BREAKING
Loading...
:

ଜମିଜମା ମାମଲାର ହେବ ତ୍ୱରିତ ଫଇସଲା, ଏଣିକି ରାଜସ୍ବ ପରିଷଦର ହେବ ନିୟମିତ ଶୁଣାଣି...

 ଜମିଜମା ମାମଲାର ହେବ ତ୍ୱରିତ ଫଇସଲା, ଏଣିକି ରାଜସ୍ବ ପରିଷଦର ହେବ ନିୟମିତ ଶୁଣାଣି...

ଭୁବନେଶ୍ଵର (ମଣିଭଦ୍ରା ଖବର) ଜମିଜମା ସଂକ୍ରାନ୍ତୀୟ ମାମଲାର ତ୍ୱରିତ ଫଇସଲା ପାଇଁ ଏଣିକି ରାଜସ୍ବ ପରିଷଦ ପକ୍ଷରୁ ନିୟମିତ ଭାବେ ଶୁଣାଣି କରାଯିବ। ସତ୍ୟପାଠ ଜରିଆରେ ହାଇକୋର୍ଟଙ୍କୁ ଏହି ତଥ୍ୟ ଦେଇଛି ରାଜ୍ୟ ରାଜସ୍ବ ବିଭାଗ । କେବଳ ରାଜସ୍ବ ପରିଷଦଙ୍କ ନିକଟରେ ୧ ଲକ୍ଷ ୩୧ ହଜାର ମାମଲା ପଡି ରହିବାର କାରଣ କ'ଣ ? ଏସବୁର ସମାଧାନ ଦିଗରେ କ'ଣ ପଦକ୍ଷେପ ନେଉଛ ବୋଲି ଗତ ମାସ ୨୫ ତାରିଖରେ ହାଇକୋର୍ଟ ପ୍ରଶ୍ନ କରିଥିଲେ ।


ଏନେଇ ସତ୍ୟପାଠ ଦାଖଲ କରିବାକୁ ଉଭୟ ରାଜସ୍ବ ସଚିବ ଏବଂ ମେମ୍ବର ରାଜସ୍ବ ପରିଷଦଙ୍କୁ ନିର୍ଦ୍ଦେଶ ହୋଇଥିଲା । ତେବେ ଦାଖଲ ହୋଇଥିବା ସତ୍ୟପାଠରେ ରାଜସ୍ବ ବିଭାଗ ଦର୍ଶାଇଛି କି, ଏଣିକି ପ୍ରତି ସପ୍ତାହରେ ରିଭିଜିନାଲ କୋର୍ଟ ବସିବେ । ଅଦାଲତ ବାବଦରେ ସମସ୍ତ ତଥ୍ୟ ପୋର୍ଟାଲରେ ନିୟମିତ ଭାବେ ଅପଲୋଡ଼ ହେବ । 


ପ୍ରତ୍ୟେକ ଶୁଣାଣି ଦିନରେ ସର୍ବନିମ୍ନ ୫୦ଟି ମାମଲା ପଞ୍ଜିକୃତ ହେବ । ରିଭିଜିନାଲ କୋର୍ଟ ମାନଙ୍କରେ ଆବଶ୍ୟକୀୟ ଲ’ ଅଫିସର ନିଯୁକ୍ତ ହେବେ । ରାଜସ୍ବ ପରିଷଦଙ୍କ ତରଫରୁ ରାଜ୍ୟର ବିଭିନ୍ନ ସ୍ଥାନରେ ୪୦ଟି ରିଭିଜିନାଲ କୋର୍ଟ ଥାଇ ସୁଦ୍ଧା, ୧ ଲକ୍ଷ ୩୧ ହଜାର କେସ୍ ସମାଧାନ ନହୋଇ ପଡି ରହିଛି ।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି, ଓଡ଼ିଶା 

Post a Comment

أحدث أقدم
Header ADS