BREAKING
Loading...
:

ବିଶୁଦ୍ଧ ପାନୀୟ ଜଳ ପାଇଁ ଗ୍ରାମବାସୀଙ୍କ ବ୍ଲକ କାର୍ଯ୍ୟାଳୟ ପରିସରରେ ଧାରଣା

 ବିଶୁଦ୍ଧ ପାନୀୟ ଜଳ ପାଇଁ ଗ୍ରାମବାସୀଙ୍କ ବ୍ଲକ କାର୍ଯ୍ୟାଳୟ ପରିସରରେ ଧାରଣା 

ଭାପୁର, ୧୫/୧୦ (ମଣିଭଦ୍ରା ଖବର) ଭାପୁର ବ୍ଲକ ରାକମା ପଞ୍ଚାୟତ ଅନ୍ତର୍ଗତ ଶାଳଝରିଆ ଗ୍ରାମବାସୀ ମାନେ ପିଇବା ପାଇଁ ବିଶୁଦ୍ଧ ପାନୀୟ ଜଳ ଯୋଗାଣରୁ ବଞ୍ଚିତ ହେବାରୁ ମଙ୍ଗଳବାର ଦିନ ବ୍ଲକ କାର୍ଯ୍ୟାଳୟ ପରିସରରେ ଗରା, ବାଲଟି ଆଦି ଥୋଇ ଧାରଣାରେ ବସିଥିଲେ। ଘଟଣାରୁ ପ୍ରକାଶ ଆଜକୁ ପ୍ରାୟ ୧୫ଦିନ ଧରି ଗ୍ରାମବାସୀ ମାନେ ପିଇବା ପାଇଁ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି। ଏନେଇ, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ନ ମିଳିବାରୁ ବାଧ୍ୟ ହୋଇ ଗ୍ରାମର କିଛି ମହିଳା ମାନେ ବ୍ଲକ କାର୍ଯ୍ୟାଳୟ ପରିସରରେ ଧାରଣାରେ ବସିଥିଲେ। ଭାପୁର ବ୍ଲକ ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ କନିଷ୍ଠ ଯନ୍ତ୍ରୀଙ୍କ ଠାରୁ ନିର୍ଭର ପ୍ରତିଶ୍ରୁତି ପାଇବା ପରେ ମହିଳା ମାନେ ଧାରଣା ରୁ ଉଠିଥିଲେ। ଏନେଇ, ବିଭାଗୀୟ କନିଷ୍ଠ ଯନ୍ତ୍ରୀ  ସ୍ୱାଧୀନ ପାଣିଗ୍ରାହୀଙ୍କୁ ଯୋଗାଯୋଗ କରିବାରେ ସେ କହିଥିଲେ ବିଜିପୁର ପଞ୍ଚାୟତର ପାଣି ପମ୍ପ ହାଉସ୍ ରୁ ଉକ୍ତ ଗ୍ରାମକୁ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ହେଉଥିଲା, ମାତ୍ର ଉକ୍ତ ପମ୍ପ ହାଉସ୍ ର ମଟର ଟି ପୋଡ଼ି ଯାଇଥିବାରୁ ଜଳ ଯୋଗାଣ ବନ୍ଦ ରହିଛି। ପୁନଶ୍ଚ, ଉକ୍ତ ମଟର ଟି ମରାମତି ହୋଇ ପାରୁନାହିଁ ତେଣୁ ନୂଆ ମଟର କିଣା ଯାଇ ଶନିବାର ସୁଧା ଉକ୍ତ ଗ୍ରାମକୁ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ହେବ। 

ବିଭୂତି ଭୂଷଣ ମହାପାତ୍ର, ଭାପୁର 

Post a Comment

Previous Post Next Post
Header ADS