BREAKING
Loading...
:

ଆନ୍ତଜାତୀୟ ଆର୍ଟିଷ୍ଟ ଫେଷ୍ଟରେ ନାଟକ ଦୁର୍ଦ୍ଦଶାର ଉତ୍ତମ ପ୍ରଦର୍ଶନ

 ଆନ୍ତଜାତୀୟ ଆର୍ଟିଷ୍ଟ ଫେଷ୍ଟରେ ନାଟକ ଦୁର୍ଦ୍ଦଶାର ଉତ୍ତମ ପ୍ରଦର୍ଶନ 

ବ୍ରହ୍ମପୁର(ମଣିଭଦ୍ରା ଖବର) 

          ସୁରଳ ସ୍ଥିତ ଅଗ୍ରଣୀ ସାଂସ୍କୃତିକ ସଂସ୍ଥା "ସୁହାନୀ କ୍ରିଏସନ୍" ପ୍ରଯୋଜିତ ଓଡ଼ିଆ ନାଟକ "ଦୁର୍ଦ୍ଦଶା" ଆନ୍ଧ୍ର ପ୍ରଦେଶର ତାଡେପଲ୍ଲୀ ଗୁଡ଼େମ୍  ସ୍ଥିତ ବୁଦ୍ଧାଲା ଭେଙ୍କେନା କଳା ପ୍ରେକ୍ଷାଳୟମ୍ ଠାରେ "ଶ୍ରୀଶ୍ରୀ କଳାବେଦୀକା" ଦ୍ୱାରା ଚଳିତ ଅକ୍ଟୋବର 19 ଓ 20 ତାରିଖରେ ଆୟୋଜିତ ଅନ୍ତର୍ଜାତୀୟ କଲ୍ଚୁରାଲ ଫେଷ୍ଟରେ ଅଂଶ ଗ୍ରହଣ କରି ଶ୍ରେଷ୍ଠ ପ୍ରଦର୍ଶନ ନିମନ୍ତେ ପୁରସ୍କୃତ ହେବା ଗୌରବ ହାସଲ କରିପାରିଛି। ସମଗ୍ର ତିରିଶି ଘଣ୍ଟାର ନିରବଛିନ୍ନ ସାଂସ୍କୃତିକ ପ୍ରଦର୍ଶନ କାର୍ଯ୍ୟକ୍ରମ ଗିନିଶ ବୁକ ଅଫ ୱାର୍ଲଡ ରେକର୍ଡସରେ ସ୍ଥାନିତ ହୋଇଥିବା ବେଳେ ନାଟ୍ୟକାର ଯୁଦ୍ଧିଷ୍ଠିର ଭଞ୍ଜ ସମନ୍ତଙ୍କ ରଚିତ ଏବଂ ସୀମାନ୍ତ ନଟରାଜ ଡାକ୍ତର ତିରୁପତି ସାହୁ ନିର୍ଦ୍ଦେଶିତ ଓଡ଼ିଆ ନାଟକ "ଦୁର୍ଦ୍ଦଶା" ଉତ୍ତମ ପ୍ରଦର୍ଶନ ଭିତ୍ତିରେ ସ୍ଥାନିତ ହେବା ଗୌରବ ଅର୍ଜନ କରିଥିବା କଳାବେଦୀକା ସମ୍ପାଦକ ଡଃ. କୁମାର ନାୟକ ସୂଚନା ଦେଇଛନ୍ତି।

 ସ୍ୱର ବିବୁଧ ରମେଶ ଚନ୍ଦ୍ର ସ୍ୱାଇଁ ଏବଂ ସ୍ୱର-ସୌରଭ ସଞ୍ଜୟ କୁମାର ବିଷୋୟୀଙ୍କ ସମ୍ମିଳିତ ସଂଗୀତ ନିର୍ଦ୍ଦେଶନା କ୍ରମେ ପ୍ରଦର୍ଶିତ ଏହି ନାଟକଟିରେ ସର୍ବଶ୍ରୀ  ଡା. ତିରୁପତି ସାହୁ, ସୁବାସ ଚନ୍ଦ୍ର ସାହୁ ରୋଶନ, ଯୁଦ୍ଧିଷ୍ଠିର ଭଞ୍ଜ ସାମନ୍ତ, ଡଃ. କୁମାର ନାୟକ, କୁରା ଗୌଡ଼, ଦୀପକ କୁମାର ପ୍ରଧାନ, ଚାନ୍ଦମାମା ବେହେରା ପ୍ରମୁଖ ଜୀବନ୍ତ ଅଭିନୟ ଭିତରେ ଉତ୍ତମ ବହୁମତ ସାଉଁଟିବାରେ ସମର୍ଥ ହୋଇପାରିଛନ୍ତି। ନାଟକ ଶେଷରେ ତାଡେପଲ୍ଲୀ ବିଧାୟକ ବି. ଶ୍ରୀନିବାସ ରାଓ ଏବଂ କଳାବେଦୀକା ଅଧ୍ୟକ୍ଷ କାଟିମାଣ୍ଡା ପ୍ରତାପ ନାଟକର ସମସ୍ତ ଅଂଶ ଗ୍ରହଣକାରୀଙ୍କୁ ଉପାୟନ, ସ୍ମୃତି ଫଳକ ଏବଂ ମାନପତ୍ର ପ୍ରଦାନ ସହ ଆନୁଷ୍ଠାନିକ ସମ୍ବର୍ଦ୍ଧିତ କରିଥିଲେ।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS