁ ଏହାର କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନଗଲେ ଲାଞ୍ଜିଗଡ ବ୍ଲକ କାର୍ଯ୍ୟାଳୟ ଘେରାଉ କରିବୁ ବୋଲି ଚେତାବନୀ ଦେଇଛନ୍ତି।ସୂଚନାନୁସାରେ ଲାଞ୍ଜିଗଡ ବ୍ଳକ ମୁଖ୍ୟାଳୟ ବିଶ୍ୱନାଥପୁର ପଞ୍ଚାୟତ ରୁ ମାତ୍ର ୨ କିମି ଦୂରରେ ରହିଛି ଡ଼ୁମେରମୁଣ୍ଡା ଗ୍ରାମ।ସେହି ଗ୍ରାମରେ ଥିବା ଦୁଇ ଗୋଟି ଅମର ଜ୍ୟୋତି ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ମାଁ ହୀରା ସ୍ୱୟଂ ସହାୟକ ଗୋଷ୍ଠୀ  ସ୍ଥାନୀୟ ଗ୍ରାମଠାରେ ପରମାନନ୍ଦ ସାହୁ ନାମକ ବ୍ୟକ୍ତିଙ୍କ ପ୍ରରୋଚନାରେ ଏକ ବେସରକାରୀ ମିଲରେ ଦୀର୍ଘ ୧୮ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଛତୁଆ ପ୍ରସ୍ତୁତ କରି ଆଦିବାସୀ ଅଧ୍ୟୁଷିତ ଲାଞ୍ଜିଗଡ ବ୍ଲକ ର ଦୁର୍ଗମ ଅଞ୍ଚଳରେ ଥିବା ବିଭିନ୍ନ ଅଙ୍ଗନବାଡି କେନ୍ଦ୍ରକୁ ଯୋଗାଉ ଛନ୍ତି।କିନ୍ତୁ ଏଠାରେ ପ୍ରସ୍ତୁତ ହେଉଥିବା ଛତୁଆରେ ଗହମ, ମକାଦାନା, ବୁଟଚଣା, ଚିନାବାଦାମ, ଓ ଚିନିର ମାତ୍ରା ପରିମାଣ ଠିକ ରହୁନଥିବା ବେଳେ ଛତୁଆ ପ୍ରସ୍ତୁତ ପରେ ପ୍ୟାକେଟ ହୋଇଥିବା ଛତୁଆର ଓଜନରେ ମଧ୍ୟ ପରିମାଣ କମ ରହୁଛି I ୩ କିଲୋ ୬ ଶହ ଗ୍ରାମ ଛତୁଆ ପ୍ୟାକେଟ ସ୍ଥାନରେ ୧ କିଲୋ ୯୫୦ ଗ୍ରାମ କିମ୍ବା ୨ କିଲୋ ରହୁଛି I ୨ କିଲୋ ୨୨୦ ଗ୍ରାମ ପ୍ୟାକେଟରେ ପାଖାପାଖି ୨ କିଲୋଗ୍ରାମ ରହୁଛି I ଛତୁଆ ପ୍ରସ୍ତୁତିରେ ଗୁଣବତ୍ତା ଠିକ ଭାବରେ ନ ରଖି ତିଆରି କରୁଥିବା ବେଳେ ଅନେକ ସମୟରେ ଏଥିରୁ ପୋକ ମଧ୍ୟ ବାହାରୁଛି I ଛତୁଆ ପ୍ରସ୍ତୁତି ମିଲ ଚାରିପଟେ ଅଳିଆ ଆବର୍ଜନା ବର୍ଷସାରା ପଡ଼ିରହିଛି I ଗ୍ରାମବାସୀଙ୍କ ଅଭିଯୋଗ ଯେ ଅସାଧୁ ବ୍ୟକ୍ତି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ଠାରୁ ଛତୁଆ ପ୍ରସ୍ତୁତି କରଣ ନେଇ ଉଚିତ ବ୍ୟକ୍ତି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀକୁ କରିବାକୁ ଦିଆଯାଉ ଏବଂ ଅସାଧୁ ବ୍ୟକ୍ତି ମାନଙ୍କୁ ଉଚିତ ଦଣ୍ଡ ବିଧାନ କରାଯାଇ ଗର୍ଭବତୀ ମହିଳା, କିଶୋରୀ ବାଳିକା ଏବଂ ଛୋଟ ଛୋଟ ଛୁଆମାନଙ୍କୁ ଅଖାଦ୍ୟ ଖାଇବାରୁ ବଞ୍ଚିତ କରି ସେମାନଙ୍କ ସ୍ୱାସ୍ଥ୍ୟର ସୁରକ୍ଷା କରାଯାଉ ବୋଲି ଗ୍ରାମବାସୀ ମାନେ ଦାବି କରିଛନ୍ତି।ଏହାକୁ ନେଇ ଆଜି ଡ଼ୁମେରମୁଣ୍ଡା,ଇଜୁରୁପା ଓ କନ୍ଧ ଟୁପେ ୩ ଗୋଟି ଗ୍ରାମର ୨୦୦ ଶହରୁ ଉର୍ଦ୍ଧ୍ବ ଗ୍ରାମବାସୀ ସିଡିପିଓ କାର୍ଯ୍ୟାଳୟ ଯାଇ ଅଭିଯୋଗ ପରେ ଲାଞ୍ଜିଗଡ ବ୍ଳକ କାର୍ଯ୍ୟାଳୟ ଯାଇ ବିଡିଓ ଶଶାଙ୍କ ପାତ୍ରଙ୍କ ଅନୁପସ୍ଥିତ ଯୋଗୁଁ ଜିପିଓ ପ୍ରଦୀପ ଠାକୁରଙ୍କୁ ଏକ ଲିଖିତ ଅଭିଯୋଗ ପରେ ସେଥିମଧ୍ୟରୁ ୫୦ ଜଣ ମହିଳା ଓ ପୁରୁଷ ଭବାନୀପାଟଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯାଇ ଜିଲ୍ଲାପାଳ ଅନୁପସ୍ଥିତ ଯୋଗୁଁ ତାଙ୍କ କିରାଣୀଙ୍କୁ ଲିଖିତ ଅଭିଯୋଗ କରି ଆଗାମୀ ୭ ଦିନ ମଧ୍ୟରେ ପ୍ରଶାସନ ପକ୍ଷରୁ ଏହାର କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନଗଲେ ଲାଞ୍ଜିଗଡ ବ୍ଲକ କାର୍ଯ୍ୟାଳୟ ଘେରାଉ କରିବା ସହ ରାଜରାସ୍ତାକୁ ଓଲାଇବୁ ବୋଲି ଚେତାବନୀ ଦେଇଛନ୍ତି।ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଲାଞ୍ଜିଗଡ ଓ ବିଶ୍ୱନାଥପୁର ପୋଲିସ ବ୍ଳକ ପରିସରରେ ମୁତୟନ କରାଯାଇଥିଲା।ପୂର୍ବରୁ ମଧ୍ୟ ଛତୁଆ ପ୍ରସ୍ତୁତ ବେଳେ ଏକ ଆଦିବାସୀ ନାବାଳକଙ୍କ ମିଲରେ କାମ କରୁଥିବା ବେଳେ ହାତ କଟି ଯାଇଥିଲା।ମାନବାଧିକାର କମିଶନଙ୍କ ହସ୍ତକ୍ଷେପ ପରେ  ମିଲ ମାଲିକଙ୍କୁ ଜେଲ ଯିବାକୁ ପଡିଥିଲା।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି, ଓଡ଼ିଶା 

Post a Comment

Previous Post Next Post
Header ADS