BREAKING
Loading...
:

ପାତ୍ରପୁର ବ୍ଲକ ଆମ୍ବପୁର ପଂଚାୟତରେ ସଡ଼କ ନିର୍ମାଣରେ ଦୁର୍ନୀତି

 *ପାତ୍ରପୁର ବ୍ଲକ ଆମ୍ବପୁର ପଂଚାୟତରେ ସଡ଼କ ନିର୍ମାଣରେ ଦୁର୍ନୀତି*

 ଭୁବନେଶ୍ଵର (ମଣିଭଦ୍ରା ଖବର) ଚିକିଟି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆମ୍ବପୁର ପଂଚାୟତରେ ଗତ ଦୁଇ ମାସ ତଳେ RD department  ଦ୍ୱାରା ନିର୍ମାଣ କରାଯାଇଥିବା ରାସ୍ତାଟି ନିମ୍ନ ମାନର କାର୍ଯ୍ୟ ଯୋଗୁଁ ସମୂର୍ଣ୍ଣ ନଷ୍ଟ ହୋଇଯାଇଛି l ଲୋକମାନଙ୍କ ଅଭିଯୋଗ ପାଇ ଆମ୍ ଆଦ୍‌ମୀ ପାର୍ଟିରେ ଗତ ନିର୍ବାଚନ ଲଢ଼ିଥିବା ବିଧାୟକ ପ୍ରାର୍ଥୀ, ପାର୍ଟି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀନିବାସ ରେଡ୍ଡୀ ରାସ୍ତାର ଅବସ୍ଥାକୁ ଅନୁଧ୍ୟାନ କରି ଏହାର ବିଧିବଦ୍ଧ ଯାଞ୍ଚ କରି ତୁରନ୍ତ ମରାମତି କରିବା ପାଇଁ ପ୍ରଶାସନକୁ ଜଣାଇଥିଲେ l

   କିନ୍ତୁ ପ୍ରଶାସନର ଉଦାସୀନତା ଯୋଗୁଁ ସେ କ୍ଷୋଭ ପ୍ରକାଶ କରିବା ସହ ତୁରନ୍ତ ଏହି ଦିଗରେ କାର୍ଯ୍ୟାନୁଷ୍ଠାନ ନନେଲେ ଅଞ୍ଚଳବାସୀକୁ ନେଇ ବ୍ରହ୍ମପୁର ଜୋନ ଅଫିସ ଆଗରେ ଧାରଣା ଓ ପ୍ରତିବାଦ କରିବାକୁ ନିଷ୍ପତ୍ତି ନେଇଛନ୍ତି l

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS